ଅମ୍ଳଜାନ ସମ୍ବନ୍ଧୀୟ ଯନ୍ତ୍ରପାତିର ଆମଦାନୀ ଶୁଳ୍କ ତିନିମାସ ପାଇଁ ଛାଡ
ଅମ୍ଳଜାନ ଏବଂ ଅମ୍ଳଜାନ ସମ୍ବନ୍ଧୀୟ ଯନ୍ତ୍ରପାତିର ଆମଦାନୀ ଶୁଳ୍କ ଆସନ୍ତା ତିନିମାସ ପାଇଁ ଛାଡ କରାଯାଇଛି । ଏଥିସହ ସ୍ୱାସ୍ଥ୍ୟ ସେସ୍ ଆଦାୟ ନ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର ।
ନୂଆଦିଲ୍ଲୀ : ଅମ୍ଳଜାନ ଏବଂ ଅମ୍ଳଜାନ ସମ୍ବନ୍ଧୀୟ ଯନ୍ତ୍ରପାତିର ଆମଦାନୀ ଶୁଳ୍କ ଆସନ୍ତା ତିନିମାସ ପାଇଁ ଛାଡ କରାଯାଇଛି । ଏଥିସହ ସ୍ୱାସ୍ଥ୍ୟ ସେସ୍ ଆଦାୟ ନ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ଏହିସବୁ ଉପକରଣଗୁଡ଼ିକର କଷ୍ଟମ୍ କ୍ଲିୟରାନ୍ସ ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ସରକାର ଆସନ୍ତା ତିନିମାସ ପାଇଁ କରୋନା ଟିକା ଆମଦାନୀ ଉପରେ ଆମଦାନୀ ଶୁଳ୍କ ଛାଡ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

ବର୍ତ୍ତମାନ ସମୟରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅମ୍ଳଜାନ ଅଭାବ ବଡ ଆହ୍ବାନ ପାଲଟିଛି । ଅମ୍ଳଜାନର ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅନେକ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ କରୋନା ଟିକା ଆମଦାନୀ ଏବଂ ଅମ୍ଳଜାନ ଏବଂ ଅମ୍ଳଜାନ ସମ୍ବନ୍ଧୀୟ ଯନ୍ତ୍ରପାତିର ଆମଦାନୀ ଶୁଳ୍କ ଛାଡ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଦେଶରେ ମେଡିକାଲ ଅମ୍ଳଜାନ ଯୋଗାଣ ବୃଦ୍ଧି ସହିତ ଡାକ୍ତରଖାନାରେ ରୋଗୀଙ୍କ ଯତ୍ନ ନେବା ପାଇଁ ଆବଶ୍ୟକ ଉପକରଣର ଜରୁରୀ ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅମ୍ଳଜାନ ଏବଂ ଚିକିତ୍ସା ଯୋଗାଣକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ସକ୍ରିୟତାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
PM Modi chaired a meeting to review steps taken to boost oxygen availability in the country. He emphasised that there was an immediate need to augment the supply of medical-grade oxygen as well as equipment required for patient care both at home and in hospitals: Govt of India pic.twitter.com/DUtIQDj7sy
— ANI (@ANI) April 24, 2021
ଏହା ବ୍ୟତୀତ କେନ୍ଦ୍ର ସରକାର 10 ହଜାର ଅମ୍ଳଜାନ କନସେନଟ୍ରେଟର ଯନ୍ତ୍ର ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶରେ ଚାଲିଥିବା ଅମ୍ଳଜାନ ସଂଟର ମୁକାବିଲା ପାଇଁ ଶନିବାର ଏହି ନିଷ୍ପତ୍ତି ନିଆଯାଇଛି । ସମ୍ଭବତଃ ଆସନ୍ତା ସପ୍ତାହରୁ ଏହା ଆମେରିକାରୁ ଭାରତରେ ପହଞ୍ଚିବ । ଏହି ଅମ୍ଳଜାନ ଅମ୍ଳଜାନ କନସେନଟ୍ରେଟର ଯନ୍ତ୍ର ଖୋଲା ଆକାଶରୁ ଅମ୍ଳଜାନ ପ୍ରସ୍ତୁତ କରେ । ଏହି ମେସିନ୍ ସିଧାସଳଖ ବାୟୁରୁ ପ୍ରତି ମିନିଟରେ ପାଞ୍ଚ ଲିଟର ମେଡିକାଲ ଅମ୍ଳଜାନ ଉତ୍ପାଦନ କରେ । ଏଥିପାଇଁ ଏକ ସିଲିଣ୍ଡରର ଆବଶ୍ୟକତା ନାହିଁ । ମେସିନରୁ ରୋଗୀ ନିରନ୍ତର ଅମ୍ଳଜାନ ପାଇଥାଏ ।












Click it and Unblock the Notifications