Get Updates
Get notified of breaking news, exclusive insights, and must-see stories!

ଭାରତୀୟ ନୌସେନାର ହେଲିକପ୍ଟର ଚେତକ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

Helicopter Crash: ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ଅପରାହ୍ନରେ କୋଚିର ନାଭାଲ ମୁଖ୍ୟାଳୟରେ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।

Chetak helicopter

ସାଉଥ୍ ନାଭାଲ୍ କମାଣ୍ଡର ମୁଖ୍ୟାଳୟ ଆଇଏନ୍ଏସ୍ ଗରୁଡ଼ ରନୱେରେ ଏହି ଦୁର୍ଘଟଣା ଘଟିଛି । ହେଲିକପ୍ଟରର ରୋଟର୍ ବ୍ଲେଡ୍ ରନୱେକୁ ଧକ୍କା ଦେଇଥିଲା । ଟ୍ରେନିଂ ଉଡ଼ାଣ ସମୟରେ ଏହି ଘଟଣା ଘଟିଛି ।

ସୂଚନାନୁସାରେ, ରନୱେରେ ଉପସ୍ଥିତ ଥିବା ନୌସେନା ଅଧିକାରୀ ହେଲିକପ୍ଟରର ରୋଟର୍ ବ୍ଲେଡ୍ ଦ୍ୱାରା ଧକ୍କା ହେବା ପରେ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ ବିମାନରେ ଦୁଇଜଣ କ୍ରୁ ମେମ୍ବର ଥିଲେ ।

ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ଏହି ଦୁର୍ଘଟଣାରେ ହେଲିକପ୍ଟର ପାଇଲଟଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି । ଉଭୟ ନାଭାଲ ମୁଖ୍ୟାଳୟର ସଞ୍ଜୀବନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶନିବାର ଅପରାହ୍ନ ପ୍ରାୟ 2.30 ଟା ନିୟମିତ ପ୍ରଶିକ୍ଷଣ ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+