For Quick Alerts
Turn On Notification  
For Daily Alerts
Oneindia App Download

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ MMS ଲିକ୍ ମାମଲା : ତିନି ଅଭିଯୁକ୍ତ ଗିରଫ, ପ୍ରଶାସନର ଆଶ୍ୱାସନା ପରେ ବନ୍ଦ ହେଲା ବିରୋଧ

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ସଂପୃକ୍ତ ଅଧିକାରୀଙ୍କ ଆଶ୍ୱାସନା ପରେ ରବିବାର ରାତି 1.30 ରେ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ ଶେଷ କରିଥିଲେ । ସେପ୍ଟେମ୍ବର 24 ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ।

|

ଚଣ୍ଡିଗଡ଼ : ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲର MMS ଲିକ୍ ମାମଲାରେ ଭିଡିଓ ସେୟାର କରିଥିବା ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଭାଇରାଲ ଭିଡିଓକୁ ନେଇ ବିବାଦ ଏତେ ବଢିଯାଇଥିଲା ଯେ ଦୁଇ ଦିନ ଧରି ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ବିରୋଧ ବ୍ୟାପକ ହେବା ପରେ ଦୁଇ ରାଜ୍ୟର ପୋଲିସ ଏହି ଘଟଣାର ତଦନ୍ତରେ ନିୟୋଜିତ ଥିଲେ । କିନ୍ତୁ ରବିବାର ବିଳମ୍ବିତ ରାତିରେ ଆଶ୍ୱାସନା ପାଇବା ପରେ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ ଶେଷ କରିଛନ୍ତି । ସୂଚନାଯୋଗ୍ୟ, ଛାତ୍ରୀମାନେ ଗାଧୋଇବାର ଭିଡିଓ କରିଥିବା ଛାତ୍ରୀ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର, ସେ ଏହି ଭିଡିଓ ତିଆରି କରି ଶିମଲାରେ ରହୁଥିବା ପ୍ରେମିକଙ୍କ ନିକଟକୁ ପଠାଉଥିଲେ, ଯିଏ ଏହାକୁ ଭାଇରାଲ କରୁଥିଲା, ବର୍ତ୍ତମାନ ଉଭୟଙ୍କୁ ଗିରଫ କରାଯାଇଛି ।

Chandigarh University video leak

କଣ ରହିଛି ଛାତ୍ରଛାତ୍ରୀଙ୍କ ଦାବି

ଛାତ୍ରଛାତ୍ରୀଙ୍କ ଦାବି ପୂରଣ ହେବ ବୋଲି ପ୍ରଶାସନ ଆଶ୍ୱାସନା ଦେଇଛି । ଛାତ୍ରଛାତ୍ରୀଙ୍କ ଦାବି ହେଉଛି, ଅନୁସନ୍ଧାନକାରୀ ଅଧିକାରୀ ଏହି ମାମଲାର ପ୍ରତ୍ୟେକ ଅପଡେଟ୍ 10 ସଦସ୍ୟ ଛାତ୍ରଙ୍କ କମିଟିକୁ ଦେବେ । ଏହି ଘଟଣା ଘଟିଥିବା ହଷ୍ଟେଲର ୱାର୍ଡେନଙ୍କୁ ନିଲମ୍ବନ କରାଯିବ, ଛାତ୍ରୀ ହଷ୍ଟେଲ ଯାଞ୍ଚ କରାଯିବ, ବିରୋଧ ପ୍ରଦର୍ଶନ ସମୟରେ ଛାତ୍ରଛାତ୍ରୀଙ୍କ ଭାଙ୍ଗିଯାଇଥିବା ମୋବାଇଲ୍ ଫୋନ୍ ବଦଳରେ ସେମାନଙ୍କୁ ନୂଆ ମୋବାଇଲ୍ ଫୋନ୍ ଦେବେ ବୋଲି ବିଶ୍ୱବିଦ୍ୟାଳୟ ନିଶ୍ଚିତ କରିଛି । ହଷ୍ଟେଲ ୱାଶରୁମ କବାଟ ବଦଳାଯିବ ।

ରାତି 1.30 ରେ ଶେଷ ହେଲା ବିରୋଧ ପ୍ରଦର୍ଶନ

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ସଂପୃକ୍ତ ଅଧିକାରୀଙ୍କ ଆଶ୍ୱାସନା ପରେ ରବିବାର ରାତି 1.30 ରେ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ ଶେଷ କରିଥିଲେ । ସେପ୍ଟେମ୍ବର 24 ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । ମୋହାଲି ଡେପୁଟି କମିଶନର ଅମିତ ତଲୱାର ଏକ ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ମାମଲାରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ମଧ୍ୟ ଗଠନ କରାଯାଇଛି । ଅନେକ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଲିକ୍ ହୋଇଥିବା ଅଭିଯୋଗ ହେବା ପରେ ଏହି ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ପରେ ପୋଲିସ ଏବଂ ବିଶ୍ୱବିଦ୍ୟାଳୟ ସ୍ପଷ୍ଟ କରିଛନ୍ତି ଯେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତା ଛାତ୍ରୀଙ୍କ ଦ୍ୱାରା କେବଳ ଏକ ଭିଡିଓ ଶିମଲାର ଜଣେ ବ୍ୟକ୍ତିଙ୍କ ନିକଟକୁ ପଠାଯାଇଛି ।

ଏହି ମାମଲାରେ ଏପର୍ଯ୍ୟନ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି । ଯେଉଁଥିରେ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଏବଂ ଦୁଇଜଣ ଯୁବକ ଅଛନ୍ତି । ତୃତୀୟ ଅଭିଯୁକ୍ତକୁ ରବିବାର ରାତିରେ ଗିରଫ କରାଯାଇଛି, ସେ ମଧ୍ୟ ଶିମଲାର ଜଣେ 31 ବର୍ଷ ବୟସ୍କ ବାସିନ୍ଦା । ଏହା ବ୍ୟତୀତ ବିଶ୍ୱବିଦ୍ୟାଳୟର ଜଣେ 22 ବର୍ଷୀୟ ଛାତ୍ରୀ ଏବଂ ତାର ବନ୍ଧୁକୁ ଙ୍କୁ ଗିରଫ କରାଯାଇଛି ।

ପଞ୍ଜାବର ଅତିରିକ୍ତ ମହାନିର୍ଦ୍ଦେଶକ ଗୁରୁପ୍ରୀତ ଦେବ କହିଛନ୍ତି ଯେ 60 ରୁ ଅଧିକ ଝିଅଙ୍କ ଭିଡିଓ ସେୟାର କରାଯାଇଛି ବୋଲି କୁହାଯାଉଥିବା କଥା ମିଥ୍ୟା, କେବଳ ଜଣେ ଛାତ୍ରୀଙ୍କ ଭିଡିଓ ସେୟାର କରାଯାଇଛି, ଯାହା ସେ ତାଙ୍କ ପ୍ରେମିକଙ୍କ ନିକଟକୁ ପଠାଇଥିଲେ ।

ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଅନେକ ଛାତ୍ରୀଙ୍କ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ସହ ଅନେକ ଝିଅ ଆତ୍ମହତ୍ୟା ଉଦ୍ୟମ କରିଥିବା ରିପୋର୍ଟକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଖାରଜ କରିଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chandigarh University video leak : Three arrested, row ends after students getting assurances demands
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X