ମେଡିକାଲ୍ ଅମ୍ଳଜାନର ଅଭାବ ହେବାକୁ ନ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ ଚିଠି ଲେଖିଲା କେନ୍ଦ୍ର
ଦେଶରେ ଯଦି କରୋନା ସଂକ୍ରମଣ ବୃଦ୍ଧି ହୁଏ ତେବେ ସେ ସମୟରେ ରୋଗୀଙ୍କୁ ଯେପରି ସମସ୍ୟାର ସମ୍ମୁଖୀନ ନହେବାକୁ ପଡ଼େ ସେ ନେଇ ମେଡ଼ିକାଲ ଅକ୍ସିଜେନ୍ ଗଚ୍ଛିତ ରଖିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ: କରୋନା ଭାଇରସ ଓମିକ୍ରନ ଭାରିଆଣ୍ଟର ନୂଆ ସବ୍ ଭାରିଆଣ୍ଟର ପ୍ରକୋପକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ସରକାର । ଏ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ।

ଦେଶରେ ଯଦି କରୋନା ସଂକ୍ରମଣ ବୃଦ୍ଧି ହୁଏ ତେବେ ସେ ସମୟରେ ରୋଗୀଙ୍କୁ ଯେପରି ସମସ୍ୟାର ସମ୍ମୁଖୀନ ନହେବାକୁ ପଡ଼େ ସେ ନେଇ ମେଡ଼ିକାଲ ଅକ୍ସିଜେନ୍ ଗଚ୍ଛିତ ରଖିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ଯେପରି ଡାକ୍ତରଖାନା ଗୁଡ଼ିକରେ ଅମ୍ଳଜାନ ଅଭାବ ଦେଖାଦେଇଥିଲା, ତାହାକୁ ଏଡ଼ାଇବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।
ଅତୀତର ଅସୁବିଧାଗୁଡ଼ିକରୁ ଶିକ୍ଷା ଗ୍ରହଣ କରି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଡ -19 ମହାମାରୀର ପରିଚାଳନା ସମ୍ପର୍କରେ ସମସ୍ତ ରାଜ୍ୟ ଏବଂ ନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି । ମେଡିକାଲ ଅମ୍ଳଜାନର ନିୟମିତ ଯୋଗାଣ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର କହିଛନ୍ତି ।
ନୂତନ ପରାମର୍ଶରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ମେଡିକାଲ ଅମ୍ଳଜାନର ଉପଲବ୍ଧତା ନିଶ୍ଚିତ ହେବା ଉଚିତ ଏବଂ ପ୍ରେସର ସ୍ୱିଙ୍ଗ ଆଡସର୍ପସନ୍ (PSA) କାରଖାନା ଚାଲୁ ରଖିବା ଉଚିତ୍ ।
ରାଜ୍ୟଗୁଡିକୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ପର୍ଯ୍ୟାପ୍ତ ଅମ୍ଳଜାନ ଉପଲବ୍ଧ ହେବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି । ଆପଣଙ୍କୁ କହି ରଖୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଚେତାବନୀ ଦେଇଛନ୍ତି ଯେ କରୋନା ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ, କାରଣ ଚୀନ୍ ଏବଂ ଅନ୍ୟାନ୍ୟ ଦେଶରେ କରୋନା ସଂକ୍ରମଣର ବ୍ୟାପକ ବୃଦ୍ଧି ଘଟୁଛି ।
ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପଜିଟିଭିଟି ହାରରେ ହ୍ରାସ ବିଷୟରେ ଆଲୋଚନା କରିଥିଲା, କିନ୍ତୁ ପଡୋଶୀ ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାର ସତର୍କ ଅଛନ୍ତି । ମାସ୍କ ଏବଂ ସାମାଜିକ ଦୂରତା ଭଳି ପଦକ୍ଷେପକୁ ଗମ୍ଭୀର ଭାବେ ଅନୁସରଣ କରିବାକୁ ନାଗରିକମାନଙ୍କୁ ନିବେଦନ କରାଯାଇଛି ।












Click it and Unblock the Notifications