ଶିଶୁଙ୍କ ମୃତ୍ୟୁ ପାଇଁ ଭାରତରେ ନିର୍ମିତ ସିରପକୁ ଦାୟୀ କଲା ଉଜବେକିସ୍ତାନ, କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା କହିଛନ୍ତି ଯେ କାଶ ସିରପ Dok1 Max ଖବରକୁ ଦୃଷ୍ଟିରେ ରଖି ନୋଏଡାରେ ମାରିଅନ ବାୟୋଟେକର ସମସ୍ତ ଉତ୍ପାଦନ ସମ୍ବନ୍ଧୀୟ କାର୍ଯ୍ୟକଳାପ ବନ୍ଦ କରାଯାଇଛି ।
ନୂଆଦିଲ୍ଲୀ: ଗାମ୍ବିଆ ପରେ ଏବେ ଉଜବେକିସ୍ତାନ ସରକାର ଅଭିଯୋଗ କରିଛନ୍ତି ଯେ ଭାରତୀୟ ନିର୍ମିତ କାଶ ସିରପ ଖାଇବା ପରେ 18 ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଅଭିଯୋଗର 24 ଘଣ୍ଟା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଉଜବେକିସ୍ତାନ ସହ ଯୋଗାଯୋଗରେ ଥିବା ନେଇ କହିବା ସହ କହିଛି ଯେ ଦେଶରେ ନିର୍ମିତ କାଶ ସିରପ ଖାଇବା ପରେ ସେ ଦେଶର 18 ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାର ତଦନ୍ତ ଚାଲିଛି ଏବଂ କାଶ ସିରପ ଉତ୍ପାଦନ ବନ୍ଦ କରାଯାଇଛି ବୋଲି କେନ୍ଦ୍ର ସୂଚନା ଦେଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା କହିଛନ୍ତି ଯେ କାଶ ସିରପ Dok1 Max ଖବରକୁ ଦୃଷ୍ଟିରେ ରଖି ନୋଏଡାରେ ମାରିଅନ ବାୟୋଟେକର ସମସ୍ତ ଉତ୍ପାଦନ ସମ୍ବନ୍ଧୀୟ କାର୍ଯ୍ୟକଳାପ ବନ୍ଦ କରାଯାଇଛି ।
ଅଭିଯୋଗ ହୋଇଛି ଯେ ଉଜବେକିସ୍ତାନରେ ପ୍ରାଣ ହରାଇଥିବା ପିଲାମାନେ ନୋଏଡା ସ୍ଥିତ ମାରିଅନ୍ ବାୟୋଟେକ୍ ଦ୍ୱାରା ନିର୍ମିତ କାଶ ସିରପ୍ Dok1 Max ଖାଇଥିଲେ । ଲ୍ୟାବ ପରୀକ୍ଷଣରେ ଏକ ବିଷାକ୍ତ ପଦାର୍ଥ "ଇଥିଲିନ ଗ୍ଲାଇକୋଲର ଉପସ୍ଥିତି" ପ୍ରକାଶ ପାଇଛି । ଉଜବେକିସ୍ତାନ କହିଛି ଯେ ସମସ୍ତ ଫାର୍ମାସିରୁ Dok1 Max ପ୍ରତ୍ୟାହାର କରାଯାଇଛି ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଉଜବେକିସ୍ତାନ କର୍ତ୍ତୃପକ୍ଷ ସେଠାରେ ଥିବା କମ୍ପାନୀର ସ୍ଥାନୀୟ ପ୍ରତିନିଧୀଙ୍କ ସମେତ କିଛି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଆମେ ସେହି ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁଛୁ । ତେବେ ମୃତ୍ୟୁ ବିଷୟରେ ଉଜବେକିସ୍ତାନ ଆନୁଷ୍ଠାନିକ ଭାବେ ଭାରତ ସରକାରଙ୍କ ସହ ଯୋଗାଯୋଗ କରି ନାହିଁ ।












Click it and Unblock the Notifications