ନୂଆ ବର୍ଷ ପାଇଁ ସରକାର ଆଣିପାରନ୍ତି କରୋନା ଗାଇଡଲାଇନ୍
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂତନ ବର୍ଷ ତଥା ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି କରୋନା ଭାଇରସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିପାରନ୍ତି । ଏ ନେଇ ସୂତ୍ରରୁ ପ୍ରକାଶ ପାଇଛି ।
ନୂଆଦିଲ୍ଲୀ : ଚୀନରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଆଲର୍ଟ ମୋଡରେ ଅଛନ୍ତି । ଦେଶରେ ପୁଣିଥରେ କରୋନା ବୃଦ୍ଧି ହେବାର ଆଶଙ୍କା ରହିଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂତନ ବର୍ଷ ତଥା ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି କରୋନା ଭାଇରସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିପାରନ୍ତି । ଏ ନେଇ ସୂତ୍ରରୁ ପ୍ରକାଶ ପାଇଛି ।

ବଢୁଥିବା କରୋନା ମାମଲା ମଧ୍ୟରେ ଭାରତ ସରକାର ଶୁକ୍ରବାର (ଡିସେମ୍ବର 22) କୋଭିଡ -19 ର ନାସାଲ ଟିକା ବ୍ୟବହାରକୁ ଅନୁମୋଦନ କରିଛନ୍ତି । କରୋନା ଭାଇରସ ନାସାଲ୍ ଟିକା ଆଜିଠାରୁ କୋଭିଡ୍ -19 ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହେବ । ପ୍ରଥମେ ଘରୋଇ ଡାକ୍ତରଖାନାରେ ଏହି ଟିକା ଉପଲବ୍ଧ ହେବ ।
ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଚୀନ୍ର 60% ରୁ ଅଧିକ ଲୋକ ଆସନ୍ତା ତିନିମାସ ମଧ୍ୟରେ କରୋନାଭାଇରସରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ଚାଇନାରେ ବଢୁଥିବା କରୋନା ମାମଲାକୁ ନେଇ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତର COVID ପ୍ରସ୍ତୁତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା ବୈଠକ କରିଛନ୍ତି ।
କୋଭିଡ ସମ୍ବନ୍ଧୀୟ ପ୍ରସ୍ତୁତିର ସମୀକ୍ଷା କରିବା ବ୍ୟତୀତ ରାଜ୍ୟ ସରକାର ନିଜ ନିଜ ସ୍ତରରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ, ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ପରୀକ୍ଷା କରିବା ସହିତ ନମୁନାଗୁଡ଼ିକର ଜିନୋମୋ ସିକ୍ୱେନ୍ସିଙ୍ଗ୍ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications