ଚିନ୍ତା ବଢାଉଛି ବ୍ଲାକ୍ ଫଙ୍ଗସ୍ : ମହାମାରୀ ଘୋଷଣା କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ
ସାରା ଦେଷ ବର୍ତ୍ତମାନ କରୋନା ଦ୍ୱିତୀୟ ଲହରର ବିଭିନ୍ନ ସମସ୍ୟାକୁ ସାମ୍ନା କରୁଥିବା ବେଳେ ଚିନ୍ତା ବଢାଇଛି ବ୍ଲାକ୍ ଫଙ୍ଗସ୍ । ମହାମାରୀ ଅଧିନିୟମ 1897 ଅନୁୟାୟୀ, ମ୍ୟୁକର ମାଇକୋସିସ୍କୁ ମହାମାରୀ ଭାବେ ଘୋଷଣା କରିବାକୁ କେନ୍ଦ୍ରର ନିର୍ଦ୍ଦେଶ ।
ନୂଆଦିଲ୍ଲୀ : ସାରା ଦେଷ ବର୍ତ୍ତମାନ କରୋନା ଦ୍ୱିତୀୟ ଲହରର ବିଭିନ୍ନ ସମସ୍ୟାକୁ ସାମ୍ନା କରୁଥିବା ବେଳେ ଚିନ୍ତା ବଢାଇଛି ବ୍ଲାକ୍ ଫଙ୍ଗସ୍ । ତେଣୁ ଏହାକୁ ମହାମାରୀ ଅଧିନିୟମ 1897 ଅନୁୟାୟୀ, ମ୍ୟୁକର ମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) କୁ ମହାମାରୀ ଭାବେ ଘୋଷଣା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଏହା ବ୍ୟତୀତ ରାଜ୍ୟମାନଙ୍କୁ ବ୍ଲାକ୍ ଫଙ୍ଗସର ସମସ୍ତ ମାମଲା ରିପୋର୍ଟ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟ ସେବା ଏବଂ ମେଡିକାଲ କଲେଜଗୁଡିକ MoHFW ଏବଂ ICMR ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବେ । କେନ୍ଦ୍ରର ଏହି ନିର୍ଦ୍ଦେଶ ପରେ ବର୍ତ୍ତମାନ ସମସ୍ତ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ବ୍ଲାକ୍ ଫଙ୍ଗସ୍ ମାମଲା ସମ୍ପର୍କରେ ଜଣାଇବେ ।

ଆପଣଙ୍କୁ କହିରଖୁଛୁ, ହରିୟାଣା, ରାଜସ୍ଥାନ ଏବଂ ତେଲେଙ୍ଗାନା ଭଳି ରାଜ୍ୟମାନେ ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିସାରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କହିଛନ୍ତି, ସମସ୍ତ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ବ୍ଲାକ ଫଙ୍ଗସ ପାଇଁ ଜାରି ଗାଇଡଲାଇନ ଅନୁଯାୟୀ ସ୍କ୍ରିନିଂ, ଚିକିତ୍ସା ଓ ମ୍ୟାନଜେମେଣ୍ଟ କରିବେ। ବ୍ଲାକ ଫଙ୍ଗସ ସଂକ୍ରାନ୍ତ ସମସ୍ତ କେସ୍ ସିଧାସଳଖ କେନ୍ଦ୍ରକୁ ରିପୋର୍ଟ କରିବେ।
ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସରେ 15 ଶହ ଲୋକ ଆକ୍ରାନ୍ତ ହୋଇଥିବା ବେଳେ 90 ଜଣଙ୍କର ପ୍ରାଣହାନୀ ହୋଇଛି । ତାମିଲନାଡୁରେ ମାତ୍ର 9 ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ ହେଁ ରାଜ୍ୟ ସରକାର ଏହାକୁ ପବ୍ଲିକ ହେଲ୍ଥ ଆକ୍ଟରେ ସାମିଲ କରିସାରିଛନ୍ତି ।
କେଉଁମାନଙ୍କ ପ୍ରତି ବ୍ଲାକି ଫଙ୍ଗସ୍ ବେସୀ ପ୍ରଭାବଶାଳୀ
AIIMS ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ କରୋନା ଭଆଇରସ ପୂର୍ବରୁ ମଧ୍ୟ ଫଙ୍ଗାଲ ସଂକ୍ରମଣ ଦେଖାଯାଇଥିଲା କିନ୍ତୁ ଏହା ବହୁତ କ୍ୱଚିତ ଥିଲା । ଅଧିକ ଡାଇବେଟିସ୍ ତଥା ଅନିୟନ୍ତ୍ରିତ ମଧୁମେହ, କମ୍ ପ୍ରତିରକ୍ଷା ଶକ୍ତି ଥିବା ଲୋକ କିମ୍ବା କର୍କଟ ରୋଗୀଙ୍କଠାରେ ଏହା ବେଶୀ ପ୍ରଭାବ ପକାଇଥାଏ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications