Get Updates
Get notified of breaking news, exclusive insights, and must-see stories!

ପଟିଆଲାରେ ଶିବ ସୈନିକ ଏବଂ ଖାଲିସ୍ତାନୀ ସମର୍ଥକଙ୍କ ମଧ୍ୟରେ ହିଂସାକାଣ୍ଡ

ପଞ୍ଜାବର ପଟିଆଲାରେ ଶିବସେନା ଏବଂ ଖାଲିସ୍ତାନୀ ସମର୍ଥକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଛି । ସୂଚନା ଅନୁଯାୟୀ, ପଟିଆଲା ଜିଲ୍ଲାର କାଳୀ ଦେବୀ ମନ୍ଦିର ନିକଟରେ ଏହି ଘଟଣା ଘଟିଛି ।

ଚଣ୍ଡିଗଡ଼ : ପଞ୍ଜାବର ପଟିଆଲାରେ ଶିବସେନା ଏବଂ ଖାଲିସ୍ତାନୀ ସମର୍ଥକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଛି । ସୂଚନା ଅନୁଯାୟୀ, ପଟିଆଲା ଜିଲ୍ଲାର କାଳୀ ଦେବୀ ମନ୍ଦିର ନିକଟରେ ଏହି ଘଟଣା ଘଟିଛି । ହିଂସା ଘଟଣା ପରେ ଏହି ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏଥି ସହିତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପୁରା ପରିସ୍ଥିତି ଉପରେ ନଜର ରଖିଛନ୍ତି ।

patiala clash

ସୂଚନାନୁସାରେ, ଖାଲିସ୍ତାନ ବିରୋଧରେ ପାଟିଆଲାରେ ଶିବସେନା ଦ୍ୱାରା ଏକ ରାଲିର ଆୟୋଜନ କରାଯାଇଥିଲା । ପଟିଆଲାରେ ଶିବସେନା ନେତା ହରିଶ ସିଙ୍ଗଲା ଏହି ରାଲିର ଆୟୋଜନ କରିଥିଲେ । କୁହାଯାଉଛି ଯେ ଏହି ରାଲିରେ ଖାଲିସ୍ତାନୀ ବିରୋଧୀ ସ୍ଲୋଗାନ ଦିଆଯାଇଥିଲା, ଏହା ପରେ ଅନ୍ୟ ଗୋଷ୍ଠୀ ଶିବ ସୈନିକଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ଉଭୟ ପାର୍ଶ୍ୱରୁ ଖଣ୍ଡା ବାହାର କରାଯାଇଥିଲା ପଥର ମାଡ଼ ହୋଇଥିଲା ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ପଟିଆଲାରେ ସଂଘର୍ଷର ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ମୁଁ ଡିଜିପିଙ୍କ ସହ କଥା ହେଲି ଏବଂ ସେହି ଅଞ୍ଚଳରେ ଶାନ୍ତି ଫେରାଇ ଅଣାଯାଇଛି । ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖୁଛୁ, ପଞ୍ଜାବ ଭିତରେ ପରିସ୍ଥିତି ଖରାପ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ । ପଞ୍ଜାବର ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।
ଏହି ବଡ ଘଟଣା ପରେ ବରିଷ୍ଠ ପୋଲିସ ଅଧିକାରୀ ଶିବସେନାର ସ୍ଥାନୀୟ ନେତା ହରିଶ ସିଙ୍ଗଲାଙ୍କୁ ପଚରାଉଚରା କରୁଛନ୍ତି । ଡିଏସପି କହିଛି ଯେ ଆମେ ଉଭୟ ଦଳର ମୁଖ୍ୟଙ୍କ ସହ କଥା ହେଉଛୁ । ଏହି ପୋଲିସ୍ ବାର୍ତ୍ତାଳାପ ମଧ୍ୟରେ ଶିବସେନା ଏକ ବଡ ପଦକ୍ଷେପ ନେଇ ହରିଶ ସିଙ୍ଗଲାଙ୍କୁ ଦଳରୁ ବହିଷ୍କାର କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+