ଏକ ବର୍ଷ ପାଇଁ ମାଗଣା ଶସ୍ୟ ଯୋଜନା ବଢାଇଲା କେନ୍ଦ୍ର, 81 କୋଟିରୁ ଅଧିକ ଲୋକଙ୍କୁ ଆଶ୍ୱସ୍ତି
ଏକ ବର୍ଷ ପାଇଁ ମାଗଣା ଶସ୍ୟ ଯୋଜନାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଦିଆଯାଉଥିବା ମାଗଣା ଖାଦ୍ୟ ଶସ୍ୟର ଯୋଜନା ଆସନ୍ତା ବର୍ଷ ଡିସେମ୍ବର 31 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
ଏକ ବର୍ଷ ପାଇଁ ମାଗଣା ଶସ୍ୟ ଯୋଜନାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଦିଆଯାଉଥିବା ମାଗଣା ଖାଦ୍ୟ ଶସ୍ୟର ଯୋଜନା ଆସନ୍ତା ବର୍ଷ ଡିସେମ୍ବର 31 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଦେଶର 81.5 କୋଟି ଲୋକ ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିର ଲାଭ ପାଇବେ ।

ଏବି ଯୋଜନା ଅନୁସାରେ ଲୋକଙ୍କୁ ଗୋଟିଏ ଟଙ୍କା ଦେବାକୁ ପଡିବ ନାହିଁ ଏବଂ ସେମାନଙ୍କୁ ବର୍ଷସାରା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ । ଏହି ଯୋଜନାରେ କେନ୍ଦ୍ର ସରକାର ପ୍ରତିବର୍ଷ 2 ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ କେନ୍ଦ୍ର ସରକାର ଚାଉଳ, ଗହମ ଏବଂ ଶସ୍ୟ ଯୋଗାଉଛନ୍ତି ।
ମାଗଣା ଶସ୍ୟ ଯୋଜନାକୁ ଡିସେମ୍ବର 31, 2023 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର କରୋନା ଲକଡାଉନ୍ ସମୟରୁ 2020 ମସିହାରୁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ପ୍ରଦାନ କରୁଛନ୍ତି । କେନ୍ଦ୍ର କ୍ୟାବିନେଟର ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଏହି ଯୋଜନା କାର୍ଯ୍ୟକାରୀ ହେବାର 28 ମାସ ବିତିଗଲାଣି । ଅତୀତରେ ଏହି ଯୋଜନା ଅନେକ ଥର ବୃଦ୍ଧି କରାଯାଇଛି ଏବଂ ବର୍ତ୍ତମାନ ଏହାର କାର୍ଯ୍ୟକାଳ ଏହି ମାସରେ ଶେଷ ହେବାକୁ ଯାଉଛି ।
କେନ୍ଦ୍ର ଖାଦ୍ୟ ଏବଂ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଯେ '81 .35 କୋଟି ଲୋକ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ମାଗଣା ଖାଦ୍ୟ ଶସ୍ୟ ପାଇବେ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଚାଉଳ, ଗହମ ଏବଂ ଶସ୍ୟ ଯଥାକ୍ରମେ ତିନି ଟଙ୍କା ଦୁଇ ଏବଂ ଗୋଟିଏ ଟଙ୍କାରେ ଦିଆଯାଉଛି । ସରକାରଙ୍କ ଏହି ନିଷ୍ପତ୍ତି ବାର୍ଷିକ 2 କୋଟି ଟଙ୍କା ଭାର ବହନ କରିବ । ଗୋଏଲଙ୍କ ଅନୁଯାୟୀ, ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଗରିବ କଲ୍ୟାଣ ଯୋଜନାକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସହିତ ମିଶ୍ରଣ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଗତ 28 ମାସ ମଧ୍ୟରେ ସରକାର ମାଗଣା ଖାଦ୍ୟ ଶସ୍ୟ ଯୋଜନାରେ 1.80 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।












Click it and Unblock the Notifications