Get Updates
Get notified of breaking news, exclusive insights, and must-see stories!

ମଧ୍ୟପ୍ରଦେଶର ୨୩୦ଟି ଓ ଛତିଶଗଡର ୭୦ଟି ଆସନ ପାଇଁ ଚାଲିଛି ଭୋଟିଂ

ଭୋଟ ଦେଉଛି ମଧ୍ୟପ୍ରଦେଶ ଓ ଛତିଶଗଡ । ମଧ୍ୟପ୍ରଦେଶର ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୩୦ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ଏଥିରେ ୨୫୨ ଜଣ ମହିଳାଙ୍କ ସମେତ ମୋଟ ୨ ହଜାର ୫୩୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟ । ଏହା ୨୦୨୪ ପୂର୍ବରୁ ସେମି ଫାଇନାଲ ।

ମୋଟ ୫କୋଟି ୬୦ହଜାର ମତଦାତାଙ୍କ ପାଇଁ ୬୪ହଜାର ୬୨୬ ଭୋଟ କେନ୍ଦ୍ର କରାଯାଇଛି । ବିଜେପି,କଂଗ୍ରେସ ସମସ୍ତ ଆସନରେ ଲଢ଼ିବେ । ସେହିପରି ବିଏସପି ୧୮୧, ସମାଜବାର୍ଦି ପାର୍ଟି ୭୧ ଓ ଆମ ଆଦମୀ ପାର୍ଟି ୬୬ ଆସନରେ ଲଢ଼ିବେ । ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତି ଓ ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ସମସ୍ତ ଭୋଟରଙ୍କୁ ବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।

ସେପଟେ ଛତିଶଗଡରେ ୨ୟ ପର୍ଯ୍ୟାୟରେ ମତଦାନ ଚାଲିଛି । ୨୦୧୮ ଛତିଶଗଡ ନିର୍ବାଚନରେ ବିଜେପିର ୧୫ବର୍ଷ ଶାସନକୁ ଧୁଳି ଚଟେଇ ଶାସନ ଗାଦି ହାତେଇଥିଲା କଂଗ୍ରେସ । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୮ ହଜାର ୮୦୦ରୁ ଅଧିକ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିମଧ୍ୟରୁ ୭୦୦ଟି ସଙ୍ଗୱାରୀ ମତଦାନ କେନ୍ଦ୍ର ରହିଛି ଯେଉଁଥିରେ କେବଳ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Chhatisgarh and madhya Pradesh assembly election

ଦ୍ୱିତୀୟ ପର୍ଯ୍ୟାୟରେ ୯୫୮ ଜଣ ପ୍ରାର୍ଥୀ ୭୦ଟି ଆସନ ପାଇଁ ଲଢ଼ୁଛନ୍ତି । ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ସମସ୍ତ ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସମସ୍ତ କାର୍ଯ୍ୟ ଛାଡି ପ୍ରଥମେ ଭୋଟ୍ ଦେବା ଉଚିତ୍ ବୋଲି ସାଧାରଣ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରାଯାଇଛି । କେବଳ ଗୋଟିଏ ଦିନ ଯେଉଁ ଦିନ ଆମେ ଆମର ଅଧିକାର ପାଇଁ ଭୋଟ୍ ଦେଉଛେ ଏବଂ ଆମ ହାକରେ ଏକ ଭଲ ସମାଜ ଗଠନ କରିପାରିବା ଦାୟିତ୍ୱ ରହିଛି ବୋଲି ଏହି ରଙ୍ଗୋଲି ମାଧ୍ୟମରେ ବୁଝାଇବା ପାଇଁ ଚେଷ୍ଟା କରାଯାଇଛି ।

ଜୋରଦାର ପ୍ରଚାର ଓ ନିର୍ବାଚନର ଇସ୍ତାହାରରେ ପ୍ରତିଶ୍ରୁତିର ବର୍ଷା ମଧ୍ୟ କରିଥିଲା ସମସ୍ତ ଦଳ । ତେବେ ଡିସେମ୍ବର ୩ରେ ଫଳାଫଳ ଘୋଷଣା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+