ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ ସେୟାର୍ କରିଥିବା ୟୁଟ୍ୟୁବ୍ ଏବଂ ଟ୍ୱିଟ୍ କୁ ବ୍ଲକ୍ କଲା କେନ୍ଦ୍ର
ବିବିସି ଡକ୍ୟୁମେଣ୍ଟାରୀ "ଇଣ୍ଡିଆ: ଦ ମୋଦୀ କ୍ୱେଶ୍ଚିନ୍" ର ପ୍ରଥମ ଏପିସୋଡ୍ ସେୟାର କରିଥିବା ଅନେକ ୟୁଟ୍ୟୁବ୍ ଭିଡିଓକୁ ବ୍ଲକ୍ କରିଦିଆଯାଇଛି ।

ନୂଆଦିଲ୍ଲୀ: ବିବିସି ଡକ୍ୟୁମେଣ୍ଟାରୀ "ଇଣ୍ଡିଆ: ଦ ମୋଦୀ କ୍ୱେଶ୍ଚିନ୍" ର ପ୍ରଥମ ଏପିସୋଡ୍ ସେୟାର କରିଥିବା ଅନେକ ୟୁଟ୍ୟୁବ୍ ଭିଡିଓକୁ ବ୍ଲକ୍ କରିଦିଆଯାଇଛି । ୟୁଟ୍ୟୁବ୍ ଭିଡିଓ ସହିତ, ୟୁଟ୍ୟୁବ୍ ଭିଡିଓ ଲିଙ୍କ୍ ଥିବା 50 ରୁ ଅଧିକ ଟ୍ୱିଟ୍ କୁ ବ୍ଲକ୍ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ।
ସୂଚନା ଏବଂ ପ୍ରସାରଣ ସଚିବ ଶୁକ୍ରବାର ଦିନ ଆଇଟି ନିୟମ, 2021 ଅନୁଯାୟୀ ଜରୁରୀକାଳୀନ ଶକ୍ତି ବ୍ୟବହାର କରି ନିର୍ଦ୍ଦେଶ ଜାରି କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ବ୍ରିଟେନର ଜାତୀୟ ପ୍ରସାରଣକାରୀ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି) 2002 ଗୁଜୁରାଟ ଦଙ୍ଗା ସମୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳକୁ ଦର୍ଶାଇ ଦୁଇ ଏପିସୋଡ୍ ବିଶିଷ୍ଟ ସିରିଜ୍ ପ୍ରସାରଣ କରିଥିଲା । ଏହାକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଅନେକ ପ୍ଲାଟଫର୍ମ ଉପରେ ବ୍ୟାନ୍ ଲଗାଇଦିଆଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବିବିସି ସିରିଜକୁ ଗୁରୁବାର ଭାରତ ନିନ୍ଦା କରିଛି । ଏହା ସହିତ ଭାରତ ପକ୍ଷରୁ କୁହାଯାଇଥିଲା ଯେ ଏହି ଭିଡିଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିମୂର୍ତ୍ତିକୁ ଖରାପ କରିବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇ କହିଛନ୍ତି ଯେ "ଏକ ନିର୍ଦ୍ଦିଷ୍ଟ ବଦନାମ କାହାଣୀକୁ ଆଗକୁ ବଢାଇବା ପାଇଁ ପରିକଳ୍ପନା କରାଯାଇଛି । ଏହି ଭିଡିଓଟି ସମ୍ପୂର୍ଣ୍ଣ ପକ୍ଷପାତିତ ହୋଇଛି ।"
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications