Get Updates
Get notified of breaking news, exclusive insights, and must-see stories!

Chandrayaan 3: ଚନ୍ଦ୍ରରେ ମିଳିଲା ଅମ୍ଳଜାନ ! ରହିଛି ଏହି ସବୁ ଖଣିଜ ପଦାର୍ଥ

Chandrayaan 3: ଚନ୍ଦ୍ରଜାନ 3 ମିଶନର ସଫଳ ଅବତରଣ ପରେ ଏବେ ଭାରତକୁ ମିଳିଛି ବଡ଼ ସଫଳତା । ରୋଭରରୁ ବାହାରି ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଏହାର ଗବେଷଣା ଜାରି ରଖିଛି । ସେଠାକାର ତାପମାତ୍ରା ଓ ଟିକିନିଖି ସ୍ଥିତି ବିଷୟରେ ଇସ୍ରୋକୁ ଅବଗତ କରାଉଛି । ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚନ୍ଦ୍ର ପୃଷ୍ଠରେ ଅମ୍ଳାଜାନର ସନ୍ଧାନ କରିଛି ପ୍ରଜ୍ଞାନ । ଏହ ସହ ଅନେକ ସଲଫର୍ ରହିଥିବା ଜଣାପଡ଼ିଛି । ଏପରିକି ଚନ୍ଦ୍ରରେ ଖଣିଜ ପଦାର୍ଥ ରହିଥିବା ନେଇ ମଧ୍ୟ ସୂଚନା ଦେଇଛି ପ୍ରଜ୍ଞାନ ।

moon

ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ମଙ୍ଗଳବାର ଟ୍ୱିଟ୍ କରି ଏକ ବଡ଼ ଖବର ଭାରତୀୟଙ୍କୁ ଦେଇଛି । ଇସ୍ରୋ କରିଥିବା ପୋଷ୍ଟ ମାଧ୍ୟମରେ କୁହାଯାଇଛି ଯେ, ପ୍ରଜ୍ଞାନ ରୋଭରର ପେଲୋଡ୍ ମାଧ୍ୟମରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର୍ ଥିବା ନିଶ୍ଚିତ ହୋଇଛି । ଏହା ସହ ଇସ୍ରୋ କହିଛି ଯେ, ସଲଫର୍ ମିଳିବା ପରେ ଏବେ ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ହାଇଡ୍ରୋଜେନ (ଉଦଜାନ)ର ସନ୍ଧାନ କରୁଛି ।

ଏଥିସହ ଇସ୍ରୋ କହିଛି ଯେ, ପ୍ରଥମ ଥର ପାଇଁ ରୋଭରରେ ଲାଗିଥିବା 'ଲେଜର-ଇଣ୍ଡ୍ୟୁସଡ୍ ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପ୍' (ଏଲଆଇବିଏସ) ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର୍ ଥିବା ନିଶ୍ଚିତ କରିଛି । ପ୍ରାଥମିକ ଅନୁଶୀଳନ ଅନୁଯାୟୀ, ଚନ୍ଦ୍ରର ଦକ୍ଷିଣ ମେରୁରେ ଆଲୁମିନିୟମ, କ୍ୟାଲସିୟମ, ଆଇରନ୍, କ୍ରୋମିୟମ, ଟିଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଓ ଅକ୍ସିଜେନ୍ ଥିବାର ଜଣାପଡ଼ିଛି । ଏସବୁ ପଦାର୍ଥ ଚିହ୍ନଟ କରିବା ପରେ ଏବେ ହାଇଡ୍ରୋଜେନ୍ (ଏଚ୍)ର ସନ୍ଧାନ ଚଳାଇଛି ପ୍ରଜ୍ଞାନ । ସୂଚନାଯୋଗ୍ୟ, ଏହି ଏଲଆଇବିଏସ ପେଲୋଡ୍ ବେଙ୍ଗାଲୁରୁର ଏକ ଲାବୋରେଟୋରିରେ ତିଆରି ହୋଇଥିଲା ।
ଏହା ପୂର୍ବରୁ ସୋମବାର ଇସ୍ରୋ ସୂଚିତ କରିଥିଲେ ଯେ ଚନ୍ଦ୍ରଯାନ-3 ମିସନରେ ପ୍ରେରଣ କରାଯାଇଥିବା ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଥିବା ଏକ 4 ମିଟର ଚୌଡାର ଗର୍ତ୍ତ ନିକଟକୁ ପହଞ୍ଚି ଯାଇଥିଲା । ଏଣୁ ତାକୁ ପଛକୁ ଯିବାକୁ ନିର୍ଦ୍ଦେଶ ଦିଆଯିବାରୁ ରୋଭର ସେହି ଅନୁସାରେ ପଛକୁ ଫେରି ଗର୍ତରୁ ନିଜକୁ ସୁରକ୍ଷିତ ଦୂରତାକୁ ନେଇଥିଲା । ସୋସିଆଲ ମିଡିଆରେ ଇସ୍ରୋଙ୍କ ପୋଷ୍ଟରେ ରୋଭର ଏବେ ସୁରକ୍ଷିତ ନୂଆ ରୁଟରେ ଆଗକୁ ବଢୁଛି ବୋଲି କୁହାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+