ଛ' ଟି ରବି ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର
ମାର୍କେଟିଂ ଋତୁ 2022-23 ପାଇଁ ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (MSP) ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଏହାକୁ ଅନୁମୋଦନ କରିଛି ।
ନୂଆଦିଲ୍ଲୀ : ମାର୍କେଟିଂ ଋତୁ 2022-23 ପାଇଁ ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (MSP) ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଏହାକୁ ଅନୁମୋଦନ କରିଛି । ବୁଧବାର ସରକାର ଗହମ ସମେତ 6 ଟି ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟିର ବୈଠକରେ ଏମଏସପି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଗହମର MSP କୁଇଣ୍ଟାଲ ପିଛା 40 ଟଙ୍କା ବୃଦ୍ଧି କରି 2015 ଟଙ୍କାକୁ ବୃଦ୍ଧି କରାଯାଇଛି । ବାର୍ଲିର ଏମଏସପି କ୍ୱିଣ୍ଟାଲ ପିଛା 35 ରୁ 1635 ଟଙ୍କା ବୃଦ୍ଧି କରାଯାଇଛି । ବୁଟର ଏମଏସପି କ୍ୱିଣ୍ଟାଲ ପ୍ରତି 130 ରୁ 5230 ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ମସୁର ଡାଲିର ଏମଏସପି କ୍ୱିଣ୍ଟାଲ ପିଛା 400 ଟଙ୍କା ବୃଦ୍ଧି କରାଯାଇ କ୍ୱିଣ୍ଟାଲ ପିଛା 5500 ଟଙ୍କାକୁ ବୃଦ୍ଧି କରାଯାଇଛି ।
ଏଥି ସହିତ ସୋରିଷର ଏମଏସପି କୁଇଣ୍ଟାଲ ପିଛା 400 ରୁ 5050 ଟଙ୍କାକୁ ବୃଦ୍ଧି କରାଯାଇଛି । ସୂର୍ଯ୍ୟମୁଖୀର ଏମଏସପି କୁଇଣ୍ଟାଲ ପିଛା 114 ଟଙ୍କା ବୃଦ୍ଧି ସହ କ୍ୱିଣ୍ଟାଲ ପିଛା 5441 ଟଙ୍କା କରାଯାଇଛି ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications