ପେଗାସସ୍ ମାମଲା ଅଭିଯୋଗକୁ ସୁପ୍ରିମକୋର୍ଟରେ କେନ୍ଦ୍ରର ପ୍ରତ୍ୟାଖ୍ୟାନ, ଅନୁସନ୍ଧାନ ପାଇଁ ଗଠନ ହେବ ବିଶେଷଜ୍ଞ କମିଟି
ପେଗାସସ୍ ମାମଲାକୁ ନେଇ କେନ୍ଦ୍ର ସରକାର ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସୁପ୍ରିମ କୋର୍ଟରେ ଖଣ୍ଡନ କରିଛି କେନ୍ଦ୍ର ସରକାର । କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ।
ନୂଆଦିଲ୍ଲୀ : ପେଗାସସ୍ ମାମଲାକୁ ନେଇ କେନ୍ଦ୍ର ସରକାର ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସୁପ୍ରିମ କୋର୍ଟରେ ଖଣ୍ଡନ କରିଛି କେନ୍ଦ୍ର ସରକାର । କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ସୋମବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଏହି ସମୟରେ କେନ୍ଦ୍ର ସରକାର ମଧ୍ୟ ଏକ ଆଫିଡେଭିଟ୍ ଦାଖଲ କରିଥିଲେ ଯେଉଁଥିରେ ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରିବା ନେଇ କୁହାଯାଇଛି ।

କେନ୍ଦ୍ର ସରକାର ନିଜର ଦୁଇ ପୃଷ୍ଠାର ଆଫିଡେଭିଟ୍ରେ କହିଛି ଯେ ସରକାରଙ୍କ ବିରୋଧରେ ଆବେଦନକାରୀଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ଅଟେ । ତାଙ୍କ ତରଫରୁ କୌଣସି ରାଜନେତା, ସାମ୍ବାଦିକ, ଅଧିକାରୀଙ୍କ ଗୁଇନ୍ଦାଗିରି କରାଯାଇ ନାହିଁ । ଏହି ସମସ୍ତ ଅଭିଯୋଗ ଭିତ୍ତିହୀନ ।
ପେଗାସସ୍ ମାମଲାର ଯାଞ୍ଚ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି କେନ୍ଦ୍ର କହିଛି । ଯେଉଁଥିରେ ଚୟନ କମିଟିର ସୁପାରିଶ ସତ୍ତ୍ୱେ ଟ୍ରିବ୍ୟୁନାଲରେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ 10 ଦିନ ସମୟ ଦେଇଛନ୍ତି ।.
ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ସମେତ ବରିଷ୍ଠ ସାମ୍ବାଦିକ ଏନ୍ ରାମ ଏବଂ ଶଶୀ କୁମାର ପ୍ରମୁଖଙ୍କ ପକ୍ଷରୁ କରାଯାଇଥିବା 9 ଟି ପୃଥକ ଆବେଦନର ଶୁଣାଣି ଆଜି କରାଯାଇଥିଲା । ପେଗାସସ୍ ମାମଲାରେ କେନ୍ଦ୍ରକୁ ଜବାବ ମଗାଯାଇଥିବା ବେଳେ ଆଜି କେନ୍ଦ୍ର ସରକାର ଦୁଇ ପୃଷ୍ଠାରେ ନିଜର ଉତ୍ତର ରଖିଛନ୍ତି ।












Click it and Unblock the Notifications