For Quick Alerts
Turn On Notification  
For Daily Alerts
Oneindia App Download

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା : ଜୁନ୍ 21 ରୁ 18 ବର୍ଷରୁ ଅଧିକ ଲୋକଙ୍କୁ ମାଗଣା ଟିକା, 80 କୋଟି ଲୋକଙ୍କୁ ମାଗଣା ରାସନ

କରୋନା ମହାମାରୀ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣି ଥରେ ଦେଶକୁ ସମ୍ବୋଧିତ କରିଛନ୍ତି । ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ 18 ବର୍ଷରୁ ଅଧିକ ଲୋକଙ୍କୁ ମାଗଣା କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି ।

|

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣି ଥରେ ଦେଶକୁ ସମ୍ବୋଧିତ କରିଛନ୍ତି । 15 ମାସର କରୋନା ଅବଧିରେ ଏହା ହେଉଛି ତାଙ୍କର 9 ମ ବାର୍ତ୍ତା । ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ 18 ବର୍ଷରୁ ଅଧିକ ଲୋକଙ୍କୁ ମାଗଣା କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସମସ୍ତଙ୍କୁ ମାଗଣା ଟିକା ଯୋଗାଇବା ରାସ୍ତାରେ ଦେଶ ଆଗକୁ ବଢିୁଥିଲା । ଅନୁଶାସନ ଅନୁସରଣ କରି ଦେଶର ନାଗରିକମାନେ ଏହି ଟିକା ପାଇବାକୁ ଯାଉଥିଲେ ।

Narendra-Modi

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଆଜି ନିଷ୍ପତ୍ତି ନିଆଯାଇଛି ଯେ ରାଜ୍ୟଗୁଡିକ ସହିତ ଟୀକାକରଣ ସହ ଜଡିତ 25 ପ୍ରତିଶତ କାର୍ଯ୍ୟର ଦାୟିତ୍ୱ ଭାରତ ସରକାର ଗ୍ରହଣ କରିବେ । ଆସନ୍ତା 2 ସପ୍ତାହ ମଧ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହି ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଆବଶ୍ୟକ ପ୍ରସ୍ତୁତି କରିବେ । ସୋମବାର, ଜୁନ୍ 21 ରୁ ଦେଶର ପ୍ରତ୍ୟେକ ରାଜ୍ୟରେ, 18 ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କ ପାଇଁ ଭାରତ ସରକାର ରାଜ୍ୟମାନଙ୍କୁ ମାଗଣା ଟିକା ପ୍ରଦାନ କରିବେ । ଭାରତ ସରକାର ନିଜେ ଟୀକା ଉତ୍ପାଦନକାରୀଙ୍କ ଠାରୁ ମୋଟ ଟିକା ଉତ୍ପାଦନର 75 ପ୍ରତିଶତ କ୍ରୟ କରିବେ ଏବଂ ଏହାକୁ ରାଜ୍ୟ ସରକାରଙ୍କୁ ମାଗଣାରେ ଦେବେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶର କୌଣସି ରାଜ୍ୟ ସରକାର ଟିକା ପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର କୋଟି କୋଟି ଲୋକ ମାଗଣା ଟିକା ପାଇଛନ୍ତି । ବର୍ତ୍ତମାନ 18 ବର୍ଷର ଲୋକମାନେ ମଧ୍ୟ ଏଥିରେ ଯୋଗଦେବେ । କେବଳ ଭାରତ ସରକାର ସମସ୍ତ ଦେଶବାସୀଙ୍କୁ ମାଗଣା ଟିକା ପ୍ରଦାନ କରିବେ । ଦେଶରେ କରାଯାଉଥିବା ଟିକା ମଧ୍ୟରୁ 25 ପ୍ରତିଶତ, ଘରୋଇ କ୍ଷେତ୍ର ଡାକ୍ତରଖାନା ଏହାକୁ ସିଧାସଳଖ ନେଇପାରିବ, ଏହି ବ୍ୟବସ୍ଥା ଜାରି ରହିବ ।

ସେ ତାଙ୍କର ସମ୍ବୋଧନରେ କହିଛନ୍ତି ଯେ, ଟୀକାକରଣର ସ୍ଥିର ମୂଲ୍ୟ ପରେ ଘରୋଇ ଡାକ୍ତରଖାନାଗୁଡ଼ିକ ଗୋଟିଏ ମାତ୍ର ଡୋଜ ପାଇଁ ସର୍ବାଧିକ 150 ଟଙ୍କା ଚାର୍ଜ କରିପାରିବେ । ଏହାର ତଦାରଖ କରିବାର କାର୍ଯ୍ୟ ରାଜ୍ୟ ସରକାରଙ୍କ ପାଖରେ ରହିବ । ଏହା ବ୍ୟତୀତ ଆଜି ସରକାର ନିଷ୍ପତ୍ତି ନେଇଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବର୍ତ୍ତମାନ ଦିପାବଳୀ ପର୍ଯ୍ୟନ୍ତ ଚାଲିବ । ମହାମାରୀର ଏହି ସମୟରେ ସରକାର ଗରିବଙ୍କ ପାଖରେ ସେମାନଙ୍କର ସହଯୋଗୀ ଭାବରେ ଛିଡ଼ା ହୋଇଛନ୍ତି । ଅର୍ଥାତ୍ ନଭେମ୍ବର ସୁଦ୍ଧା 80 କୋଟିରୁ ଅଧିକ ଦେଶବାସୀ ପ୍ରତ୍ୟେକ ମାସରେ ନିର୍ଦ୍ଦିଷ୍ଟ ପରିମାଣରେ ମାଗଣା ଖାଦ୍ୟ ଶସ୍ୟ ପାଇବେ । ଯେଉଁମାନେ ଟୀକା ବିଷୟରେ ଆଶଙ୍କା ସୃଷ୍ଟି କରୁଛନ୍ତି, ଗୁଜବ ପ୍ରଚାର କରୁଛନ୍ତି, ସେମାନେ ନିରୀହ ଭାଇ ଓ ଭଉଣୀମାନଙ୍କ ଜୀବନ ସହିତ ଖେଳୁଛନ୍ତି । ଏପରି ଗୁଜବରୁ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି ମୋଦୀ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Central Government Will Provide Free Vaccine To People Above 18 years From June 21st
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X