Get Updates
Get notified of breaking news, exclusive insights, and must-see stories!

ଦରଦାମ ବୃଦ୍ଧି ମୁକାବିଲା ପାଇଁ କେନ୍ଦ୍ରର ବଡ଼ ନିଷ୍ପତ୍ତି, ଅଟା, ସୁଜି ଓ ମଇଦା ରପ୍ତାନି ଉପରେ ରୋକ

ଗହମ ପ୍ରସ୍ତୁତ ଦ୍ରବ୍ୟ ଅଟା, ସୁଜି ଓ ମଇଦା ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର । କିଛି ଦିନ ପୂର୍ବେ ଗହମ ରପ୍ତାନୀ ଉପରେ ରୋକ ଲଗାଇଥିଲେ ସରକାର । ଦରଦାମ ବୃଦ୍ଧି ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ।

ନୂଆଦିଲ୍ଲୀ : ଗହମ ପ୍ରସ୍ତୁତ ଦ୍ରବ୍ୟ ଅଟା, ସୁଜି ଓ ମଇଦା ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର । କିଛି ଦିନ ପୂର୍ବେ ଗହମ ରପ୍ତାନୀ ଉପରେ ରୋକ ଲଗାଇଥିଲେ ସରକାର । ଦରଦାମ ବୃଦ୍ଧି ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏପରିକି ଆଗାମୀ ଦିନରେ ଚାଉଳ ରପ୍ତାନୀ ଉପରେ କଟକଣା ଉପରେ ସରକାର ବିଚାର କରୁଛନ୍ତି ।

suji

ଅଟା, ସୁଜୁକି ଓ ମଇଦା ରପ୍ତାନି ଉପରେ ରୋକ ଲଗାଇବା ନେଇ ବିଦେଶ ବାଣିଜ୍ୟ ମହାନିର୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କିନ୍ତୁ କେତେକ ନିର୍ଦିଷ୍ଟ ମାମଲରେ ଏହି ସାମଗ୍ରୀଗୁଡ଼ିକର ରପ୍ତାନି ଲାଗି ଅନୁମତି ଦେବାର କ୍ଷମତା ସରକାରଙ୍କ ପାଖରେ ରହିଛି ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ରପ୍ତାନି ଲାଗି ପୂର୍ବରୁ ଏହି ସାମଗ୍ରୀଗୁଡ଼ିକ 'ମୁକ୍ତ' ବର୍ଗରେ ଥିଲା । ଏବେ ତାହାକୁ ନିଷିଦ୍ଧ ବର୍ଗରେ ସାମିଲ କରାଯାଇଛି । 2015-20 ବିଦେଶ ବାଣିଜ୍ୟ ନୀତିରେ ରହିଥିବା ବ୍ୟବସ୍ଥା ମଧ୍ୟ ଏଥିପାଇଁ ଲାଗୁ ହେବନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପ୍ରମୁଖ ଗହମ ଉତ୍ପାଦନକାରୀ ରାଷ୍ଟ୍ର ରୁଷ୍ ଓ ୟୁକ୍ରେନ୍ ପରସ୍ପର ସହ ଯୁଦ୍ଧ କରୁଥିବାରୁ ସେଠାରୁ ଖାଦ୍ୟଶସ୍ୟ ବାହାରକୁ ଆସିପାରୁନାହିଁ । ଯେଉଁ ଦେଶଗୁଡ଼ିକ ସେମାନଙ୍କ ଉପରେ ନିର୍ଭରଶୀଳ ଥିଲେ ସେଠାରେ ଏବେ ଖାଦ୍ୟ ସଙ୍କଟ ଦେଖାଦେଇଛି । ଯେହେତୁ ଭାରତରେ ବିଶ୍ୱର ସର୍ବାଧିକ ଗହମ ଉତ୍ପାଦନ ହେଉଛି ତେଣୁ ସେହି ଦେଶଗୁଡ଼ିକ ଏବେ ଭାରତୀୟ ଗହମ ଉପରେ ନିର୍ଭର କରୁଛନ୍ତି । ତାହାର ସୁଯୋଗ ନେଇ କିଛି ବ୍ୟବସାୟ ରପ୍ତାନି ଉପରେ ମନୋନିବେଶ କରିବା ପରେ ଦେଶ ଭିତରେ ଗହମ ଓ ସେଥିରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀର ଦାମ୍‌ ବୃଦ୍ଧି ପାଇଛି । ସେହି ଦରବୃଦ୍ଧି ଉପରେ ରୋକ ଲଗାଇବା ଲାଗି ରପ୍ତାନି କଟକଣା ଲାଗୁ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+