Get Updates
Get notified of breaking news, exclusive insights, and must-see stories!

ବିଚାରପତି ନିଯୁକ୍ତି ପ୍ୟାନେଲରେ ନିଜର ପ୍ରତିନିଧି ରହିବା ଦାବି କରି କେନ୍ଦ୍ରର ଚିଠି

ନିଯୁକ୍ତି ସମ୍ପର୍କିତ କଲିଜିୟମରେ ନିଜର ପ୍ରତିନିଧିଙ୍କୁ ସାମିଲ କରିବା ନେଇ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ।

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ନେଇ ସୁପ୍ରିମ କୋର୍ଟ ଓ କେନ୍ଦ୍ର ସରକାର ମଧ୍ୟରେ ଅନେକ ଦିନ ଧରି ତିକ୍ତତା ଲାଗିରହିଛି । ଏହି ପ୍ରସଙ୍ଗରେ ଏକ ପାଦ ଆଗକୁ ଆସି ନିଯୁକ୍ତି ସମ୍ପର୍କିତ କଲିଜିୟମରେ ନିଜର ପ୍ରତିନିଧିଙ୍କୁ ସାମିଲ କରିବା ନେଇ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ । ପ୍ରଧାନ ବିଚାରପତିଙ୍କୁ ଲେଖଇଥିବା ଚିଠିରେ ଆଇନ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ନିଯୁକ୍ତି ଉପରେ ନିଷ୍ପତ୍ତି ନେଉଥିବା କୋର୍ଟର କଲେଜିୟମରେ ସରକାରଙ୍କ ପ୍ରତିନିଧୀଙ୍କୁ ସାମିଲ କରାଯିବା ଉଚିତ । ଏହା ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହନ ଦେବ ବୋଲି ସେ ଉଲ୍ଲେଖ କରିଛନ୍ତି ।

supreme court

ବିଚାରପତିଙ୍କ ନିଯୁକ୍ତିକୁ ନେଇ ସୁପ୍ରିମ କୋର୍ଟ ଓ କେନ୍ଦ୍ର ସରକାର ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ନ୍ୟାୟପାଳିକାର "ସ୍ୱଚ୍ଛତା" କୁ ସମାଲୋଚନା କରିଛନ୍ତି । ବିଚାରପତି ଚୟନରେ ସରକାରଙ୍କର ଭୂମିକା ରହିବା ଉଚିତ, ଏହା 1993 ମସିହାରୁ ସୁପ୍ରିମକୋର୍ଟ କଲେଜିୟମର ଆଭିମୁଖ୍ୟ ବୋଲି ଧନଖଡ଼ ଯୁକ୍ତି ବାଢିଛନ୍ତି ।

ସୁପ୍ରିମକୋର୍ଟ ଆରମ୍ଭରୁ କଲେଜିୟମ ବ୍ୟବସ୍ଥା ସପକ୍ଷରେ ରହିଆସୁଛନ୍ତି । ଅପରପକ୍ଷରେ ଅନେକ ବିବୃତ୍ତିରେ ଆଇନ ମନ୍ତ୍ରୀ ରିଜିଜୁ କଲେଜିୟମ ବ୍ୟବସ୍ଥାକୁ ସମ୍ବିଧାନ ପାଇଁ "ବିଦେଶୀ" ବୋଲି କହିଛନ୍ତି । ଏପରିକି ବିଚାରପତି ନିଯୁକ୍ତ କରିବାରେ ଏହି ବ୍ୟବସ୍ଥାରେ ସରକାରଙ୍କର କୌଣସି ଅଧିକାର ନାହିଁ ବୋଲି କହି ଦୃଢ ବିରୋଧ କରିଛନ୍ତି । 2014 ରେ ପ୍ରଣୀତ ଏକ ଆଇନ ମାଧ୍ୟମରେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ଗଠିତ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗକୁ ବାତିଲ କରିଥିବାରୁ ସେ ସୁପ୍ରିମକୋର୍ଟଙ୍କୁ ସମାଲୋଚନା କରିଛନ୍ତି । ଏହି କମିଶନରେ ସରକାର ଏବଂ ନ୍ୟାୟପାଳିକାର ସଦସ୍ୟମାନେ ସାମିଲ ହେବେ ।

ଏପରିକି ସୁପ୍ରିମ କୋର୍ଟ କଲିଜିୟମ୍ ବ୍ୟବସ୍ଥା ସପକ୍ଷରେ ଯୁକ୍ତି ବାଢୁଛନ୍ତି । କୋର୍ଟ କହିଛନ୍ତି କଲିଜିୟମ୍ ବ୍ୟବସ୍ଥା ହେଉଛି "ଦେଶର ନିୟମ" । ଏହାକୁ କଠୋର ଭାବରେ ପାଳନ କରାଯିବା ଆବଶ୍ୟକ । ସମାଜର କେବଳ କିଛି ବର୍ଗ ଏହାକୁ ବିରୋଧ କରୁଥିବାରୁ ଏହାକୁ ବେଆଇନ୍ କରିବା ଠିକ୍ ନୁହଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+