"ତୁମେ ତାଙ୍କୁ ବିବାହ କରିବ କି?", ଏହି ପ୍ରଶ୍ନକୁ ଭୁଲ ଭାବରେ ରିପୋର୍ଟ କରାଯାଇଛି : ପ୍ରଧାନ ବିଚାରପତି ଏସ୍ଏ ବୋବଡେ
ଆମେ ମହିଳାମାନଙ୍କୁ ଅଧିକ ସମ୍ମାନ କରୁଛୁ । ଏଠାରେ ସୂଚନାଥାଉକି, ଗତ ସପ୍ତାହରେ ଦୁଷ୍କର୍ମ ମାମଲାର ଶୁଣାଣି ବେଳେ କୋର୍ଟ ଅଭିଯୁକ୍ତଙ୍କୁ ପଚାରିଥିଲେ, ସେ ପୀଡିତାଙ୍କୁ ବିବାହ କରିବେ କି ନାହିଁ, ଏହା ପରେ ସିଜେଆଇ ଏବଂ କୋର୍ଟଙ୍କୁ କଡ଼ା ସମାଲୋଚନାର ଶିକାର ହୋଇଥିଲେ।
ନୂଆଦିଲ୍ଲୀ : ସୋମବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ କହିଥିଲେ ଯେ ଆପଣ ତାଙ୍କୁ ବିବାହ କରିବେ କି? ଏହି ପ୍ରଶ୍ନକୁ ଭୁଲ ଭାବରେ ଉପସ୍ଥାପିତ କରାଯିବା ସହିତ ସୁପ୍ରିମକୋର୍ଟ ଏବଂ ବିଚାରପତିଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଇଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି ବୋବଡେ । ସୁପ୍ରିମକୋର୍ଟର ଖଣ୍ଡପୀଠ କହିଛନ୍ତି ଯେ ଆମେ ମହିଳାମାନଙ୍କୁ ଅଧିକ ସମ୍ମାନ କରୁଛୁ । ଏଠାରେ ସୂଚନାଥାଉକି, ଗତ ସପ୍ତାହରେ ଦୁଷ୍କର୍ମ ମାମଲାର ଶୁଣାଣି ବେଳେ କୋର୍ଟ ଅଭିଯୁକ୍ତଙ୍କୁ ପଚାରି ଥିଲେ ଯେ ସେ ପୀଡିତାଙ୍କୁ ବିବାହ କରିବେ କି ନାହିଁ, ଯାହାକୁ ନେଇ ସିଜେଆଇ ଏବଂ କୋର୍ଟଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡିଥିଲା ।

ସୁପ୍ରିମକୋର୍ଟର ଅଧିକାରୀମାନେ ଗତ ବୁଧବାର ମଧ୍ୟ କହିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ତିନି ଜଣିଆ ଖଣ୍ଡପୀଠ ଦ୍ୱାରା ପଚରାଯାଇଥିବା ପ୍ରଶ୍ନ ଏକ 'ନ୍ୟାୟିକ ରେକର୍ଡ' ଉପରେ ଆଧାରିତ । ଯେଉଁଥିରେ ଉକ୍ତ ଅଭିଯୁକ୍ତର ସତ୍ୟପାଠ ଅନୁଯାୟୀ ସେ ଉକ୍ତ ନାବାଳିକାକୁ 18 ବର୍ଷ ବୟସ ପରେ ତାଙ୍କୁ ବିବାହ କରିବ ବୋଲି କହିଥିଲା । ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିସିଆଇ) ମଧ୍ୟ ସୁପ୍ରିମକୋର୍ଟଙ୍କୁ ରକ୍ଷା କରି କହିଛି ଯେ ସର୍ବୋଚ୍ଚ ନ୍ୟାୟପାଳିକାକୁ 'ବଦନାମ' କରିବା ଉଚିତ୍ ନୁହେଁ ଏବଂ ଏହାର ପ୍ରକ୍ରିୟାକୁ "ରାଜନୈତିକ ଫାଇଦା" ପାଇଁ ବ୍ୟବହାର କରିବା ମଧ୍ୟ ଉଚିତ୍ ନୁହେଁ ।












Click it and Unblock the Notifications