ଆଷ୍ଟ୍ରାଜେନେକା ଟିକାରେ କୌଣସି ଅସୁବିଧା ନାହିଁ, ଭାରତ ଏହାକୁ ବ୍ୟବହାର ଜାରି ରଖିବ : କେନ୍ଦ୍ର ସରକାର
ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର କୋଭିଡ -19 ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ କେତେକ ଇଉରୋପୀୟ ଦେଶରେ ଏହାର ସ୍ଥଗିତାଦେଶର ରିପୋର୍ଟ ପରେ ଭାରତ ସରକାର ଏହାର ବ୍ୟବହାର କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ।
ନୂଆଦିଲ୍ଲୀ : ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର କୋଭିଡ -19 ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ କେତେକ ଇଉରୋପୀୟ ଦେଶରେ ଏହାର ସ୍ଥଗିତାଦେଶର ରିପୋର୍ଟ ପରେ ଭାରତ ସରକାର ଏହାର ବ୍ୟବହାର କରାଯିବ ବୋଲି ସ୍ପଷ୍ଟ କରିଛନ୍ତି । ଭାରତର ବୈଜ୍ଞାନିକ ମାନେ ଏଥିରେ କୌଣସି ସମସ୍ୟା ନ ପାଇବା ପରେ ବୁଧବାର ଦିନ ସରକାର ଏହାର ବ୍ୟବହାର ବନ୍ଦ କରିବେ ନାହିଁ ବୋଲି କହିଛନ୍ତି ।
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଉତ୍ପାଦିତ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକାର ଭାରତୀୟ ଟିକା 'କୋଭିସିଲ୍ଡ' ଭାରତରେ ଟୀକାକରଣ ହେଉଥିବା ଦୁଇଟି ଟିକା ମଧ୍ୟରୁ ଗୋଟିଏ ।

ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଦେଇ ନିତି ଆୟୋଗର ସ୍ୱାସ୍ଥ୍ୟ ବିଭାଗର ସଦସ୍ୟ ଡଃ ଭି.କେ ପାଲ କହିଛନ୍ତି, "ଅନ୍ୟ ଦେଶରେ ରକ୍ତ ଜମାଟ ବାନ୍ଧିବାର ଚିନ୍ତା ଥିଲା । ଆମେ ଯାଞ୍ଚ କରିଛୁ ଏବଂ ଆମର ନିଜସ୍ୱ ବୈଜ୍ଞାନିକମାନେ ଏନେଇ କୌଣସି ସମସ୍ୟା ପାଇ ନାହାଁନ୍ତି । ଆମେ ଏହାର ବ୍ୟବହାର ଜାରି ରଖିବୁ । ଭାରତରେ ଟୀକାକରଣ ପାଇଁ କୋଭିସିଲ୍ଡ ବ୍ୟବହାର ବନ୍ଦ ହେବ ନାହିଁ ।"
ସାପ୍ତାହିକ ରିପୋର୍ଟ ଅନୁସାରେ, ସାରା ଦେଶରେ 5କୋଟି ଟୀକାରକରଣ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ସୂଚନା ଦେଇଛନ୍ତି । ଏଥିସହିତ ଶତପ୍ରତିଶତ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଟୀକାକରଣ କରାଇଥିବା ନେଇ ଅଧିକାରୀମାନେ 10 ଟି ରାଜ୍ୟକୁ ଅଭିନନ୍ଦନ ଜଣାଇଛନ୍ତି । ଭାରତରେ ଅତି କମରେ 11 ଟି ରାଜ୍ୟ ସମସ୍ତ ଫ୍ରଣ୍ଟଲାଇନ କର୍ମଚାରୀଙ୍କ 9% ଟୀକାକରଣ କରିଛନ୍ତି ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।
ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ କୋଭିଡ -19 ଟୀକାକରଣର ପରବର୍ତ୍ତୀ ପର୍ଯ୍ୟାୟରେ 45 ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯିବ, କାରଣ ଭାରତରେ କୋଭିଡ ଜନିତ ମୃତ୍ୟୁର 88% ହେଉଛି 45 ବର୍ଷରୁ ଅଧିକ ବୟସର ବ୍ୟକ୍ତି ।
ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ବର୍ତ୍ତମାନ 3 ଲକ୍ଷ 68 ହଜାର 457 କୋଭିଡ୍ ସକ୍ରିୟ ମାମଲା ରହିଛି । ଏହି ମାମଲାଗୁଡ଼ିକରେ ପ୍ରଥମରେ ମହାରାଷ୍ଟ୍ର ଥିବାବେଳେ କରୋନା ଚିହ୍ନଟରେ ଦ୍ୱିତୀୟ ସ୍ଥାନରେ ରହିଛି ପଞ୍ଜାବ ।












Click it and Unblock the Notifications