Get Updates
Get notified of breaking news, exclusive insights, and must-see stories!

ଜାମ୍ମୁ କାଶ୍ମୀରରେ ବାଦଲ ଫଟା ବର୍ଷା : 7 ଜଣଙ୍କର ମୃତ୍ୟୁ, 40ରୁ ଅଧିକ ନିଖୋଜ

ଜାମ୍ମୁ କାଶ୍ମୀରର କିଶତ୍ୱର ଜିଲ୍ଲାର ଗୁଲବର୍ଗ ଅଞ୍ଚଳରେ ଅବସ୍ଥିତ ଏକ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ 7 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏହି ଘଟଣାରେ 30 ରୁ 40 ଜଣ ଲୋକ ନିଖୋଜ ଥିବା କୁହାଯାଉଛି ।

ଜାମ୍ମୁ : ମହାରାଷ୍ଟ୍ର ଏବଂ ହିମାଚଳ ପ୍ରଦେଶରେ ପ୍ରକୃତିର ବିପଦ ଦେଖିବା ପରେ ବର୍ତ୍ତମାନ ଜାମ୍ମୁ କାଶ୍ମୀରରୁ ଏକ ଖରାପ ଖବର ଆସିଛି । ଜାମ୍ମୁ କାଶ୍ମୀରର କିଶତ୍ୱର ଜିଲ୍ଲାର ଗୁଲବର୍ଗ ଅଞ୍ଚଳରେ ଅବସ୍ଥିତ ଏକ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ 7 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏହି ଘଟଣାରେ 30 ରୁ 40 ଜଣ ଲୋକ ନିଖୋଜ ଥିବା କୁହାଯାଉଛି ।

heavy rain

ବର୍ତ୍ତମାନ ପୋଲିସ ଏବଂ ସେନା ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ମାଟି ତଳେ ଫସି ରହିଥିବା 17 ଜଣଙ୍କୁ ଉଦ୍ଧାର କରାଯାଇଛି ।
ବୁଧବାର ଭୋର 4ଟା ସମୟରେ ଜିଲ୍ଲାର ଡଚ୍ଚନ ଅଞ୍ଚଳରେ ଥିବା ହଞ୍ଜର ଗାଁରେ ବାଦଲ ଫଟା ବର୍ଷା ହୋଇଥିଲା । ଏହାପରେ 28 ଜଣ ହଠାତ ନିଖୋଜ ହୋଇଯାଇଥିଲେ । ଏବେ ଏହି ଅଞ୍ଚଳରେ କୌଣସି ମୋବାଇଲରେ ନେଟଓ୍ୱର୍କ ଆସିପାରିନଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ଦୁର୍ଘଟଣାରେ 6 ଟି ଘର ସମେତ ଗୋଟିଏ ରାସନ ଡିପୋ କ୍ଷତିଗ୍ରସ୍ତ ହୋଇଛି । ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଏହାକୁ ନେଇ ତତ୍ପରତା ଦେଖାଇଛନ୍ତି । ପ୍ରାଥମିକ ଭାବରେ ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ଗୁରୁତ୍ୱ ଦେବାକୁ ଶାହ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି, ' କିଶତ୍ୱର ଏବଂ କାର୍ଗିଲର ଏହି ପରିସ୍ଥିତି ଉପରେ କେନ୍ଦ୍ର ସରକାର ତୀକ୍ଷ୍ଣ ନଜର ରଖିଛନ୍ତି । ପ୍ରଭାବିତ ଅଞ୍ଚଳରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି । ସମସ୍ତେ ନିରାପଦରେ ରହିବା ପାଇଁ ମୁଁ ପ୍ରାର୍ଥନା କରୁଛି ।

ଏଥି ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ କରି କହିଛନ୍ତି ଯେ ମୁଁ ଏହି ବିପର୍ଯ୍ୟୟ ସମ୍ପର୍କରେ ଜାମ୍ମୁ କାଶ୍ମୀରର ଏଲଜି ଏବଂ ଡିଜିପିଙ୍କ ସହ କଥା ହୋଇଛି । SDRF, ସେନା ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏକ ଏନଡିଆରଏଫ ଦଳ ମଧ୍ୟ ପଠାଯାଇଛି । ଆମର ପ୍ରାଥମିକତା ହେଉଛି ଯଥାସମ୍ଭବ ଜୀବନ ବଞ୍ଚାଇବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+