କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ବ୍ୟବଧାନକୁ 6-8 ସପ୍ତାହକୁ ବୃଦ୍ଧି କରିବାକୁ କେନ୍ଦ୍ର ନିର୍ଦ୍ଦେଶ
କୋଭିସିଲ୍ଡ ଟୀକାର ଦ୍ୱିତୀୟ ଡୋଜ ନେବାର ବ୍ୟବଧାନ ଛଅ ରୁ ଆଠ ସପ୍ତାହକୁ ବୃଦ୍ଧି କରାଯିବା ଉଚିତ ବୋଲି କେନ୍ଦ୍ର ରାଜ୍ୟମାନଙ୍କୁ ଚିଠି ଲେଖିଛି ।
ନୂଆଦିଲ୍ଲୀ : କୋଭିସିଲ୍ଡ ଟୀକାର ଦ୍ୱିତୀୟ ଡୋଜ ନେବାର ବ୍ୟବଧାନ ଛଅ ରୁ ଆଠ ସପ୍ତାହକୁ ବୃଦ୍ଧି କରାଯିବା ଉଚିତ ବୋଲି କେନ୍ଦ୍ର ରାଜ୍ୟମାନଙ୍କୁ ଚିଠି ଲେଖିଛି । ଦେଶରେ 60 ରୁ ବୟସ୍କ ବ୍ୟକ୍ତି ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ଥିବା 45 ବର୍ଷର ବୟସ୍କ ବ୍ୟକ୍ତିଙ୍କୁ ଟୀକାକରଣ ପରେ କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ସଂଶୋଧିତ ପରାମର୍ଶଦାତା କେବଳ କୋଭିସିଲ୍ଡ ପାଇଁ ପ୍ରଯୁଜ୍ୟ ଏବଂ କୋଭାକ୍ସିନ ନୁହେଁ ବୋଲି କେନ୍ଦ୍ର କହିଛି ।

ବର୍ତ୍ତମାନ ଏହି ଟୀକାର ଦୁଇଟି ଡୋଜ୍ ମଧ୍ୟରେ ଚାରିରୁ ଆଠ ସପ୍ତାହ ବ୍ୟବଦାନ ରହିଛି । କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ସମ୍ପର୍କରେ ଜାତୀୟ ଇମ୍ୟୁନାଇଜେସନ୍ ବୈଷୟିକ ପରାମର୍ଶଦାତା (NTAGI) ଏବଂ କୋଭିଡ୍ 19 ପାଇଁ ଟୀକା ସମୀକ୍ଷକଙ୍କ 20 ତମ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ନେଇ ଚିଠିରେ ଦର୍ଶାଯାଇଛି ।
"ଏହି ବୈଠକ ସମୟରେ 4-6 ସପ୍ତାହ ବ୍ୟବଧାନ ପରିବର୍ତ୍ତେ ପ୍ରଥମ ଡୋଜ ପରେ 4-8 ସପ୍ତାହ ବ୍ୟବଧାନରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଦେବାକୁ ସୁପାରିଶ କରାଯାଇଛି । ଯଦି ପ୍ରଥମ ଡୋଜର 6 ରୁ 8 ସପ୍ରାହ ପରେ ଏହି ଡୋଜ୍ ଦିଆଯାଏ ତେବେ ଏହା ଶୀରରରେ ଏହା ପ୍ରତିରୋଧକ ଶକ୍ତି ବଢାଇବାରେ ବେଶ୍ ସହାୟକ ହେଉଛି ବୋଲି ପରୀକ୍ଷଣରୁ ଜଣାପଡ଼ିଥିବ କୁହାଯାଉଛି ।












Click it and Unblock the Notifications