ସୁପ୍ରିମ କୋର୍ଟରେ ପାଞ୍ଚ ଜଣ ଜଜ୍ ନିଯୁକ୍ତି ରାସ୍ତା ସଫା, ସୁପ୍ରିମକୋର୍ଟ କଲେଜିୟମର ସୁପାରିଶକୁ କେନ୍ଦ୍ରର ଅନୁମୋଦନ

ସୁପ୍ରିମ କୋର୍ଟରେ ପାଞ୍ଚ ଜଣ ଜଜ୍ ଙ୍କ ନିଯୁକ୍ତି ରାସ୍ତା ସଫା ହୋଇଯାଇଛି । ଏ ନେଇ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ।

supreme court

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ପାଞ୍ଚ ଜଣ ଜଜ୍ ଙ୍କ ନିଯୁକ୍ତି ରାସ୍ତା ସଫା ହୋଇଯାଇଛି । ଏ ନେଇ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ସୁପ୍ରିମକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ସମ୍ପର୍କରେ ଏହି ସୂଚନା ସାମ୍ନାକୁ ଆସିଛି । ଏକ ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଖୁବ ଶୀଘ୍ର ଏହି ପାଞ୍ଚଜଣ ବିଚାରପତି ଶପଥ ଗ୍ରହଣ କରିବେ ।

ନିଯୁକ୍ତି ପ୍ରକ୍ରିୟାକୁ ନେଇ କାର୍ଯ୍ୟନିର୍ବାହୀ ଏବଂ ନ୍ୟାୟପାଳିକା ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସୁପ୍ରିମକୋର୍ଟଙ୍କ ପାଇଁ ପାଞ୍ଚ ଜଣ ବିଚାରପତିଙ୍କ ନିଯୁକ୍ତି ନେଇ ରାସ୍ତା ସଫା ହୋଇଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜିଅମ ଗତ ଡିସେମ୍ବର 13 ରେ 5 ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ପାଇଁ ସୁପାରିଶ କରିଥିଲେ । ଏହି 5 ଜଣ ହେଲେ ଜଷ୍ଟିସ ପଙ୍କଜ ମିତ୍ତଲ (ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି), ଜଷ୍ଟିସ୍ ସଞ୍ଜୟ କାରୋଲ (ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି), ପି.ଭି. ସଞ୍ଜୟ କୁମାର (ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି), ଅହସାନୁଦ୍ଦିନ ଅମାନୁଲ୍ଲା (ପାଟନା ହାଇକୋର୍ଟର ବିଚାରପତି) ଏବଂ ମନୋଜ ମିଶ୍ର (ହାଇକୋର୍ଟ ବିଚାରପତି) ।

ଏହି ପାଞ୍ଚ ଜଣ ବିଚାରପତିଙ୍କ ନାମ ଡିସେମ୍ବର 13 ରୁ ସରକାରଙ୍କ ପାଖରେ ବିଚାରାଧୀନ ଥିଲା । ଏହା ବ୍ୟତୀତ କଲେଜିୟମ ମଧ୍ୟ ଗତ ସପ୍ତାହରେ ଆଉ ଦୁଇଟି ନାମ ସୁପାରିଶ କରିଛି । ନବନିଯୁକ୍ତ ସମସ୍ତ ବିଚାରପତି ସୋମବାର ଭାରତର ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଦ୍ୱାରା ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଏହି ନିଯୁକ୍ତି ସହିତ ସୁପ୍ରିମକୋର୍ଟରେ ଅନୁମୋଦିତ 34 ଜଣ ବିଚାରପତି ପଦ ମଧ୍ୟରୁ ଏବେ 32 ଟି ପୂରଣ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+