କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, 4% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିଛି ବଡ଼ ଉପହାର । ମହଙ୍ଗା ଭତ୍ତାରେ 4 ପ୍ରତିଶତ ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ 42 ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଇବେ । ଜାନୁଆରୀ 2023 ରୁ ଏହି ମହଙ୍ଗା ଭତ୍ତା ପିଛିଲା ଭାବେ ଲାଗୁ ହେବ ।
ଏକ କୋଟିରୁ ଅଧିକ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ 4 ପ୍ରତିଶତ ବୃଦ୍ଧି କରିବା ପରେ ଏହା 38 ରୁ 42 ପ୍ରତିଶତକୁ ବୃଦ୍ଧି ହୋଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଡିଏରେ ବୃଦ୍ଧି ପାଇଁ କେନ୍ଦ୍ର 12,815 ଟଙ୍କା ଖର୍ଚ୍ଚ କରିବ ।
ଜାନୁଆରୀ ପହିଲା 2023 ରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଏବଂ ପେନ୍ସନ୍ଭୋଗୀଙ୍କ ପାଇଁ ଅତିରିକ୍ତ କିସ୍ତି ପ୍ରଦାନକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହା ଦ୍ୱାରା 47.58 ଲକ୍ଷ କର୍ମଚାରୀ ଏବଂ 69.76 ଲକ୍ଷ ପେନସନଭୋଗୀ ଉପକୃତ ହେବେ ।












Click it and Unblock the Notifications