ଅମରନାଥ ଦୁର୍ଘଟଣା : 15000 ଲୋକ ଉଦ୍ଧାର, 40 ଜଣ ନିଖୋଜ, 16 ମୃତ
ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ଯୋଗୁଁ ହୋଇଥିବା ଦୁର୍ଘଟଣାରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ 15,000 ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।ଉଦ୍ଧାର କାର୍ଯ୍ୟରେ ବିଏସଏଫର MI-17 ହେଲିକପ୍ଟର ନିୟୋଜିତ ହୋଇଛି
ଶ୍ରୀନଗର : ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ଯୋଗୁଁ ହୋଇଥିବା ଦୁର୍ଘଟଣାରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ 15,000 ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ବିଏସଏଫର MI-17 ହେଲିକପ୍ଟର ନିୟୋଜିତ କରାଯାଇଛି । ଫସି ରହିଥିବା ଆହତ ତୀର୍ଥଯାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଉଛି । ଆହତମାନଙ୍କୁ ନିଲଗଡ ହେଲିପ୍ୟାଡ ବାଲ୍ଟାଲରୁ ବିଏସଏଫ କ୍ୟାମ୍ପ ଶ୍ରୀନଗରକୁ ନିଆଯାଇଛି । ଯାହାଫଳରେ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇପାରିବ ।

ଏନଡିଆରଏଫ ଡିଜି ଅତୁଲ କରୱାଲ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 16 ଜଣଙ୍କର ମୃତ୍ୟୁ ହୋଇଛି । 40 ଜଣ ନିଖୋଜ ଅଛନ୍ତି । ଭୂସ୍ଖଳନ ନଥିଲେ ମଧ୍ୟ ବର୍ଷା ଜାରି ରହିଛି, କିନ୍ତୁ ଉଦ୍ଧାର କାର୍ଯ୍ୟରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ଉଦ୍ଧାର କାର୍ଯ୍ୟରେ 100 ରୁ ଅଧିକ ଉଦ୍ଧାରକାରୀଙ୍କ ସହିତ NDRF ର ଚାରୋଟି ଟିମ୍ ନିୟୋଜିତ ହୋଇଛନ୍ତି । ଭାରତୀୟ ସେନା, SDRF, CRPF ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ସେ କହିଛନ୍ତି ଯେ କ୍ଲାଉଡ୍ ବର୍ଷ୍ଟ ଦ୍ୱାରା ପ୍ରଭାବିତ ଅଞ୍ଚଳ ନିକଟରେ କ୍ରମାଗତ ଭାବରେ ମାଟି ସଫା କରାଯାଉଛି ଏବଂ ନିଖୋଜ ଲୋକଙ୍କ ସନ୍ଧାନ ଜାରି ରହିଛି ।
ସୂଚନ।ଯୋଗ୍ୟ, ଜମ୍ମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ପାଖରେ ବାଦଲ ଫଟା ବର୍ଷାରେ ଯାତ୍ରୀ ରହୁଥିବା ଟେଣ୍ଟ ଭାସିଯାଇଥିଲା । ଅନେକ ଲୋକ ମଧ୍ୟ ଏଥିରେ ଭାସିଯାଇଥିବା ସନ୍ଦେହ କରାଯାଉଛି ।












Click it and Unblock the Notifications