ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଭୋଟ ଦେବାକୁ ମୋଦୀଙ୍କ ଅପିଲ
ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ପିଏମ ମୋଦୀ ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟରଙ୍କୁ ବିଶେଷ ଶୁଭେଚ୍ଛା ଜଣାଇଛନ୍ତି:
ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ (ଟୁଇଟ) ଲେଖିଛନ୍ତି ଯେ ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ରାଜ୍ୟର ସମସ୍ତ ଯୁବକଙ୍କୁ ମୋର ବିଶେଷ ଶୁଭେଚ୍ଛା।
आज मध्य प्रदेश की सभी विधानसभा सीटों के लिए वोट डाले जाएंगे। मुझे विश्वास है कि राज्य के हर क्षेत्र के मतदाता पूरी गर्मजोशी से मतदान करेंगे और लोकतंत्र के इस महापर्व की रौनक बढ़ाएंगे। इस चुनाव में पहली बार वोट देने वाले राज्य के सभी युवाओं को मेरी विशेष शुभकामनाएं।
— Narendra Modi (@narendramodi) November 17, 2023
ଛତିଶଗଡର ଭୋଟରଙ୍କୁ ଆବେଦନ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ଆଜି ଛତିଶଗଡ ବିଧାନସଭା ନିର୍ବାଚନରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ସମସ୍ତ ଭୋଟରଙ୍କୁ ମତ ଦେବାକୁ ଅନୁରୋଧ । ଆପଣଙ୍କର ପ୍ରତ୍ୟେକ ଭୋଟ୍ ଗଣତନ୍ତ୍ର ପାଇଁ ମୂଲ୍ୟବାନ ଅଟେ ।
छत्तीसगढ़ विधानसभा चुनाव में आज दूसरे और आखिरी दौर का मतदान है। सभी मतदाताओं से मेरा निवेदन है कि वे अपने मताधिकार का प्रयोग जरूर करें। आपका हर वोट लोकतंत्र के लिए बहुमूल्य है।
— Narendra Modi (@narendramodi) November 17, 2023
ଭୋଟ ଦେଉଛି ମଧ୍ୟପ୍ରଦେଶ ଓ ଛତିଶଗଡ । ମଧ୍ୟପ୍ରଦେଶର ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୩୦ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ଏଥିରେ ୨୫୨ ଜଣ ମହିଳାଙ୍କ ସମେତ ମୋଟ ୨ ହଜାର ୫୩୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ମୋଟ ୫କୋଟି ୬୦ହଜାର ମତଦାତାଙ୍କ ପାଇଁ ୬୪ହଜାର ୬୨୬ ଭୋଟ କେନ୍ଦ୍ର କରାଯାଇଛି । ବିଜେପି,କଂଗ୍ରେସ ସମସ୍ତ ଆସନରେ ଲଢ଼ିବେ । ସେହିପରି ବିଏସପି ୧୮୧, ସମାଜବାର୍ଦି ପାର୍ଟି ୭୧ ଓ ଆମ ଆଦମୀ ପାର୍ଟି ୬୬ ଆସନରେ ଲଢ଼ିବେ । ମଧ୍ୟପ୍ରଦେଶର ୨୩୦ଟି ଓ ଛତିଶଗଡର ୭୦ଟି ଆସନ ପାଇଁ ଚାଲିଛି ଭୋଟିଂ ।
ସେପଟେ ଛତିଶଗଡରେ ୨ୟ ପର୍ଯ୍ୟାୟରେ ମତଦାନ ଚାଲିଛି । ୨୦୧୮ ଛତିଶଗଡ ନିର୍ବାଚନରେ ବିଜେପିର ୧୫ବର୍ଷ ଶାସନକୁ ଧୁଳି ଚଟେଇ ଶାସନ ଗାଦି ହାତେଇଥିଲା କଂଗ୍ରେସ । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୮ ହଜାର ୮୦୦ରୁ ଅଧିକ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିମଧ୍ୟରୁ ୭୦୦ଟି ସଙ୍ଗୱାରୀ ମତଦାନ କେନ୍ଦ୍ର ରହିଛି ଯେଉଁଥିରେ କେବଳ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ ୯୫୮ ଜଣ ପ୍ରାର୍ଥୀ ୭୦ଟି ଆସନ ପାଇଁ ଲଢ଼ୁଛନ୍ତି । ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ସମସ୍ତ ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜୋରଦାର ପ୍ରଚାର ଓ ନିର୍ବାଚନର ଇସ୍ତାହାରରେ ପ୍ରତିଶ୍ରୁତିର ବର୍ଷା ମଧ୍ୟ କରିଥିଲା ସମସ୍ତ ଦଳ । ତେବେ ଡିସେମ୍ବର ୩ରେ ଫଳାଫଳ ଘୋଷଣା ହେବ












Click it and Unblock the Notifications