80 କୋଟି ଲୋକଙ୍କୁ ଦିପାବଳୀ ଭେଟି, 3 ମାସ ପାଇଁ ମାଗଣା ରାସନ ଯୋଜନା ବଢାଇଲା କେନ୍ଦ୍ର
କେନ୍ଦ୍ର ସରକାର ଆଜି 80 କୋଟି ଲୋକଙ୍କୁ ଦିପାବଳୀ ଭେଟି ଦେଇଛନ୍ତି । ସରକାର ପୁନର୍ବାର ମାଗଣା ରାସନ ଯୋଜନାକୁ ଆସନ୍ତା ତିନିମାସ ପାଇଁ ବୃଦ୍ଧି କରିଛନ୍ତି । ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି 80 କୋଟି ଲୋକଙ୍କୁ ଦିପାବଳୀ ଭେଟି ଦେଇଛନ୍ତି । ସରକାର ପୁନର୍ବାର ମାଗଣା ରାସନ ଯୋଜନାକୁ ଆସନ୍ତା ତିନିମାସ ପାଇଁ ବୃଦ୍ଧି କରିଛନ୍ତି । ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମାଗଣା ରାସନ ଯୋଗାଇବାର ଯୋଜନାକୁ ଆଉ ତିନିମାସ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ ଯେ ଏହି ଯୋଜନା 30 ସେପ୍ଟେମ୍ବର 2022 ରେ ଶେଷ ହେବାର ଥଲା । କିନ୍ତୁ ସରକାର ଏହାକୁ ଡିସେମ୍ବର 2022 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ଗୋଟିଏ ପଟେ 80 କୋଟି ଲୋକ ଆହୁରି 3 ମାସ ମାଗଣା ରାସନର ଉପହାର ପାଇଥିବାବେଳେ ଅନ୍ୟପକ୍ଷରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା 4 ପ୍ରତିଶତ ବୃଦ୍ଧି କରାଯାଇଛି ।












Click it and Unblock the Notifications