ପରୀକ୍ଷଣ ବଢାଇବାକୁ ଓଡିଶା ସମେତ 9 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଲା କେନ୍ଦ୍ର
ଦେଶର ପ୍ରାୟ ସମସ୍ତ ରାଜ୍ୟରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 9 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିଡ -19 ସହ ଜଡିତ ପରୀକ୍ଷା ବୃଦ୍ଧି କରିବାକୁ କହିଛନ୍ତି ।
ନୂଆଦିଲ୍ଲୀ : ଦେଶର ପ୍ରାୟ ସମସ୍ତ ରାଜ୍ୟରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 9 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିଡ -19 ସହ ଜଡିତ ପରୀକ୍ଷା ବୃଦ୍ଧି କରିବାକୁ କହିଛନ୍ତି । ଯାହାଫଳରେ ଏହି ରୋଗୀମାନଙ୍କ ଚିହ୍ନଟ ହେବା ସହ ଅନ୍ୟମାନଙ୍କୁ ସଂକ୍ରମିତ ନକରିବେ । ତାମିଲନାଡୁ, ପଞ୍ଜାବ, ଓଡିଶା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମିଜୋରାମ, ମେଘାଳୟ, ଜାମ୍ମୁ କାଶ୍ମୀର ଏବଂ ବିହାରକୁ ଲେଖିଥିବା ପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରତୀ ଅହୁଜା ବଢୁଥିବା କୋଭିଡ ମାମଲାରେ ଟେଷ୍ଟିଂ କମ୍ ହେଉଥିବା ଦର୍ଶାଇ ଏହା ଚିନ୍ତାର କାରଣ ହୋଇପାରେ ବୋଲି କହିଛନ୍ତି ।

ଆରତୀ ଅହୁଜା ଜାନୁଆରୀ 5 ତାରିଖ ଦିନ ଲେଖିଥିବା ଚିଠିରେ କହିଛନ୍ତି ଯେ ପର୍ଯ୍ୟାପ୍ତ ପରୀକ୍ଷଣ ବିନା ସମ୍ପ୍ରଦାୟରେ ସଂକ୍ରମଣର ପ୍ରକୃତ ସ୍ତର ନିର୍ଣ୍ଣୟ କରିବା ଅସମ୍ଭବ । ଅତିରିକ୍ତ ସଚିବ ଆରତୀ ଅହୁଜା ଏହି ଚିଠିରେ କହିଛନ୍ତି ଯେ ଓମିକ୍ରନ୍ ଅପ୍ରତ୍ୟାଶିତ, ଅତ୍ୟଧିକ ସଂକ୍ରାମକ ଏବଂ ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ନଥିବାରୁ ଏହାକୁ ଦୃଷ୍ଟିରେ ରଖି ଟେଷ୍ଟିଂ କଲେ ତୁରନ୍ତ ରୋଗୀ ଚିହ୍ନଟ ହୋଇପାରିବେ ଏବଂ ତାଙ୍କ ଦ୍ୱାରା ଏହା ବିସ୍ତାର ହେବ ନାହିଁ ।
ଏହା ବ୍ୟତୀତ ସେ ଚିଠିରେ ଲେଖିଛନ୍ତି ଯେ ନୂତନ ମାମଲା ଏବଂ ସଂକ୍ରମଣ ହାର ବୃଦ୍ଧି ମଧ୍ୟରେ କୋଭିଡ 19 ପରୀକ୍ଷା ହାର ହ୍ରାସ ପାଇଛି ଯାହା ଚିନ୍ତାର କାରଣ ପାଲଟିଛି । ପରୀକ୍ଷା ସାମଗ୍ରୀ, କିଟ୍ ଇତ୍ୟାଦିର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଉପଲବ୍ଧତାକୁ ସମୀକ୍ଷା ଏବଂ ସୁନିଶ୍ଚିତ କରିବାକୁ ଏବଂ ପରୀକ୍ଷା ସୁବିଧା ସହ ଜଡିତ ଜରୁରୀ ସାମଗ୍ରୀ ପାଇଁ ନିୟମିତ ବ୍ୟବସ୍ଥା କରିବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଗୁରୁବାର ଦିନ ଗୋଟିଏ ଦିନରେ ଭାରତରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ର ସର୍ବାଧିକ 495 ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।












Click it and Unblock the Notifications