କେଦାରନାଥ-ବଦ୍ରିନାଥ ଯାତ୍ରା ଯୋଜନା କରୁଛନ୍ତି କି ? ତା ପୂର୍ବରୁ ଜାଣି ନିଅନ୍ତୁ କଣ ରହିଛି ପାଣିପାଗ ଅପଡେଟ୍

ଦେହରାଡୁନ୍ : ଚାରି ଧାମ ଯାତ୍ରା ଆରମ୍ଭ ହୋଇଛି । ମଙ୍ଗଳବାର (ଅପ୍ରେଲ 25) ସକାଳେ ତୀର୍ଥଯାତ୍ରୀଙ୍କ ପାଇଁ କେଦାରନାଥ ଧାମର ଦ୍ୱାର ମଧ୍ୟ ଖୋଲାଯାଇଛି । ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଚାରିଧାମ ଯାତ୍ରା କରିବାକୁ ଯୋଜନା କରୁଛନ୍ତି । ତେବେ ଚାରିଧାମ ଯାତ୍ରା କରିବା ପୂର୍ବରୁ ସେଠାକାର ପାଣିପାଗ ବିଷୟରେ ଜାଣି ରଖିବା ଉଚିତ୍ । ଏପରିକି କେଦାରନାଥ ମନ୍ଦିର ଯାତ୍ରା ଆରମ୍ଭ କରିବା ପୂର୍ବରୁ ତୀର୍ଥଯାତ୍ରୀମାନଙ୍କୁ ଏ ନେଇ ଅବଗତ ରହିବାକୁ ପାଣିପାଗ ବିଭାଗ (ଆଇଏମଡି) ପରାମର୍ଶ ଦେଇଛି ।
ଆସନ୍ତା 7 ଦିନ ପାଇଁ କେଦାରନାଥ ଏବଂ ବଦ୍ରିନାଥ ଅଞ୍ଚଳରେ ପ୍ରବଳ ତୁଷାରପାତ ଏବଂ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଏଭଳି ପରିସ୍ଥିତିରେ ଉତ୍ତରାଖଣ୍ଡ ସରକାର କହିଛନ୍ତି ଯେ ପୂର୍ବରୁ ପଞ୍ଜୀକରଣ କରିଥିବା ଶ୍ରଦ୍ଧାଳୁଙ୍କୁ ରୁଦ୍ରପ୍ରୟାଗ ଯିବାପାଇଁ ଅନୁମତି ଦିଆଯାଉଛି । ଏନ୍ୟ ତୀର୍ଥଯାତ୍ରୀଙ୍କୁ ଶ୍ରୀନଗରରେ ଅଟକାଯାଉଛି ।
ଉତ୍ତରାଖଣ୍ଡର ଡିଜିପି ଅଶୋକ କୁମାର କହିଛନ୍ତି ଯେ ପାଗରେ ଉନ୍ନତି ହେତୁ ତୀର୍ଥଯାତ୍ରୀଙ୍କୁ କେଦାରନାଥ ଧାମ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ପାଣିପାଗର ଅବସ୍ଥା ଖରାପ ହେବା ମାତ୍ରେ ଆମେ ଯାତ୍ରା ବନ୍ଦ କରିବୁ ।
ଗତ ତିନି ଦିନ ଧରି କେଦାରନାଥରେ ହେଉଥିବା ତୁଷାରପାତ ହେତୁ ତୀର୍ଥଯାତ୍ରା ସହର ଏବଂ ତୀର୍ଥଯାତ୍ରା ମାର୍ଗ ବରଫରେ ଆଚ୍ଛାଦିତ ହୋଇଯାଇଥିଲା । ଡିଫେନ୍ସ ଜିଓ ଇନଫର୍ମାଟିକ୍ସ ରିସର୍ଚ୍ଚ ଏଷ୍ଟାବ୍ଲିସମେଣ୍ଟ (ଚଣ୍ଡିଗଡ଼) ସୋମବାର ଚାମୌଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରାକାଶୀରେ ହିମସ୍ଖଳନ ନେଇ ଚେତାବନୀ ଦେଇଛି ।
ରୁଦ୍ରପ୍ରୟାଗ ଜିଲ୍ଲାର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏନ.କେ ରାଜୱାର କେଦାରନାଥକୁ ଟ୍ରେକ୍ ମାର୍ଗରେ ପରିସ୍ଥିତିକୁ ବର୍ତ୍ତମାନ ବିପଦପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି, "ଲିଞ୍ଚୋଲି ନିକଟସ୍ଥ ଭୈରବ ଏବଂ କୁବେର ଗ୍ଲେସିୟର ଦେଇ ଟ୍ରେକ୍ ମାର୍ଗର ଅବସ୍ଥା ଅତ୍ୟନ୍ତ ବିପଜ୍ଜନକ ଅଟେ । କୌଣସି ସମୟରେ ହିମ ସ୍ଖଳନ ହୋଇପାରେ ।
ଏନ.କେ ରାଜୱାର କହିଛନ୍ତି ଯେ ସେହି ଅଞ୍ଚଳରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ଜିଲ୍ଲା ପ୍ରଶାସନିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । "ଆମେ କେବଳ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ସମୟରେ ସେହି ଅଞ୍ଚଳ ଦେଇ ଯିବାକୁ ଅନୁମତି ଦେଉଛୁ । କେଦାରନାଥରେ ରାତିର ତାପମାତ୍ରା -4 ଡିଗ୍ରୀ ସେଲସିୟସକୁ ଖସି ଆସୁଛି, ଯାହା ସମସ୍ୟାକୁ ଆହୁରି ବଢାଇଦେଉଛି ।
ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି, 'ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସଡିଆରଏଫକୁ ଆଲର୍ଟ ମୋଡରେ ରଖାଯାଇଛି । କେଦାରନାଥରେ ପାଣିପାଗ ସ୍ଥିତିକୁ ଆଧାର କରି ଆମେ ଯାତ୍ରା ଉପରେ ନିଷ୍ପତ୍ତି ନେବୁ । ମଙ୍ଗଳବାର (ଅପ୍ରେଲ 25) ରେ ଯଦି ପାଣିପାଗ ସ୍ପଷ୍ଟ ହୁଏ, ତେବେ ତୀର୍ଥଯାତ୍ରୀମାନଙ୍କୁ ଆଗକୁ ବଢିବାକୁ ଅନୁମତି ଦିଆଯିବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications