ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଆକ୍ସନ୍ ମୋଡ୍ ରେ କେନ୍ଦ୍ର ସରକାର, 8 ଟି ରାଜ୍ୟକୁ ଦେଲେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା
କେନ୍ଦ୍ର ସରକାର ପଞ୍ଜାବ, କର୍ଣ୍ଣାଟକ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ହରିୟାଣା, ଜାମ୍ମୁ କାଶ୍ମୀର ଏବଂ ତାମିଲନାଡୁକୁ ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମଣର ପ୍ରକୋପକୁ ରୋକିବା ଦିଗରେ ପର୍ଯ୍ୟାପ୍ତ ପଦକ୍ଷେପ ନେବାକୁ କହିଛନ୍ତି ।
ନୂଆଦିଲ୍ଲୀ : କରୋନା ଭାଇରସର ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଆକ୍ସନ୍ ମୋଡ୍ ରେ କାର୍ଯ୍ୟ ଆରମ୍ଭ କରିଦେଇଚନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସୁଦ୍ଧା ଦେଶରେ 12 ଟି ରାଜ୍ୟରୁ ଡେଲଟା ପ୍ଲସ୍ ଭାରିଆଣ୍ଟର 51 ଟି ମାମଲା ରିପୋର୍ଟ ହୋଇଛି । ଡେଲଟା ପ୍ଲସ୍ ଭାରିଆଣ୍ଟର ବିପଜ୍ଜନକ ସମ୍ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇ 8 ଟି ରାଜ୍ୟକୁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର ପଞ୍ଜାବ, କର୍ଣ୍ଣାଟକ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ହରିୟାଣା, ଜାମ୍ମୁ କାଶ୍ମୀର ଏବଂ ତାମିଲନାଡୁକୁ ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମଣର ପ୍ରକୋପକୁ ରୋକିବା ଦିଗରେ ପର୍ଯ୍ୟାପ୍ତ ପଦକ୍ଷେପ ନେବାକୁ କହିଛନ୍ତି । ତୁରନ୍ତ ପ୍ରଭାବ ସହିତ ଜିଲ୍ଲାଗୁଡିକରେ ଅନୁସନ୍ଧାନ ଏବଂ ପରୀକ୍ଷା ବୃଦ୍ଧି କରାଯିବା ଉଚିତ ଏବଂ COVID-19 ନିୟମକୁ କଡାକଡି ପାଳନ କରାଯିବା ଉଚିତ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶନାମାରେ କହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି 8ଟି ରାଜ୍ୟକୁ ଲେଖିଥିବା ଚିଠିରେ କହିଛନ୍ତି, "ଡେଲଟା ପ୍ଲସ୍ ଭାରିଆଣ୍ଟର ମାମଲା ବିଭିନ୍ନ ରାଜ୍ୟରୁ ଆସୁଛି, ତେବେ ଏପରି ପରିସ୍ଥିତିରେ, ସମସ୍ତ ରାଜ୍ୟ ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା ଲାଗୁ କରିବା ଉଚିତ୍ ଏବଂ ସଠିକ୍ ଅନୁକରଣକୁ ସୁନିଶ୍ଚିତ କରନ୍ତୁ । ସକରାତ୍ମକ ନମୁନାକୁ ତୁରନ୍ତ ପରୀକ୍ଷା ପାଇଁ 'ଡେଜିଗ୍ନେଟେଡ୍ ଲାବ୍ରଟରିଜ୍ ଅଫ୍ ଇଣ୍ଡିଆନ୍ ସାର୍ସ-କୋ-୨ ଜିନୋମିକ୍ କନ୍ସର୍ଟିଆ'କୁ ପଠାଇବାକୁ କହିଛନ୍ତି । ଫଳରେ, ନୈଦାନିକ ମହାମାରୀୟ ସମନ୍ବୟତା ରକ୍ଷା କରାଯାଇପାରିବ ।
ତାମିଲନାଡୁର ମଦୁରାଇ, କାଞ୍ଚିପୁରାମ ଏବଂ ଚେନ୍ନାଇରେ ଡେଲଟା ପ୍ଲସ୍ ଭାରିଆଣ୍ଟ ମାମଲା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପଞ୍ଜାବର ପଟିଆଲା, ଲୁଧିଆନା, ହରିୟାଣାର ଫରିଦାବାଦ, ରାଜସ୍ଥାନର ବିକାନେର, କର୍ଣ୍ଣାଟକର ମୈସୁରୁ, ଗୁଜୁରାଟର ସୁରଟ, ଆନ୍ଧ୍ରପ୍ରଦେଶର ତିରୁପତି ଏବଂ ଜାମ୍ମୁର କଟରା ଜିଲ୍ଲାରେ ଡେଲଟା ପ୍ଲସ ଭାରିଆଣ୍ଟ ମାମଲା ଦେଖିବାକୁ ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଧ୍ୟ ଏହି ଜିଲ୍ଲାମାନଙ୍କୁ ଚେତାବନୀ ଦେଇଛନ୍ତି ।
କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଡେଲଟା ପ୍ଲସ୍ ଭାରିଆଣ୍ଟ ପାଇଁ ମୋଟ 45,000 ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ 12 ଟି ରାଜ୍ୟରେ 51 ଟି ଡେଲଟା ପ୍ଲସ୍ ଭାରିଆଣ୍ଟ ମାମଲା ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ (ଏନସିଡିସି) ର ନିର୍ଦ୍ଦେଶକ ସୁଜିତ ସିଂ କହିଛନ୍ତି ଯେ ମହାରାଷ୍ଟ୍ରରେ ଡେଲଟା ପ୍ଲସ ଭାରିଆଣ୍ଟର 22 ଟି ମାମଲା ଦେଖିବାକୁ ମିଳିଛି । ଏଥି ସହିତ ତାମିଲନାଡୁରେ ନଅଟି, ମଧ୍ୟପ୍ରଦେଶରେ ସାତ ଜଣ, କେରଳରେ ତିନୋଟି, ପଞ୍ଜାବ ଏବଂ ଗୁଜୁରାଟରେ ଦୁଇଟି ଲେଖାଏଁ ଏବଂ ଆନ୍ଧ୍ରପ୍ରଦେଶ, ଓଡିଶା, ରାଜସ୍ଥାନ, ଜାମ୍ମୁ କାଶ୍ମୀର, ହରିୟାଣା ଏବଂ କର୍ଣ୍ଣାଟକରେ ଗୋଟିଏ ଲେଖାଏଁ ମାମଲା ରିପୋର୍ଟ ହୋଇଛି । 'ଡେଲ୍ଟା+ ଭେରିଆଣ୍ଟ୍'ଦ୍ବାରା ସଂକ୍ରମିତମାନଙ୍କ ମଧ୍ୟରୁ 3ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହାରାଷ୍ଟ୍ରର ଏବଂ ଅନ୍ୟ ଦୁଇଜଣ ମଧ୍ୟପ୍ରଦେଶର ବାସିନ୍ଦା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications