କୃଷକ ଏବଂ ସରକାରଙ୍କ ମଧ୍ୟରେ ଏକାଦଶ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିଫଳ : କହିଲେ ସରକାରଙ୍କ ପ୍ରସ୍ତାବରେ ରାଜି ହେଲେ ହେବ ଆଲୋଚନା

କେନ୍ଦ୍ର ସରକାର ନିଜ ଆଭିମୁଖ୍ୟକୁ କଠୋର କରି କହିଛନ୍ତି, ଯଦି କୃଷକ ସଙ୍ଗଠନ ସରକାରଙ୍କ ପ୍ରସ୍ତାବରେ ରାଜି ହୋଇ ଆଲୋଚନା କରିବାକୁ ପ୍ରସ୍ତୁତ ହେଲେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ । ଅପରପକ୍ଷରେ କୃଷକ ସଙ୍ଗଠନ ମଧ୍ୟ ନଛୋଡ଼ବନ୍ଧା । ନିଜର ଜିଦରେ ଅଟଳ ।

Farmers Protest : ନୂଆଦିଲ୍ଲୀ : କୃଷକ ଓ କେନ୍ଦ୍ର ସରକାର ମଧ୍ୟରେ ଏକାଦଶ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିଫଳ ହୋଇଛି । ଶୁକ୍ରବାର ବିଜ୍ଞାନ ଭବନରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନୋଟି ଆଇନ ସମ୍ପର୍କରେ 41ଟି କୃଷକ ସଙ୍ଗଠନ ଓ କେନ୍ଦ୍ରସରକାରଙ୍କ ପ୍ରତିନିଧି ମଧ୍ୟରେ ହୋଇଥିବା ଆଲୋଚନାର କୌଣସି ନିଷ୍କର୍ସ ବାହାରିପାରିନାହିଁ । ଆଜିର ଏହି ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ କଠୋର କରି କହିଛନ୍ତି, ଯଦି କୃଷକ ସଙ୍ଗଠନ ସରକାରଙ୍କ ପ୍ରସ୍ତାବରେ ରାଜି ହୋଇ ଆଲୋଚନା କରିବାକୁ ପ୍ରସ୍ତୁତ ହେଲେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ । ଅପରପକ୍ଷରେ କୃଷକ ସଙ୍ଗଠନ ମଧ୍ୟ ନଛୋଡ଼ବନ୍ଧା । ନିଜର ଜିଦରେ ଅଟଳ ରହି ଆଇନକୁ ପ୍ରତ୍ୟାହାର କରିବା ନେଇ ଦାବି କରିଛନ୍ତି ।

Farmer-govt-discussion

ଏହି ଆଇନକୁ ଦେଢ ବର୍ଷ ପରିବର୍ତ୍ତେ ଦୁଇ ପର୍ଯ୍ୟନ୍ତ ସ୍ଥଗିତ ରଖି ଏକ କମିଟି ଗଠନ କରି ଏ ସମ୍ପର୍କରେ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି । କିନ୍ତୁ କୃଷକ ସଙ୍ଗଠନ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କିନ୍ତୁ ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟ କୌଣସି ପ୍ରସ୍ତାବ ଦିଆଯାଇନଥିବା କହିଛନ୍ତି ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକୈତ୍ । ଆସନ୍ତା 26 ଜାନୁଆରୀରେ ଟ୍ରାକ୍ଟର ରାଲି ହେବା ନିଶ୍ଚିତ ବୋଲି କହିଛନ୍ତି ରାକେଶ୍ ।

Farmer- Protest

ବୈଠକ ପରେ କୃଷକ ନେତା ଗୁରୁନାମ ଚଡୁନି ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ସରକାର ଯାହା ପ୍ରସ୍ତାବ ଦେଇଛନ୍ତି ତାହା ଆମେ ଗ୍ରହଣ କରିନାହୁଁ । କୃଷି ଆଇନ ପ୍ରତ୍ୟାହାର ନେଇ ଆମେ ଦେଇଥିବା ପ୍ରସ୍ତାବକୁ ମଧ୍ୟ ସରକାର ଗ୍ରହଣ କରିନଥିଲେ । ଏଭଳି ପରିସ୍ଥିତିରେ କୌଣସି ସମାଧାନ ମିଳିପାରିନାହିଁ । ଏପରିକି ପରବର୍ତ୍ତୀ ବୈଠକ ପାଇଁ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ ।

କିଷାନ୍ ମଜଦୁର ସଂଘର୍ଷ କମିଟିର ଏସ୍ଏସ୍ ପାଣ୍ଡେର୍ କହିଛନ୍ତି ଯେ ଆଜି ସରକାରଙ୍କ ପଦ୍ଧତି ଅତ୍ୟନ୍ତ ନିରାଶାଜନକ । ମନ୍ତ୍ରୀ ଆମକୁ ସାଢେତିନି ଘଣ୍ଟା ଅପେକ୍ଷା କରାଇଲେ । ଏହା ଚାଷୀଙ୍କ ପାଇଁ ଅପମାନ । ଆସିବା ପରେ କହିଥିଲେ, ଯଦି କୃଷକମାନେ ଆମ ପ୍ରସ୍ତାବ ଗ୍ରହଣ ନକରନ୍ତି ତେବେ ବୈଠକ ଶେଷ କରାଯିବ । ସରକାରଙ୍କ ଏହି ମନୋଭାବ ସମସ୍ୟାର ସମାଧାନ କରିବା ଭଳି ମନେହେଉନାହିଁ, ଆମେ ଆମର ପ୍ରଦର୍ଶନ ଜାରି ରଖିବୁ ।

ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, କୃଷକଙ୍କ ସମସ୍ୟାର ସମାଧାନ ପାଇଁ ସଠିକ୍ ଉପାୟରେ ବିଚାର କରିବାକୁ ଭାରତ ସରକାରଙ୍କ ଉଦ୍ୟମ ଥିଲା, ଯେଉଁଥିପାଇଁ 11 ପର୍ଯ୍ୟାୟ ଆଲୋଚନା କରାଯାଇଛି । କିନ୍ତୁ ଆଇନ ପ୍ରତ୍ୟାହାର ଦାବିରେ ଉପରେ କୃଷକ ସଂଗଠନ ଅଟଳ ରହିଲେ । କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେମାନେ କୌଣସି ପ୍ରସ୍ତାବରେ ରାଜି ନହେବା ସହ ନିଜ ଜିଦରେ ଅଟଳ ଅଛନ୍ତି । ସରକାରଙ୍କ ପ୍ରସ୍ତାବରେ ରାଜି ହୋଇ ଆଲୋଚନା ପାଇଁ ପ୍ରସ୍ତୁତ ହେଲେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ କଠୋର ଆଭିମୁଖ୍ୟ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+