ଆଧାର କାର୍ଡକୁ ନେଇ ଦେଇଥିବା ବିଜ୍ଞପ୍ତି ପ୍ରତ୍ୟାହାର କଲେ କେନ୍ଦ୍ର ସରକାର, ଜାଣନ୍ତୁ କଣ ଥିଲା ଏହି ବିଜ୍ଞପ୍ତି
ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) 27 ତାରିଖରେ ଜାରି କରିଥିବା ପରାମର୍ଶକୁ ପ୍ରତ୍ୟାହାର କରିନେଇଛି ଯେଉଁଥିରେ ଆଧାର କାର୍ଡର ଫଟୋକପି କୌଣସି ଅନୁଷ୍ଠାନ ସହିତ ସେୟାର ନ କରିବାକୁ ଚେତାବନୀ ଦିଆଯାଇଥିଲା ।
ନୂଆଦିଲ୍ଲୀ : ଆଧାର କାର୍ଡକୁ ନେଇ ଦେଇଥିବା ପରାମର୍ଶକୁ କେନ୍ଦ୍ର ସରକାର ତୁରନ୍ତ ପ୍ରଭାବ ସହ ପ୍ରତ୍ୟାହାର କରିନେଇଛନ୍ତି । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) 27 ତାରିଖରେ ଜାରି କରିଥିବା ପରାମର୍ଶକୁ ପ୍ରତ୍ୟାହାର କରିନେଇଛି ଯେଉଁଥିରେ ଆଧାର କାର୍ଡର ଫଟୋକପି କୌଣସି ଅନୁଷ୍ଠାନ ସହିତ ସେୟାର ନ କରିବାକୁ ଚେତାବନୀ ଦିଆଯାଇଥିଲା ।

ରବିବାର ଦିନ ଏକ ବିବୃତ୍ତିରେ ସରକାର UIDAI ଭୁଲ ବ୍ୟାଖ୍ୟା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପୂର୍ବ ପ୍ରକାଶନକୁ ପ୍ରତ୍ୟାହାର କରି ନେଇଛନ୍ତି । ମେ 27 ତାରିଖର ଏହାର ନିର୍ଦ୍ଦେଶନାମାରେ UIDAI କହିଛି ଯେ ଆଧାର କାର୍ଡର ଫଟୋକପି କୌଣସି ସଂସ୍ଥା କିମ୍ବା ଅନୁଷ୍ଠାନ ସହିତ ସେୟାର କରିବା ଏକ ବିପଦ ବୋଲି ପ୍ରମାଣିତ ହୋଇପାରେ କାରଣ ଏହାର ଅପବ୍ୟବହାର ହୋଇପାରେ ।
କେନ୍ଦ୍ର ସରକାର ଆଧାର କାର୍ଡକୁ ନେଇ ଦେଇଥିବା ପରାମର୍ଶ ପ୍ରତ୍ୟାହାର କରିନେଇଛନ୍ତି। ରବିବାର ସକାଳେ ଆଧାର କାର୍ଡକୁ ନେଇ କିଛି ପରାମର୍ଶ ଦେଇଥିଲେ। ଯେଉଁଥିରେ କୁହାଯାଇଥିଲା କି ଆପଣ ନିଜର ଆଧାର କାର୍ଡର ଫଟୋ ଅନ୍ୟ କାହାକୁ ମେସେଜ କରିବେ ନାହିଁ । ଏହା ଦ୍ୱାରା ଆପଣଙ୍କ ଆଧାରକାର୍ଡର ଦୁରୁପଯୋଗ ହୋଇପାରେ । ହେଲେ ଏବେ ସରକାର ଏହି ପରାମର୍ଶ ପ୍ରତ୍ୟାହାର କରି ନେଇଛନ୍ତି ।
ସରକାର ଜାରି କରିଥିବା ନୂଆ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ସରକାର ଯେଉଁ ପରାମର୍ଶ ଦେଇଥିଲେ ତାହା ଭୁଲ ଥିଲା । ତେଣୁ ଏହାକୁ ପ୍ରତ୍ୟାହାର କରାଯାଇଛି । ସାରା ଦେଶରେ ଆଧାର କାର୍ଡକୁ ନେଇ ଠକେଇ ଓ ଜାଲିଆତି ବଢ଼ି ଚାଲିଥିବା ବେଳେ ଏନେଇ ଆଡଭାଇଜରି ଜାରି କରିଥିଲେ କେନ୍ଦ୍ର ସରକାର । କେବଳ ଆଧାର କାର୍ଡର ମାସ୍କଡ ଭର୍ସନ ବ୍ୟବହାର କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଧାର କାର୍ଡର ଅପବ୍ୟବହାର ଏହା ଜରିଆରେ ରୋକାଯାଇ ପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କୌଣସି ସଂଗଠନ ଯଦି ଆଧାର କାର୍ଡ ମାଗନ୍ତି ତେବେ ମୂଳ ଆଧାର କାର୍ଡ ନଦେଇ ମାସ୍କଡ କାର୍ଡକୁ ଦେବା ଲାଗି ପରାମର୍ଶ ଦିଆଯାଇଛି ।
ମାସ୍କଡ କାର୍ଡର ବିଶେଷତ୍ୱ ହେଉଛି ଏହାର ପ୍ରଥମ 8ଟି ଡିଜିଟରେ ଛକ ଚିହ୍ନ ରହିବ । କେବଳ ଶେଷ 4ଟି ନମ୍ବର କାର୍ଡରେ ପ୍ରଦର୍ଶିତ ହେବ । ସେହିପରି ଲାଇସେନ୍ସ ନଥିବା ବିଭିନ୍ନ ଘରୋଇ ସଂସ୍ଥା ଯଥା ହୋଟେଲ, ଫିଲ୍ମ ହଲ୍ କର୍ତ୍ତୃପକ୍ଷ ଲୋକଙ୍କଠାରୁ ଆଧାର କାର୍ଡ ସଂଗ୍ରହ କରିପାରିବେ ନାହିଁ କିମ୍ବା କାହାର ଆଧାର କାର୍ଡ ରଖିପାରିବେ ନାହିଁ । ଏନେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଥଇଲା ।












Click it and Unblock the Notifications