ଚାଷୀଙ୍କ ଉପରକୁ ପଥର ମାଡ଼ ; ପୋଲିସର ପ୍ରୟୋଗ କଲା ଲାଠି ଓ ଲୁହବୁହା ଗ୍ୟାସ୍
ସୀନ୍ଧୁ ସୀମୀରେ 2ଶହରୁ ଅଧିକ ଲୋକ ବାଡ଼ି ଧରି ଚାଷୀଙ୍କୁ ଆକ୍ରମଣ କରିବା ସହ ଆନ୍ଦୋଳନ ଶେଷ କରିବାକୁ କହିଛନ୍ତି । ଏଥିସହିତ ଚାଷୀଙ୍କ ଉପରକୁ ଟେକା ପଥର ମାଡ଼ ମଧ୍ୟ କରି ଚାଷୀମାନଙ୍କ ଆନ୍ଦୋଳନକୁ ବିରୋଧ କରିଛନ୍ତି ।
ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ପରେ କେତେକ ଚାଷୀ ସଙ୍ଗଠନ ଆନ୍ଦୋଳନରୁ ଓହରିବା ସହ ଅନ୍ୟ କେତେକ ଚାଷୀ ସଙ୍ଗଠନ ସିନ୍ଧୁ ସୀମା ଏବଂ ଟିକ୍ରି ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ସମୟରେ ସୀନ୍ଧୁ ସୀମୀରେ 2ଶହରୁ ଅଧିକ ଲୋକ ବାଡ଼ି ଧରି ଚାଷୀଙ୍କୁ ଆକ୍ରମଣ କରିବା ସହ ଆନ୍ଦୋଳନ ଶେଷ କରିବାକୁ କହିଛନ୍ତି । ଏଥିସହିତ ଚାଷୀଙ୍କ ଉପରକୁ ଟେକା ପଥର ମାଡ଼ ମଧ୍ୟ କରି ଚାଷୀମାନଙ୍କ ଆନ୍ଦୋଳନକୁ ବିରୋଧ କରିଛନ୍ତି । ଚାଷୀଙ୍କ ଟେଣ୍ଟ ମଧ୍ୟ ଭାଙ୍ଗି ଦେଇଛନ୍ତି । ଚାଷୀ ଓ ବିରୋଧୀ ଲୋକଙ୍କ ମଧ୍ୟରେ ହୋଇଥିା ସଂଘର୍ଷକୁ ଏଡ଼ାଇବା ପାଇଁ ପୋଲିସ୍ ଲାଠି ଚାଳନା କରିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥଇବା ମଧ୍ୟ ଦେଖିବାକୁ ମିଳିଛି ।

ଏପରି ପରିସ୍ଥିତିରେ ଚାଷୀ ଆନ୍ଦୋଳନର ଆଗାମୀ ରଣନୀତି କଣ ରହିବ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି ।
#WATCH: Scuffle breaks out at Singhu border where farmers are protesting against #FarmLaws.
Group of people claiming to be locals have been protesting at the site demanding that the area be vacated. pic.twitter.com/XWBu9RlwLP
— ANI (@ANI) January 29, 2021












Click it and Unblock the Notifications