ସଂଖ୍ୟାଲଘୁ ଛାତ୍ରମାନଙ୍କୁ ମିଳିବନି 'ମୌଲାନା ଆଜାଦ ସ୍କଲାରସିପ୍'
ସଂଖ୍ୟାଲଘୁ ଛାତ୍ରମାନଙ୍କ ପାଇଁ ଚାଲିଥିବା 'ମୌଲାନା ଆଜାଦ ଫେଲୋସିପ୍' କୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । ଉଚ୍ଚଶିକ୍ଷା (ଅନୁସନ୍ଧାନ) ପାଇଁ ସଂଖ୍ୟାଲଘୁ ଛାତ୍ରମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଉଥିଲା ।
ନୂଆଦିଲ୍ଲୀ : ସଂଖ୍ୟାଲଘୁ ଛାତ୍ରମାନଙ୍କ ପାଇଁ ଚାଲିଥିବା 'ମୌଲାନା ଆଜାଦ ଫେଲୋସିପ୍' କୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । ଉଚ୍ଚଶିକ୍ଷା (ଅନୁସନ୍ଧାନ) ପାଇଁ ସଂଖ୍ୟାଲଘୁ ଛାତ୍ରମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଉଥିଲା । ଏ ନେଇ ଅଳ୍ପସଂଖ୍ୟକ ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାରେ ସୂଚନା ଦେଇଛନ୍ତି । ଅତୀତରେ କେନ୍ଦ୍ର ସରକାର ମଧ୍ୟ ସଂଖ୍ୟାଲଘୁମାନଙ୍କୁ ପ୍ରି-ମାଟ୍ରିକ୍ ସ୍ତରରେ ଦିଆଯାଉଥିବା ଛାତ୍ରବୃତ୍ତି ବନ୍ଦ କରିଦେଇଥିଲେ ।

ଲୋକସଭାରେ କଂଗ୍ରେସ ସଦସ୍ୟ ଟି.ଏନ୍ ପ୍ରଥାପନ୍ ଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଉଚ୍ଚଶିକ୍ଷା ପାଇଁ ଅନ୍ୟାନ୍ୟ ଫେଲୋସିପ୍ ସ୍କିମ୍ କୁ MANF ଯୋଜନା ଓଭରଲାପ୍ କରୁଛି । ଏଭଳି ପରିସ୍ଥିତିରେ ସଂଖ୍ୟାଲଘୁ ଛାତ୍ରମାନେ ଏହି ଯୋଜନାର ସୁଯୋଗ ନେଉଛନ୍ତି । ତେଣୁ ସରକାର 2022-23 ରୁ MANF ଯୋଜନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଲୋକସଭାରେ ଇରାନୀ କହିଛନ୍ତି ଯେ ୟୁଜିସି ତଥ୍ୟ ଅନୁଯାୟୀ 2014-15 ରୁ 2021-22 ମଧ୍ୟରେ ଏହି ଯୋଜନା ପାଇଁ 738.85 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ସମୟ ମଧ୍ୟରେ ସମୁଦାୟ 6,722 ଛାତ୍ର ଏହି ଯୋଜନାର ଲାଭ ପାଇଥିଲେ । ତେବେ ସ୍ମୃତି ଇରାନୀଙ୍କ ଉତ୍ତରରେ ପ୍ରତାପନ୍ ସନ୍ତୁଷ୍ଟ ନଥିଲେ । ସେ କେନ୍ଦ୍ର ସରକାରଙ୍କୁ ମୁସଲମାନ ବିରୋଧୀ ବୋଲି କହିଛନ୍ତି । ଏଥି ସହ ସେ କହିଛନ୍ତି ଯେ ଏହି ଯୋଜନା ବନ୍ଦ ହେବା ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ଗବେଷଣା କାର୍ଯ୍ୟକୁ ପ୍ରଭାବିତ କରିବ ।
2005 ରେ ସଚ୍ଚର କମିଟିର ସୁପାରିଶ ପରେ ମୌଲାନା ଆଜାଦ ସ୍କଲାରସିପ୍ ଯୋଜନା ଆରମ୍ଭ ହୋଇଥିଲା । ସେତେବେଳେ ମନମୋହନଙ୍କ ସରକାର କେନ୍ଦ୍ରରେ ଥିଲେ । ମୁସଲମାନମାନଙ୍କର ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷାଗତ ସ୍ତର ଜାଣିବା ପାଇଁ ସଚ୍ଚର କମିଟି ଗଠନ କରାଯାଇଥିଲା ।












Click it and Unblock the Notifications