ଆଜି 12ଟାରୁ 3ଟା ଚାଷୀଙ୍କ ଚକା ଜାମ୍ ଡାକରା, ସୁରକ୍ଷା ଦୃଷ୍ଟିରୁ 50 ହଜାର ପୋଲିସ୍ ଫୋର୍ସ ନିୟୋଜିତ

କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ ଚକା ଜାମ୍ ଡାକରା ଦେଇଛି କୃଷକ ସଙ୍ଗଠନ । ଆଜି ଦିନ 12ଟାରୁ 3 ଟା ପର୍ଯ୍ୟନ୍ତ ଚକା ଜାମ୍ ରହିବ ।

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ ଚକା ଜାମ୍ ଡାକରା ଦେଇଛି କୃଷକ ସଙ୍ଗଠନ । ଆଜି ଦିନ 12ଟାରୁ 3 ଟା ପର୍ଯ୍ୟନ୍ତ ଚକା ଜାମ୍ ରହିବ । କିନ୍ତୁ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଚକା ଜାମ୍ ହେବ ନାହିଁ ବୋଲି କୃଷକ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ସ୍ଥାନମାନଙ୍କରେ ଶାନ୍ତିପୂର୍ଣ୍ଣ ଭାବବରେ ଚକାଜାମ୍ କରାଯିବ ଏବଂ ଚାଷୀମାନଙ୍କୁ କୃଷି ଆଇନ ବିଷୟରେ ଅବଗତ କରାଇବେ ବୋଲି କୃଷକ ସଙ୍ଗଠନ କହିଛି ।

Chaka-jam

26 ଜାନୁଆରୀ, ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ପରେ ଚାଷୀଙ୍କ କଥାରେ ପୋଲିସ୍ ଭରଷା କରିପାରୁନାହିଁ । ତେଣୁ ଚକାଜାମ୍ ସମୟରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ଦିଲ୍ଲୀ-ଏନସିଆର କ୍ଷେତ୍ରରେ ଦିଲ୍ଲୀ ପୋଲିସ୍, ଅର୍ଦ୍ଧସାମରିକ ବଳ ଏବଂ ରିଜର୍ଭ ଫୋର୍ସର 50ହଜାର ଯବାନ୍ ନିୟୋଜିତ କରାଯାଇଛି । ଦିଲ୍ଲୀକୁ ପ୍ରବେଶ ସହ ଅନ୍ୟାନ୍ୟ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀର 12ଟି ମେଟ୍ରୋ ଷ୍ଟେସନ ବନ୍ଦ କରାଯାଇଛି ।

ଦିଲ୍ଲୀର କେତେକ ଅଞ୍ଚଳରେ ହାଇ ଆଲର୍ଟ

ଖବର ସରବରାହ ସଂସ୍ଥା ANI ଲାଲକିଲ୍ଲା, ଆଇଟିଓ, ଇଣ୍ଡିଆ ଗେଟ୍, ରାଜପଥ, ବିଜୟ ଚୌକ୍, ସଂସଦ ଗୃହ ସମେତ ଅନେକ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ଫଟୋ ସେୟାର କରିଛି । ସିଙ୍ଘୁ ସୀମା, ଗାଜୀପୁର ସୀମା ଏବଂ ଟିକରି ସୀମାରେ ତାର ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ଏହା ବ୍ୟତୀତ ସିଙ୍ଘୁ ସୀମା ଏବଂ ଗାଜିପୁର ସୀମାରେ ଓ୍ୱାଟର କେନନ୍ ମଧ୍ୟ ରଖାଯାଇଛି । ଦିଲ୍ଲୀର ଅକ୍ଷରଧାମ, ଜନ୍ତର-ମନ୍ତର, ପ୍ରଧାନମନ୍ତ୍ରୀ ଆବାସ, ଗୃହମନ୍ତ୍ରୀ ଆବାସ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ବ୍ୟତୀତ ପରିସ୍ଥିତିକୁ ଦେଖି ଆବଶ୍ୟକ ସମୟରେ ସ୍ପେଶାଲ୍ ସେଲର SWAT ଦଳକୁ ମଧ୍ୟ ଡକାଯାଇପାରେ ।

ଜାନୁୟାରୀ 26 ରେ ଟ୍ରାକ୍ଟର ରାଲି ସମୟରେ ଶାନ୍ତି ପୂର୍ଣ୍ଣ ପ୍ରଦର୍ଶନ କରିବାକୁ ପ୍ରତିଶ୍ରୃତି ଦେଇଥିଲେ ମଧ୍ୟ ହ୍ଂସା ହୋଇଥିଲା । ଆଜି ଚକା ଜାମ ସମୟରେ ଏହାକୁ ଦୃଷ୍ଟିରେ ରଖି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଦିଲ୍ଲୀ ପୋଲିସ କମିଶନର ଏସ.ଏନ୍ ଶ୍ରୀବାସ୍ତବ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଚକା ଜାମ୍ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରାଯାଇଛି ।

ଆଜିର ଏହି ଚକା ଜାମ୍ ନିଷ୍ପତ୍ତିକୁ ସମର୍ଥନ କରିଛି ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ କରିବ । ବିକ୍ଷୋଭ ପ୍ରଦର୍ଶନ ସହ କୃଷକଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଲୋକଙ୍କୁ ବୁଝାଇବେ ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା । ସେହିପରି ଚକାଜାମ୍ ନିଷ୍ପତ୍ତିକୁ ସମର୍ଥନ କରିଛି ରାଜ୍ୟ କଂଗ୍ରେସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+