Get Updates
Get notified of breaking news, exclusive insights, and must-see stories!

ଟ୍ରାନ୍ସଫର-ପୋଷ୍ଟିଂ ମାମଲା : ଅଧ୍ୟାଦେଶ ଆଣିବା ପରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ କେନ୍ଦ୍ର ସରକାର

supreme court

ଦିଲ୍ଲୀରେ ଗ୍ରୁପ୍ ଏ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ପ୍ରସଙ୍ଗରେ ସମ୍ବିଧାନ ବେଞ୍ଚର ନିଷ୍ପତ୍ତି ସମୀକ୍ଷା କରିବାକୁ କେନ୍ଦ୍ର ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମେ 11 ରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଏଥି ସହିତ, ଏହା ପରେ କେନ୍ଦ୍ର ଗତକାଲି ନ୍ୟାସନାଲ କ୍ୟାପିଟାଲ ସିଭିଲ ସର୍ଭିସେସ୍ ଅଥରିଟି ଗଠନ ପାଇଁ ଏକ ନିୟମ ଆଣିଥିଲା, ଯାହା ଅଧୀନରେ କେନ୍ଦ୍ର ସରକାର ପୁଣି ଥରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନାଙ୍କୁ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର ପ୍ରଦାନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଆଦେଶରେ ଏହା ଲେଖାଯାଇଛି ଯେ ଦିଲ୍ଲୀ ଏକ କେନ୍ଦ୍ର ଶାସିତ ଅଞ୍ଚଳ, କିନ୍ତୁ ବିଧାନସଭା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ବହୁ ଜାତୀୟ ତଥା ଆନ୍ତର୍ଜାତୀୟ ଅନୁଷ୍ଠାନ ଏବଂ କର୍ତ୍ତୃପକ୍ଷ ଦିଲ୍ଲୀରେ କାର୍ଯ୍ୟ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ସମେତ ଅନେକ ସାମ୍ବିଧାନିକ ଅନୁଷ୍ଠାନ ଅଛି । ବିଦେଶୀ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ଅଛି । ଏଭଳି ପରିସ୍ଥିତିରେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ।

ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବଂ ଏଲଜିଙ୍କ ମଧ୍ୟରେ ସରକାରୀ ଅଧିକାରୀଙ୍କ ବଦଳିକୁ ନେଇ ଚାଲିଥିବା ବିବାଦ ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ଏହି ମାମଲାର ଶୁଣାଣୀ କରି ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ନିର୍ବାଚିତ ଲୋକ ପ୍ରତିନିଧି ହିଁ ଶାସନ ବ୍ୟବସ୍ଥାରେ ନିଷ୍ପତ୍ତି ନେବା ଉଚିତ । ଅର୍ଥାତ ବଦଳି କରିବା ଅଧିକାର ଦିଲ୍ଲୀ ସରକାରଙ୍କ ପାଖରେ ରହିବ ବୋଲି ସ୍ପଷ୍ଟ କରିଥିଲେ ସୁପ୍ରିମ କୋର୍ଟ ।

ଏହି ଘଟଣାର ପ୍ରାୟ ଦଶ ଦିନ ପରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଆଇନ ବିଭାଗର ଏହି ଅଧ୍ୟାଦେଶରେ ସୁପ୍ରିମ କୋର୍ଟର ଆଦେଶକୁ ନିରାଧାର କରିବା ଭଳି ଉଲ୍ଲେଖ କରାଯାଇଛି, ଯେଉଁଥିରେ ସୁପ୍ରିମ କୋର୍ଟ ଦିଲ୍ଲୀ ସରକାରକୁ ଅଧିକ କ୍ଷମତା ପ୍ରଦାନ କରିଥିଲେ । ଏହି ଅଧ୍ୟାଦେଶ ବଳରେ ଦିଲ୍ଲୀ ପ୍ରଦେଶ ସରକାରଙ୍କ କ୍ଷମତା ପୁଣି ସଙ୍କୁଚିତ ହୋଇଛି ।

ଦଶ ଦିନ ପୂର୍ବେ ସୁପ୍ରିମ କୋର୍ଟ କହିଥିଲେ ଯେ, ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ତଥା ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଦିଲ୍ଲୀରେ ଏଲଜି କାମ କରିବେ । ସୂଚନା ଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଦ୍ଵାରା ନିଯୁକ୍ତ ଏଲଜି ଦିଲ୍ଲୀ ପ୍ରଦେଶର ବିଭିନ୍ନ ସରକାରୀ ନିର୍ଦ୍ଦେଶ ତଥା ଦସ୍ତାବିଜରେ ଅଧିକାରିକ ଭାବରେ ମୋହର ଲଗାଇଥାନ୍ତି । ଅର୍ଥାତ ମୁଖମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ଏଲଜିଙ୍କ ଅନୁମୋଦନ ସାମ୍ବିଧାନିକ ଭାବରେ ଆବଶ୍ୟକ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+