ଭାରତ ସହିତ ବିକାଶ ଉପରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଚୀନ୍, ତାୱାଙ୍ଗ ସଂଘର୍ଷ ପରେ କହିଲା ଚୀନ୍

ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି ଏବଂ ସେ କହିଛନ୍ତି ଯେ ଚୀନ୍ ଭାରତ ସହ ସମର୍କକୁ ମଜବୁତ କରିବା ସହ ବିକାଶ ପଥରେ କାମ କରିବାକୁ ପ୍ରସ୍ତୁତ ।

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଚୀନ୍ ସେନାକୁ ଭାରତୀୟ ଯବାନ ମାନେ ଜବାବ ଦେବା ପରେ ବର୍ତ୍ତମାନ ଚୀନ୍ ପୁଣି ନରମ ମନୋଭାବ ଦେଖାଉଛି । ଏହି ଘଟଣା ପରେ ଦୁଇ ଦେଶର ସାମରିକ କମାଣ୍ଡୋଙ୍କ ମଧ୍ୟରେ ଶେଷ ଆଲୋଚନା ହୋଇଥିଲା । ଏହା ପରେ ପ୍ରଥମ ଥର ପାଇଁ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି ଏବଂ ସେ କହିଛନ୍ତି ଯେ ଚୀନ୍ ଭାରତ ସହ ସମର୍କକୁ ମଜବୁତ କରିବା ସହ ବିକାଶ ପଥରେ କାମ କରିବାକୁ ପ୍ରସ୍ତୁତ ।

indo china face off

ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ରବିବାର କହିଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିର ତଥା ସୁଦୃଢ ବିକାଶ ପାଇଁ ଚୀନ୍ ଭାରତ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ । ସୀମା ଅଞ୍ଚଳରେ ସ୍ଥିରତା ବଜାୟ ରଖିବାକୁ ଦୁଇ ଦେଶ ପ୍ରତିବଦ୍ଧ । ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଥିବା ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଡିସେମ୍ବର 20 ରେ ଭାରତୀୟ ଏବଂ ଚୀନ୍ ସାମରିକ କମାଣ୍ଡୋମାନେ ଏକ ନୂତନ ରାଉଣ୍ଡ ଆଲୋଚନା ଆରମ୍ଭ କରିଛନ୍ତି ଏବଂ ଏହି ଆଲୋଚନା ଆରମ୍ଭ ହେବାର ପ୍ରାୟ ଏକ ସପ୍ତାହ ପରେ ଚୀନ୍ ବୈଦେଶିକ ମନ୍ତ୍ରୀ ଏ ନେଇ ମନ୍ତବ୍ୟ ଦେଇଛନ୍ତି । ଡିସେମ୍ବର 9 ରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ସଂଘର୍ଷ ପରେ ଦୁଇ ଦଳର ସୈନ୍ୟଙ୍କ ମଧ୍ୟରେ ପ୍ରଥମ ଉଚ୍ଚ ସ୍ତରୀୟ ଆଲୋଚନା ହୋଇଥିଲା ।

ଆନ୍ତର୍ଜାତୀୟ ପରିସ୍ଥିତି ତଥା ଚୀନ୍‌ର ବୈଦେଶିକ ସମ୍ପର୍କ ଉପରେ ଏକ ଆଲୋଚନାଚକ୍ରକୁ ସମ୍ବୋଧିତ କରି ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ କୂଟନୈତିକ ତଥା ସେନା-ଟୁ-ସେନା ଚ୍ୟାନେଲ ମାଧ୍ୟମରେ ଚୀନ୍ ଏବଂ ଭାରତ ଯୋଗାଯୋଗ ବଜାୟ ରଖିଛନ୍ତି । ଏହି ଅଞ୍ଚଳରେ ସ୍ଥିରତା ବଜାୟ ରଖିବା ପାଇଁ ଦୁଇ ଦେଶ ସୀମା ନିର୍ଦ୍ଧାରଣ କରିଛନ୍ତି । ଚୀନ୍-ଭାରତ ସମ୍ପର୍କର ସ୍ଥିର ତଥା ସୁଦୃଢ ବିକାଶ ପାଇଁ ଆମେ ଭାରତ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+