କେଜ୍ରିୱାଲଙ୍କ 'ଘର ଘର ରାସନ ଯୋଜନା'କୁ କେନ୍ଦ୍ର ସରକାରଙ୍କ ରୋକ୍

କେଜ୍ରିୱାଲ ସରକାରଙ୍କ ଉଚ୍ଚାଭିଳାଷୀ 'ଘର ଘନ ରାସନ ଯୋଜନା' କୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । ଦିଲ୍ଲୀ ସରକାର ସହ ଜଡିତ ସୂତ୍ର ଅନୁଯାୟୀ କେଜ୍ରିୱାଲ ସରକାର ଏହାର ଅନୁମୋଦନ ନେଇ ନ ଥିବାରୁ କେନ୍ଦ୍ର ଏହି ଯୋଜନା ଉପରେ ରୋକ ଲଗାଇଛନ୍ତି ।

ନୂଆଦିଲ୍ଲୀ : କେଜ୍ରିୱାଲ ସରକାରଙ୍କ ଉଚ୍ଚାଭିଳାଷୀ 'ଘର ଘନ ରାସନ ଯୋଜନା' କୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । ଦିଲ୍ଲୀ ସରକାର ସହ ଜଡିତ ସୂତ୍ର ଅନୁଯାୟୀ କେଜ୍ରିୱାଲ ସରକାର ଏହାର ଅନୁମୋଦନ ନେଇ ନ ଥିବାରୁ କେନ୍ଦ୍ର ଏହି ଯୋଜନା ଉପରେ ରୋକ ଲଗାଇଛନ୍ତି । ଏହି ଯୋଜନାରେ ଦିଲ୍ଲୀର ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ରାସନ ପହଞ୍ଚାଇବା ନେଇ ଯୋଜନା ଥିଲା । କେଜ୍ରିୱାଲ ସରକାର 72 ଲକ୍ଷ ଲୋକଙ୍କୁ ସେମାନଙ୍କ ଘରେ ରାସନ ଯୋଗାଇବାକୁ ଯୋଜନା କରିଥିଲେ ।

Arvind-Kejriwal

ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ, 2013 ର ଚିହ୍ନିତ ସାଦାରଣ ବଣ୍ଟନ ପ୍ରକ୍ରିୟା (ଟିପିଡିଏସ୍) ଅନୁଯାୟୀ ମୁଖମନ୍ତ୍ରୀ ଘର ଘର ରାସନ ଯୋଜନା' (MMGGRY)କୁ ସରକାରଙ୍କ ଦ୍ୱାରା 20 ଫେବୃଆରୀରେ ସୂଚିତ କରାଯାଇଥିଲା । ଏହି ଯୋଜନାରେ ପ୍ୟାକେଜ୍ ଗହମ ବିତରଣ ଅନ୍ତର୍ଭୁକ୍ତ ଥିଲା । ହିତାଧିକାରୀଙ୍କ ଘରେ ଅଟା ଏବଂ ଚାଉଳ ପହଞ୍ଚାଇବାର ଯୋଜନା ଥିଲା । ମାର୍ଚ୍ଚରେ ଏହା ଲଞ୍ଚ ହେବାକୁ ଥିଲା କିନ୍ତୁ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ ।

କୁହାଯାଉଛି ଯେ, ଏହି ଯୋଜନା ପାଇଁ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ଅନୁମୋଦନ ଗ୍ରହଣ କରିନାହାଁନ୍ତି । ଅନ୍ୟପକ୍ଷରେ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସବସିଡିରେ ପ୍ରାପ୍ତ ଖାଦ୍ୟ ଶସ୍ୟ ଏହି ଯୋଜନା ପାଇଁ ବ୍ୟବହାର କରାଯାଇପାରିବ ନାହିଁ ବୋଲି କେନ୍ଦ୍ର କହିଛି । ସଂସଦ ଯୋଜନାରେ କୌଣସି ପରିବର୍ତ୍ତନ କରିପାରିବ । ଏହା ପରେ ଦିଲ୍ଲୀ ସରକାର କୌଣସି ନାମ ବିନା ଏହି ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+