କୃଷକମାନଙ୍କ ସ୍ୱାର୍ଥରେ କେନ୍ଦ୍ର ସରକାରର ନିଷ୍ପତ୍ତି, ସାର ଉପରେ ସବସିଡି 28 ହଜାର କୋଟି ଟଙ୍କାକୁ ବୃଦ୍ଧି
କେନ୍ଦ୍ର କେମିକାଲ୍ସ ଏବଂ ସାର ମନ୍ତ୍ରୀ ମାନସୁଖ ମାଣ୍ଡଭିୟା କହିଛନ୍ତି ଯେ ସାର ଉପରେ ସବସିଡି ବୃଦ୍ଧି କରାଯିବ ଏବଂ ଏହାର ମୂଲ୍ୟ ବୃଦ୍ଧି ହେବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।
ନୂଆଦିଲ୍ଲୀ : କେନ୍ଦ୍ରର ମୋଦୀ ସରକାର ଚାଷୀଙ୍କ ସ୍ୱାର୍ଥକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର କେମିକାଲ୍ସ ଏବଂ ସାର ମନ୍ତ୍ରୀ ମାନସୁଖ ମାଣ୍ଡଭିୟା କହିଛନ୍ତି ଯେ ସାର ଉପରେ ସବସିଡି ବୃଦ୍ଧି କରାଯିବ ଏବଂ ଏହାର ମୂଲ୍ୟ ବୃଦ୍ଧି ହେବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ମାନସୁଖ ମାଣ୍ଡଭିୟା କହିଛନ୍ତି ଯେ କୃଷକମାନଙ୍କୁ ଉପକୃତ କରିବା ପାଇଁ କେନ୍ଦ୍ର ସାର ଉପରେ ସବସିଡି ବୃଦ୍ଧି କରିଛି ଯାହା ଦ୍ୱାରା ଅନ୍ତର୍ଜାତୀୟ ବଜାରରେ ସାର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ସେମାନେ ସମାନ ଦରରେ ସାର କିଣି ପାରିବେ ।

ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା କରି ମାନସୁଖ ମାଣ୍ଡଭିୟା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକଙ୍କ ସ୍ୱାର୍ଥରେ ନିଷ୍ପତ୍ତି ନେଇ ୟୁରିଆ, ଡିଏପି, ଏସଏସପି, ଏନପିକେ ସାର ଉପରେ ସବସିଡି ବୃଦ୍ଧି କରିଛନ୍ତି । DAP ଉପରେ ସବସିଡି 1,200 ରୁ 1,650 ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ୟୁରିଆ ଉପରେ ସବସିଡି 1,500 ରୁ 2,000 ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି । ଏହା ବ୍ୟତୀତ NPK ସାର ଉପରେ 900 ରୁ 1015 ଟଙ୍କା ଏବଂ SSB ରେ 315 ରୁ 375 ଟଙ୍କାକୁ ବୃଦ୍ଧି କରାଯାଇଛି । ମୋଟ ଉପରେ ମୋଦୀ ସରକାର ରବି ଋତୁକୁ ଦୃଷ୍ଟିରେ ରଖି କୃଷକମାନଙ୍କ ପାଇଁ ସାର ଉପରେ 28000 କୋଟି ଟଙ୍କା ସବସିଡି ପ୍ରଦାନ କରିଛନ୍ତି ଯାହା ଦ୍ୱାରା କୃଷକମାନଙ୍କ ଉପରେ କୌଣସି ଅଯଥା ବୋଝ ପଡ଼ିବ ନାହିଁ ଏବଂ କୃଷକମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଫସଲ ବଢାଇ ପାରିବେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications