Chandrayaan 3 : ଚନ୍ଦ୍ର ମିଶନରେ ଓଡିଶାର ପ୍ରମୁଖ ଭୂମିକା
ଭୁବନେଶ୍ୱର : ଆସନ୍ତା କାଲି ଜୁଲାଇ 14 ରେ ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରାୟନ 3 । ଏ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ସମସ୍ତ ପ୍ରସ୍ତୁତି ପରେ ଏହାର ସଫଳ ଉତକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପ୍ରସ୍ତୁତ ହୋଇ ସାରିଛି ।

କିନ୍ତୁ, ଆପଣ ଜାଣନ୍ତି କି ସାରା ଦେଶର ନଜରରେ ଥିବା ଚନ୍ଦ୍ରାୟନ 3 ପଛରେ ଓଡ଼ିଶାର ରହିଛି ବଡ଼ ଅବଦାନ । ଚନ୍ଦ୍ରୟାନ 3 ର ଅଧିକାଂଶ ଉପକରଣ ଓଡ଼ିଶାରେ ତିଆରି ହୋଇଛି । ଲ୍ୟାଣ୍ଡର୍, ରୋଭର ଏବଂ ମହାକାଶଯାନର ପ୍ରମୁଖ ଉପାଦାନ ଭୁବନେଶ୍ୱର ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର୍ (CTTC) ରେ ପ୍ରସ୍ତୁତ କରାଯାଇଛି । ପ୍ରଶିକ୍ଷଣ କେନ୍ଦ୍ରର 100 ରୁ ଅଧିକ ଟେକ୍ନିସିଆନ ଗତ ଦୁଇ ବର୍ଷ ଧରି କଠିନ ପରିଶ୍ରମ କରି ଏଥିରେ ଗୁରୁତ୍ୱ ଭୂମିକା ଗ୍ରହଣ କରିଛନ୍ତି ।
CTTC ଭୁବନେଶ୍ୱର 25 ବର୍ଷରୁ ଅଧିକ ସମୟ ଧରି ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି ।
ଚନ୍ଦ୍ରାୟନ 3 ମିଶନରେ ଭୁବନେଶ୍ୱର CTTC ର ଅବଦାନ ବିଷୟରେ କହି ଏହାର ଜେନେରାଲ ମ୍ୟାନେଜର ଏଲ ରାଜଶେଖର ଏକ ଗଣମାଧ୍ୟକୁ କହିଛନ୍ତି ଯେ ଜଣେ ଭାରତୀୟ ଭାବରେ ମୁଁ ଚନ୍ଦ୍ରଯାନ -3 ର ଏହି ନିର୍ଦ୍ଦିଷ୍ଟ ମିଶନ ପାଇଁ ଗର୍ବିତ ଅନୁଭବ କରୁଛି । ଆଜି ପର୍ଯ୍ୟନ୍ତ କୌଣସି ଦେଶ ଲ୍ୟାଣ୍ଡର ଏବଂ ରୋଭର ସହ ସଫଳ ଅବତରଣ କରିବାରେ ସକ୍ଷମ ହୋଇ ନାହାଁନ୍ତି । ଏହା ପ୍ରଥମ ଥର ହେବାକୁ ଯାଉଛି ଏବଂ ଏହା ପ୍ରକୃତରେ ଭାରତ ପାଇଁ ଇତିହାସ ସୃଷ୍ଟି କରିବ ।"
ଭିୁବନେଶ୍ୱର ସ୍ଥିତ CTTC ଠାରେ ଭାଲଭ୍, ଆଭ୍ୟନ୍ତରୀଣ ନାଭିଗେସନ୍ ସିଷ୍ଟମ୍, ତାପମାତ୍ରା ସେନସର, ଏରୋସ୍ପେସ୍, ଗାଇରୋସ୍କୋପ୍, RGPD ଏବଂ ଅନ୍ୟାନ୍ୟ ଉପାଦାନଗୁଡ଼ିକ ପ୍ରସ୍ତୁତ କରାଯାଇଛି । ପ୍ରଶିକ୍ଷଣ କେନ୍ଦ୍ରର 150 ରୁ ଅଧିକ ଟେକ୍ନିସିଆନ ଚନ୍ଦ୍ରୟାନ -3 ପାଇଁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ପ୍ରସ୍ତୁତ କରିବା ପାଇଁ ଗତ ଦୁଇ ବର୍ଷ ଧରି କଠିନ ପରିଶ୍ରମ କରିଛନ୍ତି ।
ସୂଚନା ଥାଉକି, ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ 3 ମିଶନର ଉତକ୍ଷେପଣ ଜୁଲାଇ 14 ରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ 2.35 ପାଇଁ ଧାର୍ଯ୍ୟ କରାଯାଇଛି । ସୋମବାର ଲଞ୍ଚ ରିହର୍ସାଲ ଶେଷ ହୋଇଛି । ତେବେ, ISRO ଏଥର ଲ୍ୟାଣ୍ଡର ଏବଂ ରୋଭରର ନାମ ଦେଇନାହିଁ ।












Click it and Unblock the Notifications