Get Updates
Get notified of breaking news, exclusive insights, and must-see stories!

ସୀମାରେ ସ୍ଥାୟୀ ଶିବିର ନିର୍ମାଣ କରୁଛି ଚୀନ, LAC ନିକଟରେ ଦୀର୍ଘଦୀନ ରହିବାର କରୁଛି ଯୋଜନା

ଚୀନ୍ LAC ନିକଟରେ ନିଜର ସେନା ପାଇଁ ଏକ ସ୍ଥାୟୀ ସାମରିକ ଶିବିର ନିର୍ମାଣ କରୁଛି । ସୂଚନାନୁସାରେ, ନାକୁ-ଲା ଏବଂ ପୂର୍ବ ଲଦାଖର LAC ନିକଟରେ ଚୀନ୍ କଂକ୍ରିଟ୍ ସାମରିକ ଶିବିର ନିର୍ମାଣ କରୁଛି ।

ନୂଆଦିଲ୍ଲୀ : ଗୋଟିଏ ପଟେ ଚୀନ୍ ଭାରତ ସହ ବିବାଦ ବିଷୟରେ ଆଲୋଚନା କରୁଥିବା ବେଳେ ଅନ୍ୟ ପଟେ ନିଜର ହରକତରୁ ବାହାରି ପାରୁନି । ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟର ଚୀନର ଆଉ ଏକ ଷଡ଼ଯନ୍ତ୍ର ବାହରକୁ ଆସିଛି । ଜଣାପଡିଛି ଯେ ଚୀନ୍ LAC ନିକଟରେ ନିଜର ସେନା ପାଇଁ ଏକ ସ୍ଥାୟୀ ସାମରିକ ଶିବିର ନିର୍ମାଣ କରୁଛି । ସୂଚନାନୁସାରେ, ନାକୁ-ଲା ଏବଂ ପୂର୍ବ ଲଦାଖର LAC ନିକଟରେ ଚୀନ୍ କଂକ୍ରିଟ୍ ସାମରିକ ଶିବିର ନିର୍ମାଣ କରୁଛି । ଏହା ଆଶଙ୍କା କରାଯାଉଛି ଯେ ଚୀନ୍ ପୁଣି ଥରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହେଉଛି, ଯାହା ପରେ ଗୁପ୍ତଚର ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି ।

china

LAC ଠାରୁ କିଛି କିଲୋମିଟର ଦୂରରେ କ୍ୟାମ୍ପ

ବରିଷ୍ଠ ସରକାରୀ ସୂତ୍ର ANI କୁ କହିଛି ଯେ ଉତ୍ତର ସିକ୍କିମ ଅଞ୍ଚଳର ନାକୁ ଲା ଅଞ୍ଚଳର ଅପର ପାର୍ଶ୍ୱରେ ଚୀନ୍ ଅଞ୍ଚଳ ଭିତରେ LAC ଠାରୁ କିଛି କିଲୋମିଟର ଦୂରରେ ଏକ ସାମରିକ ଶିବିର ନିର୍ମାଣ କରୁଛି । ଏହି ସ୍ଥାନଟି ଗତ ବର୍ଷ ଏବଂ ଚଳିତ ବର୍ଷ ଜାନୁଆରୀରେ ଭାରତୀୟ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ସ୍ଥାନଠାରୁ ମାତ୍ର କିଛି ଦୂରରେ ରହିଛି । ସୂତ୍ରରୁ ପ୍ରକାଶ, "ଚୀନ ସ୍ଥାୟୀ କଂକ୍ରିଟ ଶିବିର ନିର୍ମାଣ କରୁଛି, ଯେଉଁଠାରେ LAC ନିକଟରେ ନିଜର ସେନା ନିୟୋଜିତ କରିପାରେ । ଏହି ସ୍ଥାନରେ ସଡ଼କ ମାର୍ଗ ମଧ୍ୟ ବହୁତ ଭଲ ରହିଛି, ଯାହାକି ଡ୍ରାଗନ ସେନାକୁ ଭାରତ ସୀମାରେ ପହଞ୍ଚିବାରେ ସାହାଯ୍ୟ କରିବ ।

ସୂତ୍ରରୁ ପ୍ରକାଶ ଯେ ଏହି ଆଧୁନିକ ଢାଞ୍ଚା ଗୁଡ଼ିକର ଗଠନ ପୂର୍ବ ଲଦାଖ ଏବଂ ଅରୁଣାଚଳ ଅଞ୍ଚଳରେ ମଧ୍ୟ ଦେଖାଯାଇଛି । ଏହି ନିର୍ମାଣ ଚୀନ୍ ସେନାକୁ ଶୀତ ସମୟରେ ଅଗ୍ରଗାମୀ ଅଞ୍ଚଳରେ ଥିବା ସୈନ୍ୟ ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିବ । ପୂର୍ବ ଲଦାଖର ଆଗ ଧାଡି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହୁଏ, ଯେଉଁ କାରଣରୁ ଏଠାରେ ଗତ ନିୟୋଜନ ସମୟରେ ଚୀନ୍ ସୈନିକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ପ୍ରବଳ ଶୀତ ହେତୁ ଚାଇନାକୁ 90% ସାମରିକ ଶକ୍ତି ସେଠାରୁ ପ୍ରତ୍ୟାହାର କରିବାକୁ ପଡିଲା ।

ସୀମା ଅଞ୍ଚଳରେ ସ୍ଥାୟୀ ଶିବିର ନିର୍ମାଣ ଦର୍ଶାଉଛି ଯେ ଚୀନ୍ ଏଠାରେ ଦୀର୍ଘ ସମୟ ରହିବାକୁ ପ୍ରସ୍ତୁତ ହେଉଛି । ଚଳିତ ବର୍ଷ ଫେବୃଆରୀରେ ପୌଙ୍ଗଙ୍ଗ ହ୍ରଦ ଅଞ୍ଚଳ ଯେଉଁଥିରୁ ଉଭୟ ଭାରତ ଏବଂ ଚୀନ୍ ନିଜର ସୈନ୍ୟ ପ୍ରତ୍ୟାହାର କରିଥିଲେ, କିନ୍ତୁ ବର୍ତ୍ତମାନ ଚୀନ୍ ମଧ୍ୟ ଏହି କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ କରୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+