ଖରାପ ମାନର ଔଷଧ ପାଇଁ ଲାଇସେନ୍ସ ହରାଇଲେ 18 ଟି ଫାର୍ମା କମ୍ପାନୀ

ନୂଆଦିଲ୍ଲୀ : ଖରାପ ଗୁଣାତ୍ମକ ଔଷଧ ଉତ୍ପାଦନ କରୁଥିବା ଫାର୍ମା କମ୍ପାନୀଗୁଡିକ ଉପରେ କେନ୍ଦ୍ର ସରକାର କଠୋର ମନୋଭାବ ପୋଷଣ କରିଛନ୍ତି । ଏହା ବିରୋଧରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରି ରିମ୍ନ ମାନର ଔଷଧ ପ୍ରସ୍ତୁତ କରୁଥିବା 18 ଟି ଫାର୍ମାସ୍ୟୁଟିକାଲ୍ କମ୍ପାନୀର ଲାଇସେନ୍ସକୁ ସରକାର ବାତିଲ କରିଛନ୍ତି ।
ଗତ କିଛି ଦିନ ଧରି ବିଦେଶରେ ଭାରତୀୟ ଔଷଧର ମାନକୁ ନେଇ ପ୍ରଶ୍ନ ଉଠୁଥିଲା । ଏହା ସହିତ ଦେଶରେ ମଧ୍ୟ ଅନେକ ଘଟଣା ଘଟିଛି । ଏହା ପରେ ଭାରତ ସରକାର ଗୁରୁତର ହୋଇ ଏହି କଠୋର ପଦକ୍ଷେପ ନେଇଛନ୍ତି ।
18 ଟି ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ କରିଥିବାବେଳେ କେନ୍ଦ୍ର ସରକାର ଏହି କମ୍ପାନୀଗୁଡିକୁ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହା ସହିତ 3 ଟି ଫାର୍ମା କମ୍ପାନୀର ସ୍ୱତନ୍ତ୍ର ଉତ୍ପାଦ ପାଇଁ ଅନୁମତି ମଧ୍ୟ ବାତିଲ କରାଯାଇଛି ।
ସରକାରୀ ସୂତ୍ରରୁ ପ୍ରକାଶ ଯେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ 20 ଟି ରାଜ୍ୟରେ 76 ଟି କମ୍ପାନୀ ଯାଞ୍ଚ କରିବା ପରେ ନିମ୍ନ ମାନର ଔଷଧ ଉତ୍ପାଦନ ପାଇଁ 18 ଟି ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ କରିଛି ।












Click it and Unblock the Notifications