Get Updates
Get notified of breaking news, exclusive insights, and must-see stories!

ରଣନୈତିକ କ୍ଷେତ୍ରରେ ମଡେଲ ଗ୍ରାମ ବିସ୍ତାର କରୁଛି ଚୀନ୍

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ଚୀନ୍ ଉପତ୍ୟକା ସମେତ ଉତ୍ତରାଖଣ୍ଡ, ସିକ୍କିମ୍ ଏବଂ ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାନ୍ ମଡେଲ ଗ୍ରାମ ବିସ୍ତାର କରୁଛି ।

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଉତ୍ତେଜନା ସୃଷ୍ଟି କରିବାରୁ ନିବୃତ୍ତ ହେଉନାହିଁ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ଚୀନ୍ ଉପତ୍ୟକା ସମେତ ଉତ୍ତରାଖଣ୍ଡ, ସିକ୍କିମ୍ ଏବଂ ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାନ୍ ମଡେଲ ଗ୍ରାମ ବିସ୍ତାର କରୁଛି । ଏଥିରେ ଚୁମ୍ବି ଘାଟି ମଧ୍ୟ ସାମିଲ ଅଛି, ଯାହାକି ରଣନୀତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ସିଲିଗୁଡ଼ି କରିଡର ନିକଟରେ ରହିଛି ।

china

ଚୁମ୍ବି ଉପତ୍ୟକାର ପାଙ୍ଗଡା, ଯେଉଁଠାରେ ପୂର୍ବରୁ ଏକ ଜିଆଓକାଙ୍ଗ ଗ୍ରାମ ସ୍ଥାପିତ ହୋଇଥିଲା, ଦୁଇଟି କ୍ଲଷ୍ଟରରେ ଏକ ନୂତନ ଗାଁ ବିସାତର କରୁଛି ଚୀନ୍ । ସ୍ୟାଟେଲାଇଟ୍ ଫଟୋକୁ ଦର୍ଶାଇ ଏକ ସୂତ୍ରରୁ ପ୍ରକାଶ ଯେ, ଅନ୍ୟ କ୍ଲଷ୍ଟରରେ ଯାନବାହାନର କାର୍ଯ୍ୟକଳାପ ବୃଦ୍ଧି ପାଇଛି ଏବଂ ଏହା ଶୀଘ୍ର ଦଖଲ ହେବାର ସମ୍ଭାବନା ରହିଛି । ନଭେମ୍ବରରେ, ବୁମ୍ ଲା ଠାରୁ ପ୍ରାୟ 7 କିଲୋମିଟର ଦୂରରେ ଥିବା ଏକ ଗ୍ରାମ ନିକଟରେ ଜମି ସଫା କରିବା କାର୍ଯ୍ୟକଳାପ ପରିଲକ୍ଷିତ ହୋଇଥିଲା ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

ସେହିଭଳି ଉତ୍ତରାଖଣ୍ଡ ନିକଟରେ LAC ଠାରୁ 11 କିଲୋମିଟର ଦୂରରେ ଥିବା ଚୁରୁପ ଅଞ୍ଚଳରେ ଏହିପରି ଦୁଇଟି ଗାଁର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି । 35-36 ବାସଗୃହକୁ ନେଇ ଅନ୍ୟ ଏକ ମଡେଲ୍ ଗ୍ରାମ, LAC ଠାରୁ 52 କିଲୋମିଟର ଦୂରରେ ଥିବା କାଙ୍ଗଜେରେ ମଧ୍ୟ ମଧ୍ୟ କ୍ଷେତ୍ରର ବିପରୀତ ଦିଗରେ ନିର୍ମାଣ ଚାଲିଛି ।

1971 ମସିହାରେ ବାଂଲାଦେଶର ମୁକ୍ତି ଯୁଦ୍ଧକୁ ସ୍ମରଣ କରି ବିଜୟ ଦିବସ ଅବସରରେ ଭାଷଣ ଦେଇ ଲେଫ୍ଟ ଜେନେରାଲ କଲିତା କହିଛନ୍ତି, "ଏହା ସେହି ଅଞ୍ଚଳ ମଧ୍ୟରୁ ଅନ୍ୟତମ, ଯେଉଁଠାରେ LAC ର ଭିନ୍ନ ଧାରଣା ଅଛି । PLA ପାଟ୍ରୋଲିଂ ଉଲ୍ଲଂଘନ କରିଥିଲା, ଯାହାକି ଆମ ସୈନ୍ୟବାହିନୀ ଦ୍ୱାରା ସ୍ଥଳଭାଗରେ ଦୃଢ ପ୍ରତିବାଦ କରାଯାଇଥିଲା । ଫଳରେ କିଛି ପରିମାଣର ଶାରୀରିକ ହିଂସା ଘଟିଥିଲା । କିନ୍ତୁ ଏହା ସ୍ଥାନୀୟ ସ୍ତରରେ ରହିଥିଲା ।"
ଆପଣଙ୍କୁ କହି ରଖୁଛୁ, ଗତ କିଛି ଦିନ ପୂର୍ବରୁ ଡ୍ରାଗନ୍ ସେନା ଅରୁଣାଚଳ ପ୍ରଦେଶ ନିକଟରେ ଥିବା ସୀମାରେ ଅନଉପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଏହାକୁ ଦୃଢ ପ୍ରତିବାଦ କରିଥିଲା ଭାରତୀୟ ସେନା । ଉଭୟ ପକ୍ଷର ସେନା ମଧ୍ୟରେ ସଂଘର୍ଷ ହେବାରୁ କିଛି ସୈନ୍ୟ ମଧ୍ୟ ଆହତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+