ଦୁଇ ମାସ ଯାଏଁ ମାଗଣା ରାସନ ଦେବେ କେନ୍ଦ୍ର ସରକାର

ଯୋଜନା ଅଧୀନରେ ଚଳିତ ବର୍ଷ ମେ ଏବଂ ଜୁନ୍ ମାସରେ ପ୍ରତି ବ୍ୟକ୍ତିଙ୍କ ପାଇଁ ପାଞ୍ଚ କିଲୋଗ୍ରାମ ଚାଉଳ କିମ୍ବା ଗହମ ଏବଂ 1 କିଲୋଗ୍ରାମ ଗହମ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରାୟ 80 କୋଟି ହିତାଧିକାରୀ ଏହାଦ୍ୱାରା ଉପକୃତ ହେବେ ।

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକାଧିକ ରାଜ୍ୟରେ କଟକଣା ଲାଗିଥିବାରୁ ଗରିବ ଲୋକ ପ୍ରଭାବିତ ହେବାରେ ଲାଗିଛନ୍ତି । ମହାମାରୀ ସମୟରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଆଗାମୀ ଦୁଇ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଆନ୍ନ ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ଅଧୀନରେ ଚଳିତ ବର୍ଷ ମେ ଏବଂ ଜୁନ୍ ମାସରେ ପ୍ରତି ବ୍ୟକ୍ତିଙ୍କ ପାଇଁ ପାଞ୍ଚ କିଲୋଗ୍ରାମ ଚାଉଳ କିମ୍ବା ଗହମ ଏବଂ 1 କିଲୋଗ୍ରାମ ଗହମ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରାୟ 80 କୋଟି ହିତାଧିକାରୀ ଏହାଦ୍ୱାରା ଉପକୃତ ହେବେ ବୋଲି ସରକାର କହିଛନ୍ତି ।

food-grains

ଗତ ବର୍ଷ କୋଭିଡ-୧୯ ମହାମାରୀ ସମୟରେ ସରକାର ଲୋକଙ୍କୁ ଏହି ସୁବିଧା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯେ ଦେଶ କରୋନା ଭୁତାଣୁର ଦ୍ୱିତୀୟ ଲହରର ସମ୍ମୁଖୀନ ହେଉଥିବା ବେଳେ ଦେଶର ଗରିବ ଲୋକଙ୍କର ପୁଷ୍ଟିକର ଖାଦ୍ୟ ସହାୟତା ମିଳିବା ଜରୁରୀ । ସେ କହିଛନ୍ତି, ସରକାର ଏହି ପଦକ୍ଷେପ ପାଇଁ 26ହଜାର କୋଟିରୁ ଅଧିକ ଖର୍ଚ୍ଚ ହେବ । କରୋନା ସଂକ୍ରମଣ ବେଳେ ଖାଦ୍ୟାଭାବ ଦୂର କରିବାକୁ ମୋଦି ସରକାର ଏପରି ପଦକ୍ଷେପ ନେଇଛନ୍ତି।

ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ବେଳେ କେନ୍ଦ୍ର ସରକାର ଲୋକଙ୍କୁ ମାଗଣାରେ ରାସନ ଯୋଗାଇବାକୁ ଆରମ୍ଭ କରିଥିଲେ । ଏବେ ଉତ୍ତରାଖଣ୍ଡ ଓ କେରଳ ଭଳି ରାଜ୍ୟ ପୁଣିଥରେ ଏହି ଯୋଜନା ଆରମ୍ଭ କରିବାକୁ କେନ୍ଦ୍ରକୁ ନିବେଦନ କରିଥିଲେ । କେନ୍ଦ୍ର ସରକାର ଏହାକୁ ଗ୍ରହଣ କରି ମାଗଣା ରାସନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+