For Quick Alerts
Turn On Notification  
For Daily Alerts
Oneindia App Download

କୃଷକମାନଙ୍କ ସ୍ୱାର୍ଥରେ କେନ୍ଦ୍ର ସରକାରର ନିଷ୍ପତ୍ତି, ସାର ଉପରେ ସବସିଡି 28 ହଜାର କୋଟି ଟଙ୍କାକୁ ବୃଦ୍ଧି

କେନ୍ଦ୍ର କେମିକାଲ୍ସ ଏବଂ ସାର ମନ୍ତ୍ରୀ ମାନସୁଖ ମାଣ୍ଡଭିୟା କହିଛନ୍ତି ଯେ ସାର ଉପରେ ସବସିଡି ବୃଦ୍ଧି କରାଯିବ ଏବଂ ଏହାର ମୂଲ୍ୟ ବୃଦ୍ଧି ହେବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

|

ନୂଆଦିଲ୍ଲୀ : କେନ୍ଦ୍ରର ମୋଦୀ ସରକାର ଚାଷୀଙ୍କ ସ୍ୱାର୍ଥକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର କେମିକାଲ୍ସ ଏବଂ ସାର ମନ୍ତ୍ରୀ ମାନସୁଖ ମାଣ୍ଡଭିୟା କହିଛନ୍ତି ଯେ ସାର ଉପରେ ସବସିଡି ବୃଦ୍ଧି କରାଯିବ ଏବଂ ଏହାର ମୂଲ୍ୟ ବୃଦ୍ଧି ହେବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ମାନସୁଖ ମାଣ୍ଡଭିୟା କହିଛନ୍ତି ଯେ କୃଷକମାନଙ୍କୁ ଉପକୃତ କରିବା ପାଇଁ କେନ୍ଦ୍ର ସାର ଉପରେ ସବସିଡି ବୃଦ୍ଧି କରିଛି ଯାହା ଦ୍ୱାରା ଅନ୍ତର୍ଜାତୀୟ ବଜାରରେ ସାର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ସେମାନେ ସମାନ ଦରରେ ସାର କିଣି ପାରିବେ ।

Mansukh Mandaviya

ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା କରି ମାନସୁଖ ମାଣ୍ଡଭିୟା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକଙ୍କ ସ୍ୱାର୍ଥରେ ନିଷ୍ପତ୍ତି ନେଇ ୟୁରିଆ, ଡିଏପି, ଏସଏସପି, ଏନପିକେ ସାର ଉପରେ ସବସିଡି ବୃଦ୍ଧି କରିଛନ୍ତି । DAP ଉପରେ ସବସିଡି 1,200 ରୁ 1,650 ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ୟୁରିଆ ଉପରେ ସବସିଡି 1,500 ରୁ 2,000 ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି । ଏହା ବ୍ୟତୀତ NPK ସାର ଉପରେ 900 ରୁ 1015 ଟଙ୍କା ଏବଂ SSB ରେ 315 ରୁ 375 ଟଙ୍କାକୁ ବୃଦ୍ଧି କରାଯାଇଛି । ମୋଟ ଉପରେ ମୋଦୀ ସରକାର ରବି ଋତୁକୁ ଦୃଷ୍ଟିରେ ରଖି କୃଷକମାନଙ୍କ ପାଇଁ ସାର ଉପରେ 28000 କୋଟି ଟଙ୍କା ସବସିଡି ପ୍ରଦାନ କରିଛନ୍ତି ଯାହା ଦ୍ୱାରା କୃଷକମାନଙ୍କ ଉପରେ କୌଣସି ଅଯଥା ବୋଝ ପଡ଼ିବ ନାହିଁ ଏବଂ କୃଷକମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଫସଲ ବଢାଇ ପାରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Centre increases subsidy on fertilisers to Rs 28000 crore
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X