ମହାଶିବତ୍ରୀ ପ୍ରବେଶ ଦ୍ୱାରକୁ ନେଇ ଝାଡ଼ଖଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପଥରବାଜି ପରେ 144 ଧାରା ଲାଗୁ
ମହାଶିବରାତ୍ରୀ ପାଇଁ ପାଙ୍କି ବଜାରରେ ଏକ ତୋରଣ (ପ୍ରବେଶ ଦ୍ୱାର) ଲଗାଯାଇଥିଲା । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହା ପରେ ଉଭୟ ପକ୍ଷରୁ ପଥରବାଜି ଆରମ୍ଭ ହୋଇଥିଲା, ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି ।

ରାଞ୍ଚି : ଝାଡ଼ଖଣ୍ଡରପାଲାମୁ ଜିଲ୍ଲାରେ ବୁଧବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଖବର ରହିଛି । ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ ଅଧିକାରୀମାନେ ଭାରି ବଳ ସହିତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି । ବର୍ତ୍ତମାନ ଏହି ଅଞ୍ଚଳର ଅବସ୍ଥା ତିକ୍ତ ରହିଛି । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ 144 ଧାରା ଲାଗୁ କରିଛି । ଏଥି ସହିତ ଇଣ୍ଟରନେଟ୍ ସେବା ଉପରେ ମଧ୍ୟ ନିଷେଧାଦେଶ ଲଗାଯାଇଛି ।
ସୂଚନାନୁସାରେ, ମହାଶିବରାତ୍ରୀ ପାଇଁ ପାଙ୍କି ବଜାରରେ ଏକ ତୋରଣ (ପ୍ରବେଶ ଦ୍ୱାର) ଲଗାଯାଇଥିଲା । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହା ପରେ ଉଭୟ ପକ୍ଷରୁ ପଥରବାଜି ଆରମ୍ଭ ହୋଇଥିଲା, ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣା ସମୟରେ ସେଠାରେ କିଛି ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ଉଦ୍ଧାର କାର୍ଯ୍ୟରେ ସେମାନେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।
ଏହି ପ୍ରସଙ୍ଗରେ ଏସପି ଚନ୍ଦନ କୁମାର ସିହ୍ନା କହିଛନ୍ତି ଯେ ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ତିନି-ଚାରି ପୋଲିସ ଷ୍ଟେସନର ପୋଲିସଙ୍କୁ ଡକାଯାଇଥିଲା । ଏହି ପୂରା ବିବାଦ ତୋରଣ ଲଗାଇବାକୁ ନେଇ ଘଟିଥିଲା । ଏପରି ପରିସ୍ଥିତିରେ ସେ ଶାନ୍ତି ବଜାୟ ରଖିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏକାସାଙ୍ଗରେ ଉଭୟ ଗୋଷ୍ଠୀ ସହ ଆଲୋଚନା ଚାଲିଛି । ଏହା ବ୍ୟତୀତ, ଧାରା 144 ଏକ ସତର୍କତା ଭାବରେ କାର୍ଯ୍ୟକାରୀ କରାଯାଇଛି ।
ଅଭିଯୋଗ ହୋଇଛି ଯେ ଯେତେବେଳେ ତୋରଣ ଲଗାଯାଇଥିଲା, ଅନ୍ୟ ପକ୍ଷ ଏହାକୁ ହଟାଇ ଦେଇଥିଲେ । ଯେଉଁ କାରଣରୁ ବିବାଦ ଆରମ୍ଭ ହୋଇଥିଲା । କିଛି ସମୟ ପରେ ମସଜିଦ ଭିତରୁ ପଥର ମାଡ଼ ହୋଇଥିଲା । ପରେ ପରେ ଅନ୍ୟପକ୍ଷ ମଧ୍ୟ ପଥରମାଡ଼ କରିଥିଲେ । ଏହି ଘଟଣାରେ ଆହତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସର ସୂଚନାନୁସାରେ ଯେଉଁମାନେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ ସେମାନଙ୍କୁ ଚିହ୍ନଟ କରାଯାଉଛି । ତାଙ୍କୁ ଶୀଘ୍ର ଗିରଫ କରାଯିବ ।












Click it and Unblock the Notifications