ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ତୁରନ୍ତ ବିଦେଶୀ ଟିକାକୁ ଅନୁମତି ଦେବେ କେନ୍ଦ୍ର ସରକାର

ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ଦ୍ୱାରା ଅନୁମୋଦିତ ବିଦେଶୀ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରାଯିବ । ବିଦେଶୀ ଟିକା ଗ୍ରହଣ କରିଥିବା ଦେଶରେ ପ୍ରଥମ 100 ଜଣ ବ୍ୟକ୍ତିଙ୍କୁ ନଜରରେ ରଖାଯିବ ।

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ମହାମାରୀର ବଢୁଥିବା ସଂକ୍ରମଣ ମଧ୍ୟରେ ମଙ୍ଗଳବାର ଦିନ କେନ୍ଦ୍ର ସରକାର ତୁରନ୍ତ ବିଦେଶରେ ଉତ୍ପାଦିତ କୋଭିଡ -19 ଟିକାକୁ ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ଦ୍ୱାରା ଅନୁମୋଦିତ ବିଦେଶୀ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରାଯିବ । ବିଦେଶୀ ଟିକା ଗ୍ରହଣ କରିଥିବା ଦେଶରେ ପ୍ରଥମ 100 ଜଣ ବ୍ୟକ୍ତିଙ୍କୁ ନଜରରେ ରଖାଯିବ, ଏହାର ସାତ ଦିନ ପରେ ପରବର୍ତ୍ତୀ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ରୋଲ ଆଉଟ୍ କରାଯିବ ।

Corona-Vaccine

ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ଲୋକଙ୍କୁ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକା ଦିଆଯାଉଛି । ଏହି ସମୟରେ, କରୋନା ଭାଇରସର ଦ୍ୱିତୀୟ ଲହର ଆସିବା ପରେ ସରକାର ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ୟ ଟିକା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ସମାନ କ୍ରମରେ, ଋଷରେ ନିର୍ମିତ କରୋନା ଟିକା ସ୍ପୁଟନିକ୍ -ଭି ର ଜରୁରୀକାଳୀନ ବ୍ୟବହାରକୁ ଭାରତ ଅନୁମୋଦନ କରିଛି । ମଙ୍ଗଳବାର ଦିନ, DCGI ଋଷର ଟିକା ସ୍ପୁଟନିକ୍ -ଭି ବ୍ୟବହାରକୁ ଅନୁମୋଦନ କରିଛି । ସ୍ପୁଟନିକ-ଭି ର ବ୍ୟବହାରକୁ ଅନୁମୋଦନ କରିବାରେ ଭାରତ ବର୍ତ୍ତମାନ ବିଶ୍ୱର 60 ତମ ଦେଶ ହୋଇପାରିଛି ।

ଉଲ୍ଲେଖନୀୟ କଥା ହେଉଛି, ସରକାର ଏକ ସମୟରେ ଏପରି ନିଷ୍ପତ୍ତି ନେଇଛନ୍ତି ଯେତେବେଳେ ଦେଶରେ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକାର ସମ୍ଭାବ୍ୟ ଅଭାବକୁ ନେଇ ଚିନ୍ତା ବଢୁଛି । ଘରୋଇ ବ୍ୟବହାର ପାଇଁ ଟିକା ସଂଖ୍ୟା ବୃଦ୍ଧି ତଥା ଟୀକାକରଣର ଗତି ଏବଂ କଭରେଜକୁ ତ୍ୱରାନ୍ୱିତ କରିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସରକାର କହିଛନ୍ତି । ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ମାମଲା ଗତ ବର୍ଷର ସମସ୍ତ ରେକର୍ଡକୁ ଭାଙ୍ଗିଛି । ଗତ ଏକ ସପ୍ତାହରେ ଭାରତରେ କରୋନା ଦୈନିକ ସଂକ୍ରମଣ ସଂଖ୍ୟା ଏକ ଲକ୍ଷରୁ ଅଧିକ ରିପୋର୍ଟ ହୋଇଛି । ମଙ୍ଗଳବାର (ଏପ୍ରିଲ 13)ରେ ମଧ୍ୟ ଗତ 24 ଘଣ୍ଟା ମଧ୍ୟରେ 1,61,736 ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ 879 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏଥିସହ ଗତ 24 ଘଣ୍ଟା ମଧ୍ୟରେ 97,168 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+