ଏନଭି ରମନାଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ସୁପାରିଶ କଲେ ସିଜେଆଇ ବୋବଡେ

ଭାରତର ପ୍ରଧାନ ବିଚାରପତି ଏସ ଏ ବୋବଡେ ବରିଷ୍ଠ ବିଚାରପତି ଜଷ୍ଟିସ ଏନ ଭି ରମନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ସୁପାରିଶ କରିଛନ୍ତି ।

ନୂଆଦିଲ୍ଲୀ : ଭାରତର ପ୍ରଧାନ ବିଚାରପତି ଏସ ଏ ବୋବଡେ ବରିଷ୍ଠ ବିଚାରପତି ଜଷ୍ଟିସ ଏନ ଭି ରମନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ସୁପାରିଶ କରିଛନ୍ତି । ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଶୁକ୍ରବାର ଦିନ ଜଷ୍ଟିସ ବୋବଡେଙ୍କ ନିକଟକୁ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିଶ କକିବାକୁ ଏକ ଚିଠି ଲେଖିଛନ୍ତି ।

ଏପ୍ରିଲ୍‌ ୨୩ ତାରିଖ ଦିନ ପ୍ରଧାନ ବିଚାରପତି ବୋବ୍‌ଡେ୍‌ ଅବସର ଗ୍ରହଣ କରିବେ। ନିଜର ଉତ୍ତରାଧିକାରୀ ସୁପାରିସ କରିବା ଲାଗି ଗତ ସପ୍ତାହରେ ସରକାର ତାଙ୍କୁ କହିଥିଲେ। ଏଥିପାଇଁ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁକ୍ରବାର ଦିନ ପ୍ରଧାନ ବିଚାରପତି ବୋବ୍‌ଡ଼େଙ୍କ ନିକଟକୁ ପତ୍ର ପଠାଇଥିଲେ।

CJI

ଉଚ୍ଚ ନ୍ୟାୟପାଳିକାର ସଦସ୍ୟଙ୍କ ନିଯୁକ୍ତିକୁ ପରିଚାଳନା କରୁଥିବା ସ୍ମାରକପତ୍ର ଅନୁଯାୟୀ, "ଭାରତର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ସୁପ୍ରିମକୋର୍ଟର ବରିଷ୍ଠ-ବିଚାରପତିଙ୍କ କାର୍ଯ୍ୟାଳୟ ହେବା ଉଚିତ୍ ବୋଲି ବିବେଚନା କରାଯାଏ " ।

ଏଥିରେ ଦର୍ଶାଯାଇଛି ଯେ ଆଇନ ମନ୍ତ୍ରୀ ଉପଯୁକ୍ତ ସମୟରେ ପରବର୍ତ୍ତୀ CJI ନିଯୁକ୍ତି ପାଇଁ ଭାରତର ବିଦାୟୀ ପ୍ରଧାନ ବିଚାରପତିଙ୍କ ସୁପାରିଶ ଲୋଡ଼ିବେ ।

ଏହି ପ୍ରକ୍ରିୟା ଅଧୀନରେ, ସିଜେଆଇର ସୁପାରିଶ ପାଇବା ପରେ ଆଇନ ମନ୍ତ୍ରୀ ଏହାକୁ ପ୍ରଧାନମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିଥାନ୍ତି, ଯିଏ ନିଯୁକ୍ତି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ।

ଡକ୍ୟୁମେଣ୍ଟରେ କୁହାଯାଇଛି ଯେ ଯେତେବେଳେ ଭାରତର ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରେ ବରିଷ୍ଠ-ଜଜଙ୍କ ଫିଟନେସ୍ ଉପରେ କୌଣସି ସନ୍ଦେହ ଥାଏ, ସେତେବେଳେ ଅନ୍ୟ ବିଚାରପତିଙ୍କ ସହ ପରାମର୍ଶ କ୍ରମେ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି କରାଯିବ ।

CJI ବୋବଡେଙ୍କ ପରେ ଜଷ୍ଟିସ ଏନ.ଭି ରାମନା ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ଅଟନ୍ତି । ଅଗଷ୍ଟ 27, 1957 ରେ ଜନ୍ମ ହୋଇଥିବା ବିଚାରପତି ରାମନାଙ୍କର କାର୍ଯ୍ୟକାଳ 26 ଅଗଷ୍ଟ 2022 ପର୍ଯ୍ୟନ୍ତ ରହିଛି।

ଆନ୍ଧ୍ର ପ୍ରଦେଶର ଏକ କୃଷକ ପରିବାରର ସନ୍ତାନ ରମନା 2000 ମସିହା ଜୁନ୍‌ ମାସରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । 2014 ଫେବୃଆରୀରେ ସୁପ୍ରିମ୍‌ କୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରେ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+