Get Updates
Get notified of breaking news, exclusive insights, and must-see stories!

ଦିପାବଳୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ଉପହାର, 4 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଦିପାବଳୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ମୋଦୀ ସରକାର ସେମାନଙ୍କ ମହଙ୍ଗା ଭତ୍ତା (ଡିଏ) କୁ 4 ପ୍ରତିଶତ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି । ଏହା ଫଳରେ ଏକ କୋଟିରୁ ଅଧିକ କର୍ମଚାରୀ (ପେନସନଭୋଗୀଙ୍କ ସମେତ) ଉପକୃତ ହେବ ।

ନୂଆଦିଲ୍ଲୀ : ଦିପାବଳୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ମୋଦୀ ସରକାର ସେମାନଙ୍କ ମହଙ୍ଗା ଭତ୍ତା (ଡିଏ) କୁ 4 ପ୍ରତିଶତ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି । ଏହା ଫଳରେ ଏକ କୋଟିରୁ ଅଧିକ କର୍ମଚାରୀ (ପେନସନଭୋଗୀଙ୍କ ସମେତ) ଉପକୃତ ହେବ । ଏହି 4 ପ୍ରତିଶତ ବୃଦ୍ଧି ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ 38 ପ୍ରତିଶତ ହେବ । ଏହାପୂର୍ବରୁ ମାର୍ଚ୍ଚରେ କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏକୁ 3 ପ୍ରତିଶତ ବୃଦ୍ଧି କରିଥିଲେ ।

DA

ବାସ୍ତବରେ, କେନ୍ଦ୍ର କର୍ମଚାରୀଙ୍କ ଡିଏକୁ 4 ପ୍ରତିଶତ ବୃଦ୍ଧି କରିବାକୁ ଏକ ପ୍ରସ୍ତାବ କ୍ୟାବିନେଟ ସମ୍ମୁଖରେ ରଖାଯାଇଥିଲା, ଯାହା ମଙ୍ଗଳବାର ଅନୁମୋଦନ କରାଯାଇଥିଲା । ସୂଚନାନୁସାରେ, ବର୍ଦ୍ଧିତ DA ଜୁଲାଇ 1, 2022 ରୁ କାର୍ଯ୍ୟକାରୀ ହୋଇପାରେ । ଏହା ପରେ କର୍ମଚାରୀଙ୍କ ଦରମା 6840 ରୁ 27,312 ଟଙ୍କାକୁ ବୃଦ୍ଧି ପାଇବ । ଏକ ରିପୋର୍ଟ ଅନୁଯାୟୀ ଏଥିରୁ 50 ଲକ୍ଷ କର୍ମଚାରୀ ଏବଂ 62 ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ଯଦି ଜୁଲାଇ ପହିଲାରୁ ପଛୁଆ ଭାବେ ସରକାର ଏହାକୁ କାର୍ଯ୍ୟକାରୀ କରନ୍ତି, ତେବେ ସେପ୍ଟେମ୍ବର ମାସରେ କର୍ମଚାରୀଙ୍କୁ ମିଳିବାକୁ ଥିବା ଦରମାରେ ଦୁଇ ମାସର ବକେୟା ମିଳିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+