ଓମିକ୍ରୋନ୍ ଭାରିଆଣ୍ଟ କୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ
ଅନେକ ଆଫ୍ରିକୀୟ ଏବଂ ୟୁରୋପୀୟ ଦେଶରେ କରୋନା ର ନୂତନ ଭାରିଆଣ୍ଟ ଚିହ୍ନଟ ପରେ ଭାରତରେ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।
ନୂଆଦିଲ୍ଲୀ : ଅନେକ ଆଫ୍ରିକୀୟ ଏବଂ ୟୁରୋପୀୟ ଦେଶରେ କରୋନା ର ନୂତନ ଭାରିଆଣ୍ଟ ଚିହ୍ନଟ ପରେ ଭାରତରେ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ଚିଠିରେ କୁହାଯାଇଛି, ନିଜ ନିଜ ରାଜ୍ୟରେ ନୂତନ ଭାରିଆଣ୍ଟର ପ୍ରତିରୋଧ ଏବଂ ତଦାରଖରେ କୌଣସି ଅବହେଳା ହେବା ଉଚିତ୍ ନୁହେଁ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ନୂତନ ଭାରିଆଣ୍ଟ ଭାରତକୁ ଆସିବା ବନ୍ଦ ହେବା ଆବଶ୍ୟକ ଏବଂ ଏଥିପାଇଁ ତୀବ୍ର ନିରୋଧ ଏବଂ କଡା ନଜର ରଖିବା ଆବଶ୍ୟକ । ଏଥିପାଇଁ ଟୀକାକରଣକୁ ମଧ୍ୟ ବୃଦ୍ଧି କରିବାକୁ ପଡିବ । ଦିନେ ପୂର୍ବରୁ ଅଧିକାରୀଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ ।
ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ଉପରେ କଡ଼ା ନଜର, ବର୍ଦ୍ଧିତ ପରୀକ୍ଷଣ, ହଟସ୍ପଟ୍ ଉପରେ ନଜର, ଜିନୋମ ସିକ୍ୟୁଏନସିଙ୍ଗ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି, ନୀରିକ୍ଷଣ ପଦକ୍ଷେପ ବୃଦ୍ଧି ଏବଂ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।
Production of RT-PCR negative report (irrespective of vaccination status) not older than 72 hours at entry point is mandatory for those arriving from Kerala & Maharashtra. Students who have arrived from Kerala in last 15 days to undergo mandatory RT-PCR test: Govt of Karnataka pic.twitter.com/GAnaq6k9kp
— ANI (@ANI) November 28, 2021
କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି । କର୍ଣ୍ଣାଟକ ସରକାର ବିମାନ ବନ୍ଦରରେ ଯାତ୍ରୀମାନଙ୍କୁ ସ୍କ୍ରିନିଂ କରିବା ଆରମ୍ଭ କରିଛନ୍ତି । ଦକ୍ଷିଣ ଆଫ୍ରିକା, ହଂକଂ, ବୋତସ୍ୱାନା ଏବଂ ଅନ୍ୟ ୟୁରୋପୀୟ ଦେଶରୁ ଯାତ୍ରୀମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ସୁଧାକର କେ କହିଛନ୍ତି । ସୂଚନଯୋଗ୍ୟ ଏହି ଦେଶଗୁଡିକରେ କେବଳ କରୋନା ର ନୂତନ ଭାରିଆଣ୍ଟ ସଂକ୍ରମିତ ରୋଗୀମାନେ ଚିହ୍ନଟ ହୋଇଛନ୍ତି ।
ଏହା ବ୍ୟତୀତ କର୍ଣ୍ଣାଟକ ସରକାର କେରଳ ଏବଂ ମହାରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟି- PCR ନକରାତ୍ମକ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି । ଏହି ରିପୋର୍ଟ 72 ଘଣ୍ଟାରୁ ଅଧିକ ହେବା ଉଚିତ୍ ନୁହେଁ । ଏହା ବ୍ୟତୀତ ଗତ 15 ଦିନ ମଧ୍ୟରେ କେରଳରୁ କର୍ଣ୍ଣାଟକକୁ ଆସିଥିବା ଛାତ୍ରମାନଙ୍କ ପାଇଁ RT-PCR ପରୀକ୍ଷା ମଧ୍ୟ କରାଯିବ ।












Click it and Unblock the Notifications