ଟୀକାକରଣ ନୀତିକୁ ନେଇ ସୁପ୍ରିମ କୋର୍ଟରେ ମୋଦୀ ସରକାରରଙ୍କ ଜବାବ, 'ଆମ ଉପରେ ଭରସା କର, କୋର୍ଟର ହସ୍ତକ୍ଷେପର ଆବଶ୍ୟକତା ନାହିଁ'
କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, 'ଆପଣ ଆମ ଉପରେ ବିଶ୍ୱାସ କରନ୍ତୁ, 'ଏହି ମାମଲାରେ କୋର୍ଟର ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ । ଦେଶରେ ଟୀକାକରଣ ଅଭିଯାନ ପାଇଁ ଆମେ ଏକ ସୁଚିନ୍ତିତ ଟୀକାକରଣ ନୀତି ପ୍ରସ୍ତୁତ କରିଛୁ ।'
ନୂଆଦିଲ୍ଲୀ : ଟୀକାକରଣ ନୀତି ସମ୍ବନ୍ଧରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ରବିବାର (ମେ 09) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି । ଏହି ପ୍ରମାଣପତ୍ରରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, 'ଆପଣ ଆମ ଉପରେ ବିଶ୍ୱାସ କରନ୍ତୁ, 'ଏହି ମାମଲାରେ କୋର୍ଟର ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ । ଦେଶରେ ଟୀକାକରଣ ଅଭିଯାନ ପାଇଁ ଆମେ ଏକ ସୁଚିନ୍ତିତ ଟୀକାକରଣ ନୀତି ପ୍ରସ୍ତୁତ କରିଛୁ ।'
ଟୀକାକରଣ ନୀତିର ରକ୍ଷା କରି କେନ୍ଦ୍ର କହିଛି ଯେ, 'ଏହି ମାମଲାଗୁଡ଼ିକରେ କୋର୍ଟ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ । କୋରନା ମହାମାରୀ ବର୍ତ୍ତମାନ ଶିଖରରେ ରହିଛି, ତେଣୁ ସମସ୍ତଙ୍କୁ ଏକାସାଙ୍ଗରେ ଟୀକାକରଣ କରାଯାଇପାରିବ ନାହିଁ, ଆମର ଟିକା ଉପଲବ୍ଧତା ସୀମିତ ଅଛି । କିନ୍ତୁ ତଥାପି ଆମର ନୀତି ହେଉଛି ଦେଶର ସମସ୍ତ ନାଗରିକ ସମାନ ଭାବରେ ଟିକା ପାଆନ୍ତୁ । ସମସ୍ତଙ୍କୁ କିପରି ସମାନ ଭାବରେ ଟୀକାକରଣ କରାଯିବ, ଏହାର ମୂଲ୍ୟ କ'ଣ ହେବ ... ଏହି ସବୁ ଜିନିଷର ଯତ୍ନର ସହ ବିଚାର କରିବା ପରେ ଆମେ ଏହି ଟୀକାକରଣ ନୀତି ପ୍ରସ୍ତୁତ କରିଛୁ । ଏହି ନୀତି ନ୍ୟାୟସଙ୍ଗତ, ଆମେ କାହାକୁ ଭେଦଭାବ କରିନାହୁଁ ଏବଂ କରିବୁ ନାହିଁ ।'

କେନ୍ଦ୍ର ଆହୁରି ମଧ୍ୟ କହିଛି, ଯଦିଓ ଆମେ ମହାମାରୀର ସମ୍ମୁଖୀନ ହେଉଛୁ, ଟୀକାକରଣ ନୀତିରେ ମାନ୍ୟବର କୋର୍ଟ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ । 50 ପ୍ରତିଶତ ଟିକା କିଣିବାର ନୀତି ସମ୍ପର୍କରେ ଆମେ ବୁଝିବିଚାରି ନିଷ୍ପତ୍ତି ନେଇଛୁ ।
30 ଏପ୍ରିଲରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏହାର ଟିକା ନୀତି ଉପରେ ପୁନର୍ବିଚାର କରିବାକୁ କହିଥିଲେ । କେନ୍ଦ୍ର ସରକାର କାହିଁକି ଶତପ୍ରତିଶତ ଟିକା କ୍ରୟ କରୁନାହାଁନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ । କେନ୍ଦ୍ର ଆଫିଡେଭିଟ୍ରେ କହିଛି ଯେ 18 ରୁ 44 ବର୍ଷ ବୟସର ଲୋକଙ୍କ ପାଇଁ ରାଜ୍ୟ ତଥା ବେସରକାରୀ ଡାକ୍ତରଖାନା ଦ୍ୱାରା ଟିକା କିଣିବା ଠିକ୍ । ଆମେ 45 ରୁ ଅଧିକ ବୟସର ଲୋକଙ୍କ ପାଇଁ ପୂର୍ବପରି ଟିକା ଯୋଗାଉଛୁ । ଟୀକା ପ୍ରସ୍ତୁତ କରିବାରେ ଆମେ ଟିକା ଉତ୍ପାଦନକାରୀ କମ୍ପାନୀକୁ କୌଣସି ଆର୍ଥିକ ସହାୟତା ଦେଇନାହୁଁ ବୋଲି କେନ୍ଦ୍ର କହିଛି । ଟୀକାରେ ଅଧିକ ଅର୍ଥ ବିନିଯୋଗ କରି ସେମାନେ ଏକ ପ୍ରକାର ରିସ୍କ ନେଇଛନ୍ତି, ରାଜ୍ୟ ସରକାର ଏବଂ ବେସରକାରୀ ସଂସ୍ଥା ଏହି ଟିକା କିଣିଲେ, ଟିକା ଉତ୍ପାଦନକାରୀମାନେ ଅଧିକ ଉତ୍ପାଦନ କରିବାକୁ ଉତ୍ସାହିତ ହେବେ ବୋଲି କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟରେ ଯୁକ୍ତି ରଖାଯାଇଛି ।
ସମସ୍ତ ରାଜ୍ୟ ନାଗରିକଙ୍କୁ ମାଗଣା ଟିକା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ତେଣୁ ଯଦି କେନ୍ଦ୍ର ସରକାର ଶତପ୍ରତିଶତ ଟିକା କିଣନ୍ତି ନାହିଁ ଏବଂ ରାଜ୍ୟମାନଙ୍କୁ ତାହା ନ ଦିଅନ୍ତି ତେବେ ସାଧାରଣ ଜନତାଙ୍କ ପାଇଁ କୌଣସି କ୍ଷତି ହେବ ନାହିଁ ବୋଲି ମଧ୍ୟ କେନ୍ଦ୍ର ପକ୍ଷରୁ କୁହାଯାଇଛି ।












Click it and Unblock the Notifications