ଦେଶବ୍ୟାପୀ କୃଷକମାନଙ୍କ ଚକା ଜାମ୍ ଆରମ୍ଭ, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ସାରା ଦେଶରେ କୃଷକ ମାନଙ୍କର ଚକା ଜାମ୍ ଆରମ୍ଭ ହୋଇଛି । ବିଭିନ୍ନ ରାଜ୍ୟରେ ଜାତୀୟ ରାଜପଥରେ ଦିନ 12 ଟାରୁ ଚକା ଜାମ୍ କରିବା ସହ ଚାଷୀ ମାନଙ୍କୁ ତିନୋଟି କୃଷି ଆଇନ ବିଷୟରେ ଅବଗତ କରାଉଛନ୍ତି ।
ନୂଆଦିଲ୍ଲୀ : ସାରା ଦେଶରେ କୃଷକ ମାନଙ୍କର ଚକା ଜାମ୍ ଆରମ୍ଭ ହୋଇଛି । ବିଭିନ୍ନ ରାଜ୍ୟରେ ଜାତୀୟ ରାଜପଥରେ ଦିନ 12 ଟାରୁ ଚକା ଜାମ୍ କରିବା ସହ ଚାଷୀ ମାନଙ୍କୁ ତିନୋଟି କୃଷି ଆଇନ ବିଷୟରେ ଅବଗତ କରାଉଛନ୍ତି । ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୟୁନାଇଟେଡ୍ ଫାର୍ମର୍ସ ଫ୍ରଣ୍ଟ ଆଜି ମଧ୍ୟାହ୍ନ 12 ଟାରୁ ଅପରାହ୍ନ 3 ଟା ପର୍ଯ୍ୟନ୍ତ ସାରା ଦେଶରେ ଅବରୋଧ କରିବାକୁ ଘୋଷଣା କରିଛି ।

ଦିଲ୍ଲୀ ପୋଲିସର ଯୁଗ୍ମ କମିଶନର ଆଲୋକ କୁମାର କହିଛନ୍ତି ଯେ, "ଚକ୍କା-ଜାମ" ପାଇଁ ଦେଶବ୍ୟାପୀ ଆହ୍ୱାନକୁ ଦୃଷ୍ଟିରେ ରଖି ରୋଡ୍ ନମ୍ବର 56, NH-24, ବିକାଶ ମାର୍ଗ, ଜିଟି ରୋଡ୍, ଜିରାବାଦ୍ ରୋଡ୍ ଭଳି ସ୍ଥାନରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, 'ଅନ୍ନାଦାତାର ଶାନ୍ତିପୂର୍ଣ୍ଣ ସତ୍ୟଗ୍ରାହ ଦେଶର ହିତରେ । ଏହି ତିନୋଟି ନିୟମ କେବଳ କୃଷକ ଓ ଶ୍ରମିକମାନଙ୍କ ପାଇଁ ବିପଦଜନକ ନୁହେଁ, ବରଂ ଲୋକ ଏବଂ ଦେଶ ପାଇଁ ମଧ୍ୟ ବିପଦଜନକ । ପୂର୍ଣ୍ଣ ସମର୍ଥନ !'
ରାଜସ୍ଥାନ-ହରିୟାଣା ସୀମା ନିକଟ ଜାତୀୟ ରାଜପଥରେ କୃଷକମାନେ ରାସ୍ତା ଅବରୋଧ କରିବା ସହ ଜାତୀୟ ରାଜପଥ ଉପରେ ବସି ରହିଛନ୍ତି । ସେହିପରି ପଞ୍ଜାବରେ ମଧ୍ୟାହ୍ନ 12 ଟାରୁ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଚକା ଜାମ ଡାକରାରେ ଅମୃତସର-ଦିଲ୍ଲୀ ଜାତୀୟ ରାଜପଥରେ ଚାଷୀମାନେ ବସି ରହିଛନ୍ତି ।
पंजाब: किसान संगठनों द्वारा आज देशभर में दोपहर 12 बजे से 3 बजे तक चक्का जाम के आह्वान पर किसानों ने अमृतसर-दिल्ली नेशनल हाईवे पर चक्का जाम किया। #FarmLaws2020 pic.twitter.com/bw0tQF4O8s
— ANI_HindiNews (@AHindinews) February 6, 2021
କୃଷକଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ 8 ଟି ଷ୍ଟେସନରେ ପ୍ରବେଶ ଏବଂ ପ୍ରସ୍ଥାନ ଗେଟ୍ ବନ୍ଦ କରିଛି । ମଣ୍ଡି ହାଉସ୍, ଆଇଟିଓ, ଦିଲ୍ଲୀ ଗେଟ୍, ଲାଲ୍ କିଲ୍ଲା, ଜାମା ମସଜିଦ୍, ଜନପଥ, କେନ୍ଦ୍ରୀୟ ସଚିବାଳୟ ଏବଂ ବିଶ୍ୱବିଦ୍ୟାଳୟ ମେଟ୍ରୋ ଷ୍ଟେସନ୍ ଆଦି ମେଟ୍ରୋ ଷ୍ଟେସନ୍ ବନ୍ଦ ରହିଛି । କିନ୍ତୁ ଲାଲକିଲ୍ଲା, ଜାମା ମସଜିଦ, ଜନପଥ, କେନ୍ଦ୍ରୀୟ ସଚିବାଳୟ ଏବଂ ବିଶ୍ୱବିଦ୍ୟାଳୟ ମେଟ୍ରୋ ଷ୍ଟେସନରେ ଅଦଳବଦଳ ସୁବିଧା ଜାରି ରହିବ ।
ସୁଖବୀର ସିଂ ବାଦଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଚାଷୀଙ୍କ କଥା ଶୁଣିବା ଉଚିତ୍ । ଶିରୋମଣି ଅକାଲୀ ଦଳର ନେତା ସୁଖବୀର ସିଂ ବାଦଲ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିବାକୁ ଚାହେଁ ଦେଶର ସ୍ୱର ଏବଂ ଦେଶର ଚାଷୀଙ୍କ କଥା ଶୁଣନ୍ତୁ ଏବଂ ଶୀଘ୍ର ଏହି ତିନୋଟି ଆଇନ୍ ପ୍ରତ୍ୟାହାର କରିବା ଉଚିତ୍ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications